Home Breaking News / ତାଜା ଖବର ଦିନବେଳେ କ୍ଷତ୍ରିୟବରପୁର ମୁଖ୍ୟ ରାସ୍ତାରେ ଭାଲୁ ଚଳପ୍ରଚଳ; ପ୍ରାଣ ବିକଳରେ ଦୌଡ଼ିଲେ ଛାତ୍ରଛାତ୍ରୀ

ଦିନବେଳେ କ୍ଷତ୍ରିୟବରପୁର ମୁଖ୍ୟ ରାସ୍ତାରେ ଭାଲୁ ଚଳପ୍ରଚଳ; ପ୍ରାଣ ବିକଳରେ ଦୌଡ଼ିଲେ ଛାତ୍ରଛାତ୍ରୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବେଲଗୁଣ୍ଠା,18/11, ଆଜି ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ମୁଖ୍ୟ ରାସ୍ତାରେ ଦିନବେଳେ ଭାଲୁ ବୁଲୁଥିବାର ଦେଖି ଲୋକେ ଛାନିଆ ହେବା ସହିତ ଛାତ୍ରଛାତ୍ରୀ ପ୍ରାଣ ବିକଳରେ ଦୌଡୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି I ସୂଚନା ପ୍ରକାରେ ଆଜି ସକାଳ ସାତ ଘଣ୍ଟା ସମୟରେ ଏକ ବିରାଟକାୟ ଭାଲୁ କବିରାଜପୁର ପଟରୁ ବିଲ ଭିତରେ ପଶି କ୍ଷତ୍ରିୟବରପୁର ହାଇସ୍କୁଲ୍ ଛକକୁ ବାହାରିଥିଲା I ସେହି ସମୟରେ କିଛି ଲୋକ ପ୍ରାତଃଭ୍ରମଣ କରୁଥିବା ବେଳେ ବହୁ ଛାତ୍ରଛାତ୍ରୀ ଟ୍ୟୁସନ୍ କୁ ଯାଉଥିଲେ I ଭାଲୁକୁ ଛାତ୍ରଛାତ୍ରୀ ମାନେ ଜୀବନ ବିକଳରେ ସାଇକେଲ୍ ଏବଂ ବ୍ୟାଗ୍ ଫୋପାଡ଼ି ରାସ୍ତା ଉପରେ ଦୌଡ଼ିଥିବା ବେଳେ କିଛି ଲୋକ ଭାଲୁ ପଛରେ ପାଟିତୁଣ୍ଡ କରି ଗୋଡ଼ାଇଥିଲେ I ଭାଲୁଟି କ୍ଷତ୍ରିୟବରପୁର ବିଦ୍ୟୁତ୍ କାର୍ଯ୍ୟାଳୟ ଏବଂ ଶିଳ୍ପ ତାଲିମ୍ କେନ୍ଦ୍ର ଦେଇ ଉତ୍ତରାୟଣୀ ଦେବୀ ପୀଠ ଥିବା ପାହାଡ଼ ପଟେ ଦୌଡ଼ି ପଳାଇଥିଲା I ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏକ ମାସ ଭିତରେ ଭାଲୁଟି ଏହି ରାସ୍ତାରେ ଦୁଇ ତିନି ଥର ଦେଖାଗଲାଣି I କ୍ଷତ୍ରିୟବରପୁରରେ ଉଚ୍ଚ ବିଦ୍ୟାଳୟ, ଶିଳ୍ପ ତାଲିମ୍ କେନ୍ଦ୍ର, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସ୍ନାତକ ମହାବିଦ୍ୟାଳୟ,ଆଦର୍ଶ ବିଦ୍ୟାଳୟ,ସନ୍ଧାନ ପବ୍ଳିକ୍ ସ୍କୁଲ୍ ଭଳି ଏକାଧିକ ଶିକ୍ଷାନୁଷ୍ଠାନ ଥିବାରୁ ପ୍ରତିଦିନ ଏହି ଅଞ୍ଚଳକୁ ଶହ ଶହ ପିଲା ପାଠ ପଢିବା ପାଇଁ ସ୍କୁଲ୍ ,କଲେଜ୍ ଏବଂ ଟ୍ୟୁସନ୍ କୁ ଆସନ୍ତି I ଆଜି ରାସ୍ତାରେ ଭାଲୁକୁ ଦେଖି ଛାତ୍ର ଛାତ୍ରୀ ମାନେ ପ୍ରବଳ ମାତ୍ରାରେ ଡରି ଯାଇଥିବା ବେଳେ ଅବିଭାବକମାନେ ମଧ୍ୟ ଆଗକୁ ଭାଲୁ ଦ୍ୱାରା କୌଣସି ଦୁର୍ଘଟଣା ଘଟିପାରେ ବୋଲି ଆଶଙ୍କା କରିଛନ୍ତି I ଏଣୁ କୌଣସି ବଡ଼ ଧରଣର ଦୁର୍ଘଟଣାର ଘଟିବା ପୂର୍ବରୁ ବନ ବିଭାଗ ତରଫରୁ ଉଚିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି I ଏନେଇ ଗାଙ୍ଗପୁର ବନପାଳ ଜି ଭେଙ୍କଟ ରାଓ ଦୋରାଙ୍କ ପ୍ରତିକ୍ରିୟା ନେବାରେ ଭାଲୁଟି ନିକଟସ୍ଥି ଉତ୍ତରାୟଣୀ ପାହାଡରେ ରହୁଥିବା ବେଳେ ଭାଲୁଟି କାଲା ଥିବା କଥା ବନ ବିଭାଗ ପାଖରେ ସୂଚନା ଥିବା ସେ କହିଛନ୍ତି I ଏହା ସହ ବନ ବିଭାଗ ତରଫରୁ ଭାଲୁଟି ଉପରେ ତୀକ୍ଷ୍ଣ ନଜର ରଖାଯାଇଥିବା ବନପାଳ ଶ୍ରୀ ଦୋରା ପ୍ରକାଶ କରିଛନ୍ତି I

related posts

Leave a Comment