Home Breaking News / ତାଜା ଖବର ମଟର ଡ୍ରାଇଭର ସଂଘର କର୍ମକର୍ତ୍ତା ଚୟନ

ମଟର ଡ୍ରାଇଭର ସଂଘର କର୍ମକର୍ତ୍ତା ଚୟନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କୋକସରା,(ଦେବେନ୍ଦ୍ର ସାଗର ) କୋକସରା ବ୍ଲକ ମୋଟେର ମଣ୍ଡି ପ୍ରାଙ୍ଗଣରେ ମୋଟେର ପଞ୍ଚାୟତ ସ୍ତରୀୟ ଡ୍ରାଇଭର ସଂଘର ସାଧାରଣ ବୈଠକ ଓ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଛି । ବୈଠକରେ ମୁଖ୍ୟ ଅତିଥି ଭାବେ ସମାଜ ସେବୀ ଦୁଷ୍ମନ୍ତ ପଟ୍ଟଯୋଶୀ ଯୋଦେଇଥିଲେ । ସମ୍ମାନିତ ଅତିଥି ଭାବରେ,କୋକସରା ଡ୍ରାଇଭର ସଂଘ ଏଡ୍‌ମିନ ଚଇ ଗୋପାଳ, ଲୁଲୁ ଯାଦବ, ସଂଜୟ କୁମାର ଦାସ, ଦେବେନ୍ଦ୍ର ସାଗର, ଲାଲା ପଟ୍ଟନାୟକ, ବୃନ୍ଦାବନ ଦୁର୍ଗା ପ୍ରମୂଖ ଯୋଗଦେଇ ଡ୍ରାଇଭର ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ଏହି ଅବସରେ ମୋଟେର ପଞ୍ଚାୟତ ସ୍ତରୀୟ ଡ୍ରାଇଭର ସଂଘର କର୍ମକର୍ତ୍ତା ଚୟନ କରାଯାଇଥିଲା । ଏଥିରେ ସଭାପତି ଭାବେ ଦିଗାମ୍ବର ଦାସ ମନୋନୀତ ହୋଇଥିବାବେଳେ ଉପ ସଭାପତି ବାସୁଦେବ ହାତୀ , ସଂପାଦକ ପରମେଶ୍ୱର ପୂଝାରୀ , ସହ ସଂପାଦକ ସୁନୀଲ ପଟେଲ ଓ କେଷାଧ୍ୟକ୍ଷ ଭାବରେ ସୁଶୀଲ ପଟେଲ ମନୋନିତ ହୋଇଥିଲା । କାର୍ଯ୍ୟକ୍ରମକୁ ସୁଶୀଲ ପଟେଲ ପରିଚାଲନା କରିଥିଲେ l ଈଶ୍ୱର ବେହେରା,କ୍ରିଷ୍ଣା ଦୀପ କୃଷ୍ଣ ଚନ୍ଦ୍ର ଗହୀର,କମଳ ଦଳପତି, ସୁଶୀଲ ବେହେରା,ମହେନ୍ଦ୍ର ବେମାଲ,ସୁରେନ୍ଦ୍ର ଶବର,ଅମିତ ନାଏକ,ସହଯୋଗ କରିଥିବାବେଳେ ବୈଠକରେ ବିଭିନ୍ନ ପଞ୍ଚାୟତରୁ ଶତାଧିକ ଡ୍ରାଇଭର ଯୋଗ ଦେଇଥିଲେ ।

related posts

Leave a Comment