Home Breaking News ଆଜି ଛାଡଖାଇ, ଆମିଷବଜାରରେ ଲୋକଙ୍କ ହାଉଯାଉ

ଆଜି ଛାଡଖାଇ, ଆମିଷବଜାରରେ ଲୋକଙ୍କ ହାଉଯାଉ

by Times One Odia
Share with
     
 
 
   

ଫୁଲବାଣୀ-(ସୁନୀଲ ପଟ୍ଟନାୟକ) ଆଜି ଛାଡଖାଇ । ମାସ ଯାକ ଛାଡିଥିବା ଲୋକଙ୍କ ପାଟିରେ ଆଜି ଆମିଷ ଝୋଳ ଆଜି ପାଟିରେ ବାଜିବ । କାର୍ତ୍ତିକମାସ ଯାକ ହବିଷ କରିଥିଲେ ।ଗତକାଲି ପୂର୍ଣ୍ଣମା ଥିଲା। କରନା କଟକଣା କୋହଳ ହୋଇଥିବାରୁବହୁ ସଂଖ୍ୟା ରେ ଲୋକେ ସକାଳୁ ସକାଳୁ ଡଙ୍ଗା ମଧ୍ୟ ଭସାଇଥିଲେ। ମନ୍ଦିରରେ ଦୀପ ଜାଳି ପରୀ ବାର ର ଶୁଭ ମନାସୀ ଥିଲେ।
ହେଲେ ଆଜି ଛାଡଖାଇ ସନି ବାର ହୋଇଥିବାରୁ କିଛି ଲୋକଙ୍କ ମନଉଣା ହେଇଯାଇଥିଲା , Iଆଉ ଦିନଟିଏ ସେମାନଙ୍କୁଅପେକ୍ଷା କରିବାକୁ ପଡିବ l
ଆଜି ଛାଡଖାଇ । ସକାଳୁ ସକାଳୁଆମିଷବଜାର ରେ ଭିଡ଼ ଦେଖିବାକୁ ମିଳିଥିଲା।ଶନିବାର ଆମିଷ ଖାଉଥିବା ଲୋକଙ୍କ ରାତି ନ ପାଉଣୁ ଫୁଲ ବାଣୀ ସହରରେ ଥିବା ବିଭିନ୍ନ ଆମିଷ ଦୋକାନରେ ଲାଇନ ଲଗାଇ ଦେଇଥିଲେ। କିଏ ମଟନ ପାଇଁ ତ ଆଉ କିଏ ଚିକେନ ଦୋକାନରେ ଭିଡ଼ ଜମାଇଥିଲା। ସେହିପରି ମାଛ ମାକୈଟ ରେ ଆଜି ଏ ତଟା ଗହଳି ନଥିଲା । ଆସନ୍ତାକାଲି ରବିବାର ଛୁଟି ଥିବାରୁ ଆସନ୍ତ । କାଲି ପ୍ରବଳ ଭିଡ଼ ହେବ ଆଉବେପାର ଜମି ବ ବୋଲି ଆମିଷ ବ୍ୟବସାୟିମାନେ କହିଛନ୍ତି।

ତେବେ ଆଜି ଛାଡଖାଇଥିବାରୁ ଯେମିତି ହେଉ ଆଜି ପାଟିରେ ଆମିଷ ଝୋଳ ଟିକକ ବାଜିବ ସେ ଚିନ୍ତାରେ ସମସ୍ତେ । ମାସ ଯାକ ହବିଷାନ୍ନ ଖାଇ ସତେ ଯେପରି ପାଟିଟା ଟିକିଏ ହଡସିଆ ହୋଇ ଯାଇଥିଲା।ମାସ ଯାକ ପାଟିରେ ଟିକିଏ ମଟନ ଝୋଳ କି ଚିକେନ କଷା ,କି ମାଛ ବେସର ଟିକିଏ ବାଜି ନଥିଲା। ଶନିବାର ହେଲେବି ଛାଡ଼ଖାଇ ରେ ଯେମିତି ହେଲେ ଘରକୁ ଆମିଷ ଟିକିଏ ଯିବ। ଆଗରୁ ଘରଣୀ ଫରମାଇସ କରି ଛନ୍ତି ।
ଲୋକଙ୍କ ଡିମାଣ୍ଡ କୁ ଦେଖି ବ୍ୟବସାୟୀମାନେ ଚିକଣିଆ ଖାସୀ, ଚିକେନ ,ବିଭିନ୍ନ ଭେରାଇଟି ର ମାଛ,ଚିଙ୍ଗୁଡ଼ି ଆଦି ମହଯୁଦ ରଖିଥିଲେ।ତା ସାଙ୍ଗରେ ଚାହିଦା ଦେଖି ଦର ମଧ୍ୟ କଷି ଥିଲେ। ହେଲେ ଦରପ୍ରତି କାହାର ଖାତିର ନାହିଁ। ଯେତେ ଟଙ୍କା ପଡ଼ିଲେ ବି ଆଜି ଛାଡଖାଇ ରେ ଆର୍ମିଷ ପାଟିରେ ବାଜିବ । ଏହାର ଫାଇଦା ଉଠାଇଥିଲେ ବେପାରୀ,
ମାସେ ହେଲା ହାତ ବାନ୍ଧି କସିଥିଲେ।କାଂ ଭା ମଝିରେ ମଝିରେ ବେପାର ଟିକିଏ ହେଉଥିଲା । ଆଜିଛାଡଖାଇ ରେ ଭଲ ବେପାର ହେଉଥିବାରୁ ଆମିଷ ବେପାରୀ ବେଶ ଖୁସି ।ତେବେ ଛାଡଖାଇ ଶନିବାର ରେ ପଡ଼ିଥିବାରୁ ବେପାର ମାନ୍ଦା ଟିକେ ଥିବା ଆମିଷ ବ୍ୟବସାୟୀ କହିଛନ୍ତି l
ତେବେ ଆଜି ପରୀବା ମାର୍କେଟ ପୂରା ଖାଁ ଖାଁ ଲାଗିଥିଲା । ନିରାମିଷ ଲୋକେ ପନୀର ଓ ଛତୁଘରକୁ ନେଇ ଥିଲେ।
ହେଲେ କାର୍ତ୍ତୀକ ମାସରେ ମାସ ଯାକ ହବିଷ ବ୍ରତ କରି ନିଷ୍ଠାର ସହ ପୂଜାର୍ଚନା କରି ପରିବାରର ସୁଖସମୃଦ୍ଧି କାମନା କରୁଥିଲେସମସ୍ତେ ,ହେଲେ ଆଜିର ଆମିଷବଜାରକୁ ଦେଖିଲା ପରେ ସତେ ଯେପରି ଆଖିପିଛୁଳାକେ ସବୁ କିଛି ଓଲଟପାଲଟ ହୋଇଗଲା ପରି ମନେ ହେଉଥିଲା।

related posts

Leave a Comment