Share with
ଫୁଲବାଣୀ:୧୯/୧୧( ସୁନୀଲପଟ ନା ୟକ )ଆଜି କନ୍ଧମାଳ ଜିଲ୍ଲାର ସ୍ଥାନୀୟ ଫୁଲବାଣୀ ଅଦାଲତକୁ ଉଚ୍ଚ ନାୟାଳୟର ମୁଖ୍ୟ ବିଚାର ପତି ଜଷ୍ଟିସ ଡ଼ଃ ଏସ ମୁରଲୀଧରଙ୍କ ପରିଦର୍ଶନ କରିବାକୁ ଆସି ଥିଲେ।କୋର୍ଟ ପରିସରରେ ପ୍ରବେଶ ବେଳେ ଫୁଲବାଣୀ ବାର ଏସୋସିଏସନ ପକ୍ଷରୁ ପୁଷ୍ପଗୁଚ୍ଛ ଦେଇ ପ୍ରଵେଶ ପଥରୁ ପାଛୋଟି ନେଇଥିଲେ।ପରେ ନ୍ୟାୟ ମୂର୍ତ୍ତି କୋର୍ଟ ପରିସରରେ ଥିବା ସମସ୍ତ ଅଦାଲତ, ପାଠାଗାର,ମାଲଖାନା ଏବଂ ଫୁଲବାଣୀ ବାର କକ୍ଷ ପରିଦର୍ଶନ କରିବା ସହ ଫୋଟ ଉତ୍ତୋଳନ କରି ଥିଲେ।ପରେ ଜିଲ୍ଲା ଆଇନ ପ୍ରାଧିକରଣ ସଭାଗୃହରେ ଉଦବୋଧନ ଦେଇଥିଲେ।ଏହାପରେ ଫୁଲବାଣୀ ଓକିଲ ବାର ଆସୋସିଏସନରେ ପହଞ୍ଚି ବା ପରେ ବାର ସଭାପତି ସିଧେଶ୍ୱର ଦାଶଙ୍କ ସଭାପତିତ୍ୱରେ ଏକ ବୈଠକ ଆୟୋଜନ କରାଯାଇଥିଲା।ଏହି ବୈଠକରେମୁଖ୍ୟ ବିଚାରପତି ଯୋଗଦେଇ ଫୁଲବାଣୀ ବାର ଆସୋସିଏସନ ଏବଂ ଅଦାଲତକୁ ପ୍ରଶଂସା କରିବା ସହ ଓକିଲ ମାନଙ୍କୁ ଉପଯୁକ୍ତ ମାର୍ଗ ଦର୍ଶନ କରାଇଥିଲେ ।