Home Breaking News / ତାଜା ଖବର ଡାକ୍ତରଖାନା ପରିସରରୁ ଚୋରି ହୋଇଗଲା ଶିଶୁ

ଡାକ୍ତରଖାନା ପରିସରରୁ ଚୋରି ହୋଇଗଲା ଶିଶୁ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସୋନପୁର : ସୁବର୍ଣ୍ଣପୁର ଜିଲ୍ଲା ଡାକ୍ତରଖାନା ପରିସରରୁ ପିଲାଚୋରି ଅଭିଯୋଗ । ନବଜାତ ଶିଶୁ କନ୍ୟାକୁ ଆଈମା ହାତରୁ ନେଇ ଜଣେ ଅଜଣା ମହିଳା ଚମ୍ପଟ ହୋଇ ଯାଇଥିବା ନେଇ ସୋନପୁର ପୁଲିସ୍‌ ଷ୍ଟେସନ୍‌ରେ ଲିଖିତ ଅଭିଯୋଗ କରିଛନ୍ତି ଶିଶୁର ବାପା । ତେବେ ସୋନପୁର ପୁଲିସ୍‌ ଅତି ଗୁରୁତ୍ୱର ସହ ନେଇ ତଦନ୍ତ ଆରମ୍ଭ କରିଛି । ସୋନପୁର ଏସ୍‌ଡିପିଓ ପୁଷ୍ପାଞ୍ଜଳି ନିଙ୍ଗୀ ଏବଂ ଆଇଆଇସି ପୁଷ୍ପେନ୍ଦୁ ସାଗର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଭିନ୍ନ ସ୍ଥାନରେ ପୁଲିସ୍‌ ଟିମ୍‌ ଚଢାଉ କରି ତଦନ୍ତ ଜାରି ରଖିଛି ।

related posts

Leave a Comment