ଝାଡଖଣ୍ଡରେ ମାଓନେତା ପ୍ରଶାନ୍ତ ବୋଷ ଏବଂ ଶୀଲା ଗିରଫ ପ୍ରତିବାଦରେ ୨୪ ଘଂଟିଆ ଝାଡଖଣ୍ଡ ବନ୍ଦ ଡାକରା ଦେଇଛି ମାଓ ସଂଗଠନ । ଦୁଇ ମାଓନେତାଙ୍କ ଗିରଫ ପ୍ରତିବାଦରେ ଏହି ବନ୍ଦ ଆହ୍ୱାନ ଦେଇଛି ନକ୍ସଲ ସଂଗଠନ । ଏପରି ସମୟରେ ବଡ ଦୁର୍ଘଟଣାର ଖବର ଆସିଛି । ଶୁକ୍ରବାର-ଶନିବାର ରାତିରେ ଚାଇଁବସାରେ ମାଓବାଦୀ ଉଡାଇ ଦେଇଛନ୍ତି ରେଳଧାରଣା । ଲାଣ୍ଡମାଇନ୍ସ ଲଗାଇ ମାଓବାଦୀ ପୁରା ରେଳଧାରଣା ଉଡାଇ ଦେଇଛନ୍ତି । ଏହି ରୁଟରେ କିଛି ସମୟ ପରେ ମୁମ୍ୱାଇ-ହାଓଡା ମେଲ୍ ଯିବାର ଥିଲା । ଦୁର୍ଘଟଣା ସ୍ଥଳ ଠାରୁ କିଛି କିଲୋମିଟର ଆଗରୁ ବିସ୍ଫୋରଣର ସୂଚନା ପାଇ ରେଳକୁ ଅଟକାଇ ଦିଆଯାଇଥିଲା । ଫଳରେ ଏକ ବଡ ଅଘଟଣକୁ ଏଡାଇ ଦିଆଯାଇପାରିଛି ।
ଚାଇଁବସାରେ ଏହି ରେଳ ଧାରଣା ଉଡାଇବା ଘଟମା ସୋନୁଆ-ଲୋଟାପାହାଡ ମଧ୍ୟରେ ହୋଇଛି । ଗତକାଲି ରାତି ପ୍ରାୟ ୨ଟା ସମୟରେ ଏହି ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି ।
ସେହିପରି ଝାଡଖଣ୍ଡର ଲାତେହରରେ ମଧ୍ୟ ମାଓବାଦୀ ଉଡାଇଛନ୍ତି ରେଳଧାରଣା । ଲାତେହରର ଡେମୁ-ରିଚୁଘୁଟା ଠାରେ ବିଳମ୍ୱିତ ରାତିରେ ଲାଣ୍ଡମାଇନ୍ସ ଲଗାଇ ରେଳ ଧାରଣା ଉଡାଇ ଦେଇଛନ୍ତି । ଫଳରେ ରେଳ ଚଳାଚଳ ପୁରା ଠପ୍ ହୋଇଛି ।
ଭାକପା ମାଓବାଦୀ ପଲିଟି ବ୍ୟୁରୋ ସଦସ୍ୟ ପ୍ରଶାନ୍ତ ମଣ୍ଡଳ ଓରଫ କିଶନକୁ କିଛି ଦିନ ତଳେ ଝାଡଖଣ୍ଡ ପୋଲିସ ଗିରଫ କରିଥିଲା । ଏକ କୋଟି ଟଙ୍କାର ପୁରାସ୍କାର ରାଶି ରହିଥିଲା ଏହି ନକ୍ସଲ ମୁଣ୍ଡରେ । ପ୍ରଶାନ୍ତ ସହିତ ତାର ପତ୍ନୀ ଶୀଲା ମଧ୍ୟ ଗିରଫ ହୋଇଛି । ପ୍ରଶାନ୍ତ ମଣ୍ଡଳ ବିହାର-ଝାଡଖଣ୍ଡରେ ମାଓ ସଂଗଠନର ବଡ ଚେହେରା । ଭାକପା ମାଓବାଦୀ ପାର୍ଟିର ସେ ଦୁଇ ନଂବର ଚେହେରା । ଏହାକୁ ନେଇ ମାଓ ସଂଗଠନ ରକ୍ତ ଚାଉଳ ଚୋବାଉଛି ।