Home Breaking News ଟ୍ରାକ୍ଟର ଓ ବାଇକ ଧକ୍କା ଜଣେ ମୃତ ଦୁଇ ଗୁରୁତର

ଟ୍ରାକ୍ଟର ଓ ବାଇକ ଧକ୍କା ଜଣେ ମୃତ ଦୁଇ ଗୁରୁତର

by Times One Odia
Share with
     
 
 
   

ବିନିକା ୧୯-୧୧ ଟ୍ରାକ୍ଟର ଓ ବାଇକ ଧକ୍କା ଜଣେ ମୃତ ଦୁଇ ଗୁରୁତର Iଆଜି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତଡା ଗ୍ରାମ ରେ ଟ୍ରାକ୍ଟର ଧକ୍କାରେ ଜଣେ ମୃତ ଦୁଇ ଜଣ ଗୁରୁତର I ଅନ୍ତଡା ଗାଁ ନିକଟରେ ଟ୍ରାକ୍ଟର ଓ ବାଇକକୁ ଧକ୍କା ହୋଇଥିଲା । ଘଟଣା ସ୍ଥଳରେ ଅନ୍ତଡା- ଆମପାଲି ଗ୍ରାମର ଶିବା ସୁନା (୧୫)ଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁରୁଦେବ ସୁନା (୧୫)ଓ ପୂର୍ଣଚନ୍ଦ୍ର ସୁନା (୧୭)ଗୁରୁତର ହୋଇଛନ୍ତି Iଖବର ଘଟଣା ସ୍ଥଳରେ 108 ଆମ୍ବୁଲାନ୍ସ ଓ ବିନିକା ଅଗ୍ନିଶମ ବାହିନୀ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା Iଗୁରୁଦେବ ଓ ପୂର୍ଣ୍ଣଚନ୍ଦ୍ରଙ୍କ ଅବସ୍ଥା ଗୁରୁତର ହେବାରୁ ତାକୁ ଅଧିକ ଚିକିତ୍ସା ପାଇଁ ବୁର୍ଲା ସ୍ଥାନାନ୍ତରିତ କରାଯାଇଛି I ଘଟଣା ସ୍ଥଳରେ ବିନିକା ପୋଲିସ ଆଇଆଇସି ପଵିତ୍ର ସାହୁ
ପହଂଚି ଶବକୁ ଜବତ କରିବା ସହିତ ଟ୍ରାକ୍ଟର ଓ ବାଇକକୁ ଥାନାକୁ ଆଣିଛି I ଏନେଇ ଘଟଣାର ତଦନ୍ତ ଜାରି ରଖିଥିବା ପୋଲିସ ସୁତ୍ରରୁ ଜଣାପଡିଛି

related posts

Leave a Comment