Home Breaking News / ତାଜା ଖବର ଭିନ୍ନକ୍ଷମ କରାଟେକା ରମେଶଙ୍କ ସ୍ୱର୍ଣ୍ଣ ପଦକ ହାସଲ

ଭିନ୍ନକ୍ଷମ କରାଟେକା ରମେଶଙ୍କ ସ୍ୱର୍ଣ୍ଣ ପଦକ ହାସଲ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ-୨୦/୧୧-(ଧନେଶ୍ବର ରାଉତ)-ଦୃଢ ଇଚ୍ଛା ଆଗରେ କେବେବି ହାର ମଣିନାହିଁ ଶାରୀରିକ ବିକଳାଙ୍ଗତା। ଭାରତରେ ଅନେକ ଖେଳ ରହିଛି କିନ୍ତୁ କରାଟେ ଅର୍ଥାତ ଯୁଦ୍ଧ କଳା କୌଶଳ ନିୟୁଧ ରେ ଏକ ଶାରୀରିକ ବିକଳାଙ୍ଗ ବ ସ୍ୱସ୍ଥାରେ ଅନାଗ୍ରସରତା ରହିଥିବା 24 ବର୍ଷୀୟ ଯୁବକ ଆନ୍ତର୍ଜାତିକ ଚମ୍ପିୟାନ ସିପରେ ଅନେକ ପ୍ରତିଦ୍ବନ୍ଦିଙ୍କୁ ହରାଇ ଯୁଦ୍ଧରେ1ଧୂଳି ଚଟାଇ ସ୍ବର୍ଣ୍ଣ ପଦକ ହାସଲ କରି ନିଜର ଜନ୍ମ ମାଟିକୁ ଏକ ଅଭିନବ ଗୌରବ ଆଣି ଦେଇଛନ୍ତି । ଏହିଭଳି ଏକ ସଂମାନର ଅଧିକାରୀ ହେଇଛନ୍ତି ରାୟଗଡ ଜିଲ୍ଲାର ସଦର ମହକୁମାର ଡେଲି ମାର୍କେଟ ମଧୁସୂଦନ ନଗର ର ଲିଙ୍ଗିଲା ରମେଶ କୁମାର। 1991 ମସିହାରେ ପିତା ସ୍ବର୍ଗତ ସୁରି ନାରାୟଣ, ମାତା ପାର୍ବତୀ ଙ୍କ ଗର୍ଭରୁ ଜାତ ହୋଇ ଶାରୀରିକ ବିକଳାଙ୍ଗ ଓ ଜଣେ ଗରିବ ଘରର ସନ୍ତାନ ଭାବେ ଜନ୍ମଗ୍ରହଣ କରିଥିଲେ ମଧ୍ୱ ଅର୍ଥ ବାଧକ ତା ସହିତ ଶାରୀରିକ ବିକଳାଙ୍ଗତା ଅଟକାଇ ପାରିନାହିଁ ଏକ ଦୃଢ଼ ଇଚ୍ଛା ଶକ୍ତି ବାନଙ୍କୁ। କେଶଭ କରାଟେ ଏକାଡେମୀ ତେଲେଙ୍ଗାନା ରାଜ୍ୟ ଭାରତ ତରଫରୁ ଆୟୋଜିତ ଏକ ଆନ୍ତର୍ଜାତିକ କରାଟେ ଚମ୍ପିୟାନ ସିପି ପ୍ରତିଯୋଗିତାରେ ଯୋଗ ଦେଇ ନିକଟ ପ୍ରତି ଦ୍ବନ୍ଦିଙ୍କୁ ହରାଇ ଦୀର୍ଘ ବତୀଶ ରାଉଣ୍ଡ କଠିନ ରାଉଣ୍ଡରେ ହରାଇ ସ୍ବର୍ଣ୍ଣ ପଦକ ହାସଲ କରି ରାୟଗଡର ମାଟିକୁ ଗୌରବାନ୍ୱିତ କରିବାରେ ସଫଳ ହୋଇଛନ୍ତି ରମେଶ। ଏହି ଆନ୍ତର୍ଜାତିକ ଯୁଦ୍ଧ କଳା ଇଭେଣ୍ଟ ରେ ନେପାଳ, ଶ୍ରୀଲଙ୍କା, କୋରିଆ, ଜାପାନ ଭଳି 29 ଦେଶର ପ୍ରାୟ1155 ଜଣ ଖେଳାଳି ପ୍ରତିଯୋଗିତାରେ ଭାଗ ନେଇଥିଲେ। ରମେଶ ଏହି ଖେଳ ଦୀର୍ଘ ଚାରି ବର୍ଷ ହେବ ଗୁରୁ ଅପନା ମାଷ୍ଟ୍ର ଙ୍କ ଠାରୁ ଶିଖୁଥୁବା କହିଛନ୍ତି। ସେ ରାଜ୍ୟ, ଜିଲା, ବ୍ଲକ,ଅନ୍ତରାଜ୍ୟ, ଜିଲା ମାନଙ୍କରେ ଅନେକ ବାର ସ୍ୱର୍ଣ୍ଣ ପଦକ ଆଣି ଗୌରବ ପାଇସାରି ଛନ୍ତି। ତାଙ୍କର ଅକ୍ଲାନ୍ତ ପରିଶ୍ରମ ଓ ବିଚକ୍ଷଣ ପ୍ରତିଭା ପାଇଁ ଜେ କେ କାଗଜ କଳ ଜରିଆରେ ଖେଳାପାଇଁ ଉତ୍ସାହିତ କରିଥିବା କାଗଜ କଲର ସହଯୋଗରେ ଖେଳିବାକୁ ପଠାଇଥିବା ଲୋକ ସୂଚନା ଅଧିକାରୀ ନାଥ ବାବୁ କହିଛନ୍ତି। ସେଲଗାତାର ଭାବେ ଶ୍ରୀଲଙ୍କାରେ ,ବେଂଗୁଳୁର, କୋଲକାତା, ଜୟପୁର ଓ ଭୁବନେଶ୍ୱର ରୁ ସ୍ୱର୍ଣ୍ଣ ପଦକ ବିଜେତା ଅଟନ୍ତି। ତାଙ୍କର ଆର୍ଥିକ ସ୍ଥିତିକୁ ସୁ ଦୃଢ କରିବା ପାଇଁ କାଗଜ କଳରେ ଏକ ଅନିୟମିତ ତଳିଆ କର୍ମଚାରୀ ଭାବେ କାର୍ଯ୍ୟ ଯୋଗାଇ ଦେଇଥିବା ରମେଶ କହିଛନ୍ତି। ଦୁଃଖର ବିଷୟ ଏହିକିଯେ ବାପା ମା ଛେଉଣ୍ଡ ରମେଶ ଙ୍କ ଆର୍ଥିକ ସ୍ଥିତି ଅତି ଦୟନୀୟ ଅଟେ ତାଙ୍କର ଏଭଳି ପରିସ୍ଥିତି ଯୋଗୁଁ ଟିକେ ଅଭ୍ୟାସ ରେ ବ୍ୟାଘାତ ସୃଷ୍ଟି ହେଉଛି ନଚେତ ଅଲମ୍ପିକ ଖେଳରେ ମଧ୍ୟ କୃତିତ୍ୱ ହାସଲ କରି ପାରନ୍ତି ବୋଲି କହିଛନ୍ତି। ଅନେକ ସମୟରେ ନବ ଭାରତ ନିର୍ମାଣ ପାର୍ଟି ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଡକ୍ଟର ବୋମାଲି କାନ୍ତରାଓ ଙ୍କ ସହଯୋଗରେ ଅନେକ ପ୍ରତି ଯୋଗୀତାରେ ଯୋଗ ଦେଇଥିବା କହିଛନ୍ତି। କିନ୍ତୁ ବଡ଼ ଦୁଃଖର ବିଷୟ ହେଲା ଏହି ପ୍ରତିଭା ବାନ କରାଟେକା ପାଇଁ ଜିଲ୍ଲା ପ୍ରଶାସନ ର ଉଦାସୀନତା କାହିଁକି ଜଣା ପଡୁନାହିଁ। ଏନେଇ ଜିଲା ଖେଳ ଅଧିକାରୀ ଶେଖ ଅଲିମ ନୁର ଙ୍କୁ ପଚାରିବାରୁ ସେ ବିଷୟରେ ମୁ କିଛି କରି ପାରିବି ନାହିଁ କାରଣ ଆମ ଅଜାଣତରେ ଯାଇଥିବା ଖେଳାଳିଙ୍କ ପାଇଁ କିଛି ବ୍ୟବସ୍ଥା ନାହିଁ ଯଦି ଜିଲା ପ୍ରଶାସନର ଜାଣତରେ ହେଇଥାନ୍ତା ତାହେଲେ କିଛି କରି ହୁଅନ୍ତା ବୋଲି ନକରାତ୍ମକ ମନ୍ତବ୍ୟ ଦେଇ କ୍ରୀଡା ପ୍ରେମୀଙ୍କୁ ନିରୁତ୍ସାହିତ କରିଛନ୍ତି। ଯଦି ଏଭଳି କ୍ରୀଡା ପ୍ରେମୀଙ୍କୁ ଅବହେଳା କରାଯାଏ2ତାହେଲେ ଆଗାମୀ ଦିନରେ ସମସ୍ତ କ୍ରୀଡା ପ୍ରେମୀଙ୍କୁ ଏକଜୁଟ କରି ଏହାର ବିରୁଦ୍ଧରେ ଆନ୍ଦୋଳନ କରିବାକୁ ପଛାଇବ ନାହିଁ ବୋଲି ନବ ଭାରତ ନିର୍ମାଣ ପାର୍ଟି ର ଅଧ୍ୟଖ୍ୟ ଶ୍ରୀ କାନ୍ତରାଓ କହିଛନ୍ତି।

related posts

Leave a Comment