Home Breaking News / ତାଜା ଖବର ଉତ୍କଳ ଆଲୁମିନାର ‘ପ୍ରୋଜେକ୍ଟ ଉଦ୍ୟମୀ’ ଉଦଘାଟିତ

ଉତ୍କଳ ଆଲୁମିନାର ‘ପ୍ରୋଜେକ୍ଟ ଉଦ୍ୟମୀ’ ଉଦଘାଟିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା- ୧୭/୧୧-(ଧନେଶ୍ବର ରାଉତ): ଜୀବନରେ ରୂପାନ୍ତରଣ ଆଣିବା ଏବଂ ଏହା ଚତୁର୍ପାରେ ବାସ କରୁଥିବା ଜନ ସମୁଦାୟଙ୍କ ପାଇଁ ସାମାଜିକ ଅର୍ଥନୈତିକ ସୂଚକଗୁଡିକୁ ପରିବର୍ଦ୍ଧିତ କରିବା ଦିଗରେ ନିରନ୍ତର ଭାବରେ ଚଳାଇଥିବା ପ୍ରୟାସର ଅଂଶରୂପ ଆଦିତ୍ୟ ବିର୍ଲା ଗୃପର ହିଂଣ୍ଡାଲକୋ ଇଣ୍ଡଷ୍ଟିଳ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ ଓ ଏରପ୍ରାଇଜ ଡେଭଲପମେଣ୍ଟ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ (ଇଡିଆଇଆଇ) ସହଭାଗିତାରେ ଆଜି ଟିକିରିରେ ପ୍ରୋଜେକ୍ଟ ଉଦ୍ୟମୀ ଉଦଘାଟିତ ହୋଇଛି । ଏହି ପ୍ରକଳ୍ପ କାଶିପୁର ଏବଂ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ଅଣ କୃଷି ଏବଂ କୃଷି ସମ୍ପର୍କିତ କ୍ଷେତ୍ରରେ ୩୦ ୦ ଉଦ୍ୟୋଗୀଙ୍କୁ ପ୍ରୋସାହିତ କରିବା ଲକ୍ଷ୍ୟ ରଖୁଛି ।ବ୍ୟବସାୟିକ ବିକାଶମୂଳକ ସେବା ଯୋଗାଇଦେବାକୁ ଗୋକୁଳମୁଣ୍ଡା ଟିକିରିଠାରେ ଏକ ଗ୍ରାମ ବ୍ୟବସାୟ କେନ୍ଦ୍ର ସ୍ଥାପନ କରାଯାଇଛି, ଯାହା ଉଦ୍ୟୋଗଗୁଡିକ ସମ୍ପର୍କରେ ମୋଟାମୋଟି ଚିତ୍ର ପ୍ରସ୍ତୁତି, ବ୍ୟବସାୟିକ ଯୋଜନା ପ୍ରସ୍ତୁତି, ସମ୍ମିଶ୍ରଣ, ବଜାର ସହାୟତା ଆଦି ସେବା ଯୋଗାଇଦେବ । ଏଥିସହିତ ବଳାର ଚାହିଦା ପୂରଣ କରିବାକୁ ଏହା ଜୀବିକା ଉପାର୍ଜନ ପୁଞ୍ଜି ର ବିକାଶ କରିବା ସହିତ ଗ୍ରାମାଞ୍ଚଳ ଉଦ୍ୟୋଗସମୂହକୁ ସମର୍ଥନ ଯୋଗାଇବ ଏବଂ ପ୍ରଥମେ ତଥା ଦ୍ବିତୀୟ ପିଢିରେ ଉଦ୍ୟୋଗୀଙ୍କ ମଧ୍ୟରେ କୁଶଳତା ଓ ଜ୍ଞାନର ବିକାଶ ଘଟାଇବ ।ଉଦଘାଟନି କାର୍ଯ୍ୟକ୍ରମରେ ଉତ୍କଳ ଆଲୁମିନା ୟୁନିଟ ହେଡ ଶ୍ରୀ ମଜହର ବେଗ, କିଏମ ସିଏସଆର, ସିଆର ଆଣ୍ଡ ସଷ୍ଟେନେବିଲିଟି ଡଃ. ଲୋପାମୁଦ୍ରା ପ୍ରିୟଦର୍ଶିନୀ, ଇଡିଆଇଆଇ ଓଡ଼ିଶାର ରିଜିଓନାଲ ଇନଚାର୍ଜ ଡଃ ସୁବ୍ରତ ବିଶ୍ବାଳ ଏବଂ ଇଡିଆଇଆଇର ଅକାରୀଗଣ ଉପସ୍ଥିତ ଥିଲେ ।

related posts

Leave a Comment