Home Breaking News / ତାଜା ଖବର ବିଳମ୍ବିତ ରାତିରେ ଫିଲ୍ମ ଷ୍ଟାଇଲରେ ଡକାୟତି

ବିଳମ୍ବିତ ରାତିରେ ଫିଲ୍ମ ଷ୍ଟାଇଲରେ ଡକାୟତି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିନିକା ୧୭-୧୧ – ବିଳମ୍ବିତ ରାତିରେ ଫିଲ୍ମ ଷ୍ଟାଇଲରେ ଡକାୟତି ୩ ଲକ୍ଷ ୪୭ହଜାର ୮ ସହ ଟଙ୍କା ଡକାୟତି ସହ ଦୁଇଟି ମୋବାଇଲ ଲୁଟ କରି ୩ଟି ବାଇକରେ ୬ ଜଣ ଡକାୟତ ଆସି ଫେରାର Iଗତକାଲି ବିଳମ୍ବିତ ରାତିରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ବିଶାଲପାଲି ଛକ ନିକଟରେ ଗାଡି ମାଲିକ ସୁରେଶ ଠାକୁର ଓ ପିକଅଫ ଗାଡିର
ଡ୍ରାଇଭର ଜୟପାଳ ମହାନନ୍ଦଙ୍କୁ ପ୍ରବଳ ମାଡ଼ ମାରିବା ସହିତ ବ୍ଲେଡରେ ହାତ,ଗୋଡ଼,ଦେହ ଓ ବେକରେ ମାରି ଦେଇଥିଵା ଜଣାପଡିଛି I ଗାଡି ମାଲିକ ଓ ଡ୍ରାଇଭର ଗୁରୁତର ହୋଇ ଘଟଣା ସ୍ଥଳରେ ଚେତାସୁନ୍ୟ ହୋଇ ପଡ଼ିଥିଲେ ।ଏମାନେ ପିକଅଫ ଓଡି14ଏମ-4114 ଗାଡ଼ିରେ ଗଞ୍ଜାମ ଜିଲ୍ଲା ଆସିକା ଶେରଗଡ଼ରୁ ଫେନସି ସାମଗ୍ରୀ ଦୋକାନୀ ମାନଙ୍କୁ ଦେଇ ସାରିବା ପରେ ଟଙ୍କା ୩ ଲକ୍ଷ ୪୫ ହଜାର ଗାଡ଼ିରେ ଥିଲାବେଳେ ଗାଡି ମାଲିକ ଶ୍ରୀ ଠାକୁର ପେଟରେ ୨୮୦୦ ଟଙ୍କା ହାତରେ ଥିଲା । ଆସିକା ର
ରୁ ବରଗଡ଼ ଫେରୁଥିଲେ ।ବରଗଡ ଫେନ୍ସି ସାମାନ ମାଲିକ ବିକାଶ ଲାଟ ହୋଇ ଥିବା ଗାଡି ମାଲିକ ଶ୍ରୀ ଠାକୁର ପ୍ରକାଶ କରିଛନ୍ତି ।କୁ ଫେରୁଥିଲେ Iକିନ୍ତୁ ବିନିକା ଥାନା ବିଶାଲପାଲି ଛକରେ ଛଅ ଜଣ ଡକାୟତ ଖଣ୍ଡା,ଭୁଜାଲିରେ ଭୟଭୀତ କରିବା ସହିତ ପ୍ରବଳ ମାଡମାରି ବ୍ଲେଡରେ ସବୁଆଡେ କାଟିଦେଇ ଟଙ୍କା ଓ ମୋବାଇଲ ଧରି ଫେରାର ମାରିଥିଲେ I ସେହି ରାସ୍ଥା ବିନିକା ଜଣେ ଭଦ୍ର ବ୍ୟକ୍ତି ସେହି ସମୟରେ ଫେରୁ ଥିଲେ ସେ ଆମ୍ଵୁଲେସ କୁ ଫୋନ କରିବାରୂ ଘଟଣା ସ୍ଥଲରୁ ଉଭୟଙ୍କୁ ଉଦ୍ଧାର କରି ବିନିକା ଡାକ୍ତରଖାନା କୁ ଆଣି ମତ୍ତି କରିଥିଲେ । ଉଭୟ ଙ୍କ ହୋସ ଆସିଲା ପରେ ଗାଡିମାଲିକ ଶ୍ରୀ ଠାକୁର ବିନିକା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଗତକାଲି ରାତିରେ ଖବରପାଇ ଵିନିକା ଆଇଆଇସି ପଵିତ୍ର ସାହୁ ଓ
ପୁଲିସ ଷ୍ଟାପ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ଦିର୍ଘ ଘଣ୍ଟା ଵିତି ଯାଇଥିଲେ ମଧ୍ୟ ପୁଲିସ ଘଟଣା ର ଟେର ପାଇନାହିଁ

related posts

Leave a Comment