ଚାନ୍ଦୋଳ(ସୁନୀଲ ସାହୁ): ଆକା ମା ବୈ, ପାନ ଗୁଆ ଥୋଇ l ପାନ ଗୁଆ ତୋର ମାସକ ଧରମ ମୋର l ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ର ଚାନ୍ଦୋଳ ରେ ବୋଇତ ବନ୍ଦାଣ ଉତ୍ସବ ପାଳିତ ହୋଇଯାଇଛି l ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଭୋଜନ କାର୍ୟକର୍ମ ଅନୁଷ୍ଠିତ ହୋଇଥିଲା l ବର୍ଷର ୧୨ ମାସ ଭିତରୁ ୪ଟି ମାସ ଆଷାଢ଼, କାର୍ତ୍ତିକ, ମାଘ ଓ ବୈଶାଖ ହେଉଛି ଅତି ପବିତ୍ର ଓ ଧର୍ମ ମାସ l କାର୍ତ୍ତିକ ହେଉଛି ଶ୍ରେଷ୍ଠ ଧର୍ମ ମାସ। ଆବାଳ ବୃଦ୍ଧ ବନିତା ପ୍ରତ୍ୟୁଷରୁ ସ୍ନାନ କରି ମାସ ସାରା ଦେବଦର୍ଶନ କଲେ ମହାପୁଣ୍ୟ ପ୍ରାପ୍ତି ହୁଏ। ନିର୍ବିଶେଷରେ ସମସ୍ତେ ଆମିଷ ଭୋଜନ ପରିତ୍ୟାଗ କରନ୍ତି। ପ୍ରତ୍ୟୁଷରୁ ସ୍ନାନ ଓ ଦେବଦର୍ଶନ ପରେ ଏକାଠି ହୋଇ ହବିଷ୍ୟାଳିମାନେ ଚଉରା ମୂଳେ ରାଇ ଦାମୋଦର ପୂଜା କରନ୍ତି l ସନ୍ଧ୍ୟାରେ ଆକାଶଦୀପ ପ୍ରଜ୍ୱଳନ କାର୍ତ୍ତିକ ବ୍ରତର ଏକ ମହତ୍ଵପୂର୍ଣ୍ଣ ଅଙ୍ଗ। ପିତୃଗଣଙ୍କୁ ପଥ ପ୍ରଦର୍ଶନ ଏବଂ ସେମାନଙ୍କ ଅନ୍ଧକାରାଚ୍ଛନ୍ନ ପଥକୁ ଆଲୋକିତ କରିବା ସକାଶେ ସୁଉଚ୍ଚ ସ୍ଥାନରେ ପ୍ରଦୀପ ପ୍ରଜଳ କରାଯାଇଥାଏ। କାର୍ତ୍ତିକ ମାସରେ ତୁଳସୀ ବୃକ୍ଷକୁ ଭକ୍ତି ସହକାରେ ଆରାଧନା କରାଯାଏ। ଜଗନ୍ନାଥଙ୍କୁ ପ୍ରତିଦିନ ତୁଳସୀ ଲାଗି କରାଯାଏ। କାର୍ତ୍ତିକ ମାସର ସୋମବାର ଦିନ ଶିବଙ୍କୁ ପୂଜା କରାଯାଏ ଏବଂ ସୋମବାର ବ୍ରତ ପାଳନ କରାଯାଏ। କାର୍ତ୍ତିକ ସୋମବାର ହବିଷ୍ୟ ପାଳନ ପୂର୍ବକ ଆଶୁତୋଷଙ୍କୁ ପୂଜାକଲେ ରୋଗ ଶୋକରୁ ମୁକ୍ତି ମିଳେ। କାର୍ତ୍ତିକ ମାସର ଆଜି ହେଉଛି ବୋଇତ ବନ୍ଦାଣ ଏହି ମାସରେ ମୃତ୍ୟୁବରଣ କଲେ ସ୍ବର୍ଗପ୍ରାପ୍ତି ହେବାର ବିଶ୍ବାସ ରହିଛି।
କଟକଣା ଭିତରେ ବୋଇତ ବନ୍ଦାଣ
Share with
previous post