ଫୁଲବାଣୀ-୨୦/୧୧(ସୁନୀଲ ପଟନାୟକ): ସୋମବାର କନ୍ଧମାଳବାସୀଙ୍କ ପାଇଁ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲତ କାର୍ଡର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ,
ରାଜ୍ୟସରକାରଙ୍କ ଏହି ଭଳି ପ୍ରାୟାସ ଯୋଗେ ଗରିବଲୋକେ ଅର୍ଥାଭାବରୁ ଚିକିତ୍ସା କରାଇ ନ ପାରିବାର ଭୟ ଦୁର ହେବାରେ ଲାଗିଛି। ମୁଖ୍ୟମନ୍ତ୍ରୀଙ୍କ ଏହି ସଫଳ ଯୋଜନା
ଏବେ ଗରିବଙ୍କ ମୁହଁରେ ହସ ଫୁଟାଇବାରେ । ସହାୟକ ହୋଇଛି ।
ସୋମବାର କନ୍ଧମାଳ ଗସ୍ତରେ ଆସିବେ ମୁଖ୍ୟମନ୍ତ୍ରୀ। ଜିଲ୍ଲାରେ ବିଜୁ ସ୍ଵାସ୍ଥ୍ୟକଲ୍ୟାଣ ଯୋଜନାରେ ସ୍ମାର ଟହେଲ ତକାର୍ଡ଼ ବଣ୍ଟନର ଶୁଭାରମ୍ଭ କରିବେ ନବୀନ ।
ଏହା ସହିତ ବିଭିନ୍ନ ପ୍ରକଳ୍ପ ର ଶୁଭାରମ୍ଭ ଓ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ।
ସୋମବାର ହେଲିକ।ପ୍ଟର ଯୋଗେପୂର୍ବାହ୍ନ ୧୧ଟା ବେଳେ ଆସି ଫୁଲ ବାଣୀସ୍ଥିତ ଷ୍ଟାଡିୟମରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ। ସେଠାରେ ଆୟୋଜିତ ସାଧାରଣ ସଭାରେ ସମ୍ବୋଧିତ କରିବା ସହ କନ୍ଧମାଳଜିଲ୍ଲାବାସୀଙ୍କ ପାଇଁ
ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ହେଲ ତ କାର୍ଡ୍ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ।
ଏହି ଯୋଜନାରେ କନ୍ଧମାଳ ଜିଲ୍ଲାର ୧୨ଟି ବ୍ଲକ ଓ ୩ଟି ପୌରାଞ୍ଚଳରେ ୧ ଲକ୍ଷ ୬୫ ହଜାର ୯୭ ଜଣ ହିତାଧିକାରୀ ସ୍ମାର୍ଟ ସ୍ୱାସ୍ଥ୍ୟସେବା ପାଇବେ ।
ଯେଉଁଥିରେ ପରିବାରର ପ୍ରତି ସଦସ୍ୟଙ୍କ ପାଇଁ ୫ ଲକ୍ଷ ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ଖର୍ଚର ସୁବିଧା ରହିଛି । ଦେଶର ୨ ଶହ ବଡ ବଡ ବଛା ବଛା ହସପିଟ। ଲ ରେଏହି ସ୍ମାଟ ହେଲତକାର୍ଡ ମାଧ୍ୟମରେ ଚିକିତ୍ସା ସେବା ପାଇ ପାରିବେ ଗରୀବ ଲୋକେ ।
ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କୁ କଂଗ୍ରେସ ପକ୍ଷରୁ
ତୀବ୍ର ବିରୋଧ କର। ଯିବ ବୋଲି କୁହାଯିବା ପରେ ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁଫୁଲବାଣୀ ସହରରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରାଯିବ ବୋଲି ପୋଲିସ ଅଧିକାରୀ କହିଛି ନ୍ତି।
ମୁଖ୍ୟମନ୍ତ୍ରୀଙ୍କ କIର୍ଯ୍ୟକ୍ରମରେ ମାତ୍ର୨୫୦ ଜଣ ହିତାଧିକାରୀଙ୍କୁ ସ୍ମାର୍ଟ ହେଲ ତ କାର୍ଡ ବଣ୍ଟନ କରାଯିବ, I
ମୁଖ୍ୟମନ୍ତ୍ରୀ କେବଳ ୮/୧୦ ଜଣଙ୍କୁ ପ୍ରଦାନ କରିବାବେଳେ ବାକି ଉପସ୍ଥିତ ମନ୍ତ୍ରୀ, ଓ ସାଂସଦମାନେ ପ୍ରଦାନ କରିବେ ।
ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ପାଖାପାଖି ୨୦ ପ୍ଲାଟୁନ ପୋଲିସ ସମେତ ଅତିରିକ୍ତ ଏସପି, ଡିଏସପି ,ଆଇଆଇସି,ଏସଆଇ ସମେତ ବହୁବରିଷ୍ଠ ପୋଲିସ ଅଧିକାରୀଙ୍କୁ ନିୟୋଜିତ କରାଯିବ ବୋଲି ଜଣାପଡିଛି।
ରାଜ୍ୟ ସରକାରଙ୍କ ଏଭଳି ପ୍ରୟାସ ଯୋଗୁଁ ଗରିବଲୋକଙ୍କ ମଧ୍ୟରେ ଅର୍ଥ ଅଭାବରୁ ଚିକିତ୍ସା କରାଇ ନ ପାରିବା ଭୟ ହେବାରେ ଲାଗିଛି। ମୁଖ୍ୟମନ୍ତ୍ରୀଙ୍କ ଏହି ସଫଳ ଯୋଜନା ଆଜି କନ୍ଧମାଳ ଜିଲ୍ଲାର ୬ଲକ୍ଷରୁ ଉର୍ଦ୍ଧ ଲୋକଙ୍କ ମୁହଁରେ ହସ ଫୁଟାଇଵ ।
ସୋମବାରମୁଖ୍ୟମନ୍ତ୍ରୀଙ୍କ କନ୍ଧମାଳ ଗସ୍ତ,ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ କରିବେ
Share with
previous post