Home Breaking News ତିନି କୃଷି ଆଇନ ପ୍ରତ୍ୟାହାର କଲେ ମୋଦୀ ସରକାର, ଜାଣନ୍ତୁ କଣ କହିଲେ ପ୍ରଧାନମନ୍ତ୍ରୀ?

ତିନି କୃଷି ଆଇନ ପ୍ରତ୍ୟାହାର କଲେ ମୋଦୀ ସରକାର, ଜାଣନ୍ତୁ କଣ କହିଲେ ପ୍ରଧାନମନ୍ତ୍ରୀ?

by Times One Odia
Share with
     
 
 
   

କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ୩ କୃଷି ଆଇନ ପ୍ରତ୍ୟାହାର କରିନେଇଛନ୍ତି ମୋଦୀ ସରକାର । ଆଜି ଦେଶବାସୀଙ୍କୁ ସଂବୋଧନ କରିବା ସମୟରେ ପ୍ରଧାନମନ୍ତ୍ରୀ ୩ କୃଷି ଆଇନକୁ ପ୍ରତ୍ୟାହାର କରିନିିଆଯିବା ନେଇ କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଆମେ କିଛି ଚାଷୀଙ୍କୁ ବୁଝାଇବାରେ ସଫଳ ହୋଇପାରିଲୁ ନାହିଁ । ସେଥିପାଇଁ ଏହି ଆଇନକୁ ପ୍ରତ୍ୟାହାର କରିନେଉଛୁ ।
ପ୍ରଧାନମନ୍ତ୍ରୀ କହିଛନ୍ତି ଆମେ ଆଇନ ପ୍ରତ୍ୟାହାର କରିନେଉଛୁ, କିନ୍ତୁ ଏହାର ପବିତ୍ର କଥା, ପୂର୍ଣ୍ଣ ରୂପରେ ଶୁଦ୍ଧ, କିସାନଙ୍କ ହିତର କଥା, ଆମର ସମସ୍ତ ଉଦ୍ୟମ ପରେ ବି କିଛି ଚାଷୀଙ୍କୁ ବୁଝାଇ ପାରିଲୁ ନାହିଁ । କୃଷି ଅର୍ଥଶାସ୍ତ୍ରୀମାନେ, ବୈଜ୍ଞାନିକମାନେ, ଉନ୍ନତୀଶୀଳ ଚାଷୀମାନେ ଏହି କୃଷି ଆଇନର ମୂଲ୍ୟ ବୁଝାଇବାକୁ ବଡ ଉଦ୍ୟମ କରି ଆସିଥିଲେ ।
ଏହାସହିତ ମୋଦୀ କହିଛନ୍ତି ଆମ ସରକାର ଚାଷୀଙ୍କ ହିତ ବିଶେଷ କରି କ୍ଷୁଦ୍ରଚାଷୀଙ୍କ ହିତ ପାଇଁ, ଦେଶର କୃଷି ଜଗତର ହିତ ପାଇଁ, ଦେଶର ହିତ ପାଇଁ, ଗାଁ ଗରିବ ଲୋକଙ୍କ ଉଜ୍ୱଳ ଭବିଷ୍ୟ ପାଇଁ, କିସାନଙ୍କ ପ୍ରତି ସମର୍ପଣ ଭାବ ସହିତ ପୁରା ମୂଲ୍ୟବୋଧ ସହିତ ଏହି ଆଇନ ଆଣିଥିଲୁ । କିଛି ଚାଷୀଙ୍କୁ ବୁଝାଇ ପାରିବାରେ ବିଫଳ ହୋଇଥିବାରୁ ଆମେ ଏହି ତିନି କୃଷି ଆଇନକୁ ପ୍ରତ୍ୟାହାର କରିନେଉଛି ।

related posts

Leave a Comment