Home Breaking News / ତାଜା ଖବର ଗଞ୍ଜେଇ ଚାଷ ନଷ୍ଟ କଲା ସଦର ପୋଲିସ, ଓ ଅବକାରୀ ବିଭାଗ

ଗଞ୍ଜେଇ ଚାଷ ନଷ୍ଟ କଲା ସଦର ପୋଲିସ, ଓ ଅବକାରୀ ବିଭାଗ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ- ୧୯ /୧୧(ସୁନୀଲ ପଟ୍ଟନାୟକ)କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ ଚୋରା ଗ6ଞ୍ଜଇ କାରବାର ବୃଦ୍ଧି ପାଉଥିବା ଯୋଗୁଁ ଚୋରା ଗଞ୍ଜେଇ ଚାଷ ନଷ୍ଟ କରିବା ଲାଗି ଏବେ ଅଣ୍ଟାଭିଡ଼ିଛି ପୋଲିସ ଓ ଅବକାରୀ ବିଭାଗ। ଶୁକ୍ରବାର କନ୍ଧମାଳ ଜିଲ୍ଲା ସଦର ପୋଲିସ ଓ ଅବକାରୀ ବିଭାଗର କର୍ମଚାରୀ ମାନେ ମିଶି ସୁଡ଼ରେଜୁ ପଞ୍ଚାୟତର ପଣସ ପଦର, ବରପଡା, କାଟ୍ରି ଆମ୍ବା, ଗ୍ରାମର ନାଳ ନିକଟରେ ବେଆଇନ ଭାବେ ଲଗାଯାଇଥିବା ୧୫୮ ଏକର ଗଞ୍ଜେଇ ଗଛ ନଷ୍ଟ କରିଥିବା କଥା ଏସିଡି ପିଓ ମହେନ୍ଦ୍ରନାଥ ମୁର୍ମୁ କହିଛନ୍ତି । ଏ ସବୁ ନଷ୍ଟ ହୋଇଥିବା ଗଞ୍ଜେଇ ଗଛମୂଲ୍ୟ ୧୫ କୋଟି ଟଙ୍କା ହେବ ବୋଲି ଏସଡିପିଓ ମୁର୍ମୁ କହିଛନ୍ତି ।
ଏଥିରେ ସଦର ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା , ,ସଦର ଏସଡ଼ିପିଓ ମହେନ୍ଦ୍ରନାଥ ମୁର୍ମୁ, ମାଜିଷ୍ରେଟଦାୟୀତ୍ଵରେ ଥିବା ତହସିଲଦାର ସମେତ ବହୁ ପୋଲି ସ ଓ ଅବକାରୀ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।
ଏନେଇ ପୋଲିସ ୧୫0/୧୬ ୨୧ଧାରା ୨୦ ଏଓଏନଡିପିଏସ ରେ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଥିବା କହିଛନ୍ତି ସଦର ଥାନା ଅଧିକରୀ ପ୍ରଶାନ୍ତ କୁମାର ବେହେରା
ଆଗକୁ ମଧ୍ୟ ଏହି କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ଏସଡିପିଓ ମୁର୍ମୁ କହିଛନ୍ତି ।
ତେବେ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ଚଢ଼ାଉ ସତ୍ୱେ ବେଆଇନ ଗଂଜେଇ ଚାଷ ହେଉଛି କେମିତି ବୋଲି ପ୍ରଶ୍ନ ଉଠୁଛି l ଏଣୁ ପୋଲିସ ଓ ଅବକାରୀ ବିଭାଗ ଏଥିପ୍ରତି ସତର୍କ ଦ୍ରୁଷ୍ଟି ଦେବାକୁ ଦାବିହେଉଛି l

related posts

Leave a Comment