Home Breaking News / ତାଜା ଖବର ବଡ଼ମ୍ବାରେ ସ୍ମାର୍ଟ ସ୍କୁଲର ଶୁଭାରମ୍ଭ

ବଡ଼ମ୍ବାରେ ସ୍ମାର୍ଟ ସ୍କୁଲର ଶୁଭାରମ୍ଭ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଆଜି ବଡ଼ମ୍ବା ବାଳିକା ଉଚ୍ଚ ବିଦ୍ୟାଳୟରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଲୋକାର୍ପିତ ହେବାପରେ ଆଜି ବିଦ୍ୟାଳୟ କମିଟି ଓ ପ୍ରଧାନ ଶିକ୍ଷକଙ୍କ ଆନୁକୂଲ୍ୟରେ ଛାତ୍ରୀ ଶିକ୍ଷକ ଶିକ୍ଷୟତ୍ରୀ, ଅଭିଭାବକ ପ୍ରମୁଖଙ୍କ ଉପସ୍ଥିତିରେ ବିଧାୟକ ଶ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଛି । ଏଥିରେ ସମ୍ମାନିତ ଅତିଥି ଭାବେ , ବ୍ଲକ ଚେୟାରମ୍ୟାନ ଅନୁସୂୟା ନାୟକ, ବିଡ଼ିଓ ଉତ୍କଳ ଆଚାର୍ଯ୍ୟ , ଭାରପ୍ରାପ୍ତ ବିଇଓ ସ୍ଥାନୀୟ ଜନ ପ୍ରତିନିଧି ଶ୍ରୀ ମୁରଲୀ ମହାପାତ୍ର ଯୋଗଦେଇଥିଲେ । ପ୍ରଧାନ ଶିକ୍ଷକ ସରୋଜ ମିଶ୍ର, ସ୍କୁଲ କମିଟି ସଭାପତି ଶ୍ରୀ ତ୍ରିଲୋଚନ ରଣା, ଏ.ବି.ଇ.ଓ ଶ୍ରୀ ମତ୍ତମାନ ସିଂହ ବକ୍ତବ୍ୟ ରଖିଥିଲେ , ପୂର୍ବ ସଭାପତି ଶ୍ରୀ ମନୋଜ ପଟ୍ଟନାୟକ, ସମାଜସେବୀ ଶ୍ରୀ ରବୀନ୍ଦ୍ର ସାହୁ , ବ୍ଲକ ଉପାଧ୍ୟକ୍ଷ ସଦାନନ୍ଦ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

ଏଥିରେ ଯୋଗଦେଇ ବିଧାୟକ ଶ୍ରୀ ମିଶ୍ର ସ୍ମାର୍ଟ ସ୍କୁଲରେ ଡିଜିଟାଲ ମୋଡ଼ରେ ପିଲାଙ୍କୁ ଶିକ୍ଷା ପ୍ରଦାନରେ ଅଧିକ ବୋଧଗମ୍ୟତା ଆସିବା ସହ ବିଦ୍ୟାଳୟ ରେ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ନିଷ୍ଠାପର ଉଦ୍ୟମ ଘରେ ଅଭିଭାବକ ମାନଙ୍କ ପିଲାଙ୍କ ଉପରେ ନଜର ତଦବୀର ଗୁଣାତ୍ମକତା ଶିକ୍ଷାଦାନ କ୍ଷେତ୍ରରେ ସଫଳତା ଆଣିପାରିବ ବୋଲି କହିଥିଲି । ଚେୟାରମ୍ୟାନ ଓ ଅନ୍ୟ ଅତିଥି ମାନେ ଶୁଭେଚ୍ଛା ଜଣାଇଥିଲେ । ବିଦ୍ୟାଳୟ କମିଟି ଅଧ୍ୟକ୍ଷ ଓ ପ୍ରଧାନ ଶିକ୍ଷକ ସ୍ୱାଗତ ଜଣାଇଥିଲେ । ବିଡ଼ିଓ ଶ୍ରୀ ଆଚାର୍ଯ୍ୟ ଭିତ୍ତିଭୂମି ର ଉନ୍ନତିକରଣ ପାଇଁ କରାଯାଇଥିବା କାର୍ଯ୍ୟକ୍ରମ ର ସୂଚନା ଦେଇଥିଲେ । ଏହି ଅବସରରେ ଛାତ୍ର ମାନଙ୍କ ଦ୍ୱାରା ଚିତ୍ତକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ସୁରଭି ରେ କୃତବିଦ୍ୟ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ଓ ସାର୍ଟିଫିକେଟ ବିଧାୟକ ଙ୍କ ଦ୍ଵାରା ଦିଆଯାଇଥିଲା ।

related posts

Leave a Comment