Home Breaking News / ତାଜା ଖବର କାର୍ତ୍ତିକ ମାସ ପଂଚୁକରେ ସମସ୍ତ ଶୈବପୀଠ ଭକ୍ତମୟ

କାର୍ତ୍ତିକ ମାସ ପଂଚୁକରେ ସମସ୍ତ ଶୈବପୀଠ ଭକ୍ତମୟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ-୧୫/୧୧-(ଧନେଶ୍ବର ରାଉତ) -ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକର ସମସ୍ତ ଶୈବପୀଠ ଓ ନଦୀଘାଟରେ ଭକ୍ତମାନଙ୍କ ସମାଗମ ଦେଖିବାକୁ ମିଳିଥିଲା।ଆଜି ଭକ୍ତମାନେ ପ୍ରଭାତରୁ ପଞ୍ଚୁକ ପାଳିବା ପାଇଁ ରାୟଗଡାର ପବିତ୍ର ଗଙ୍ଗା କୁହାଯାଉଥିବା ବଂଶଧାରା ନଦୀରେ ସ୍ନାନ କରି ଦେବଦର୍ଶନ କରୁଥିଲେ।ମୁନିଗୁଡାର ଧବଳେଶ୍ବର, ମୁନିଖୋଲର ଲିଙ୍ଗରାଜ,ଭୟରବଗଡର ନିଳକଣ୍ଠେଶ୍ବର,କୁମୁଡ଼ାବାଲିର ବାଲୁଙ୍କେଶ୍ୱର,ପାତ୍ରଗୁଡାର ଅଖଣ୍ଡଳେଶ୍ୱର,ଦହିଖାଲର ସର୍ବେଶ୍ୱର ଓ ହୁକୁମତୋଳାର ରାମେଶ୍ୱର ମନ୍ଦିରରେ ପଞ୍ଚୁକ ପାଳନ ଅବସରରେ ପ୍ରବଳ ଭକ୍ତ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା।ଶିବପଦର ପଂଚାୟତର ଦହିଖାଲ ନିକଟରେ ଅବସ୍ଥିତ ଶୈବପୀଠ ସର୍ବେଶ୍ୱର ମନ୍ଦିର ପରିଚାଳନା କମିଟି ଓ ମୁନିଗୁଡା ଗାୟତ୍ରୀ ପରିବାର ତରଫରୁ ମନ୍ଦିର ପରିସରରେ ଏକ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା।ସକାଳ ଆଠଟାରେ ପଂଚାୟତର ସମସ୍ତ ଗ୍ରାମରୁ ଦୁଇ ହଜାରରୁ ଉର୍ଦ୍ଧ ମହିଳା ବଂଶଧାରା ନଦୀର ଡୁରୁକୁଲିମା ଘାଟରେ ଏକତ୍ରିତ ହୋଇ କଳସ ପୂଜନ,ଗଙ୍ଗା ଆବାହାନ ପରେ ମଥାରେ କଳସ ଧାରଣ ପୂର୍ବକ ଦୀର୍ଘପଥ ଅତିକ୍ରମ କରି ମନ୍ଦିର ପରିସରସ୍ଥ ଯଜ୍ଞସ୍ଥଳୀର ଦିବ୍ୟବେଦୀରେ ପବିତ୍ର କଳସ ସ୍ଥାପନ କରିଥିଲେ।ମନ୍ଦିର ପରିଚାଳନା କମିଟି ଓ ଗାୟତ୍ରୀ ପରିବାର ତରଫରୁ ଶୋଭାଯାତ୍ରାରେ ଆସୁଥିବା କଳସ ଧାରିଣୀ ମହିଳା ସମୂହ,ସଂକୀର୍ତ୍ତନ ମଣ୍ଡଳୀ,ଭକ୍ତ ଓ ଅତିଥୀମାନଙ୍କୁ ପବିତ୍ର ସୁଗନ୍ଧିତ ଚନ୍ଦନ,ହଳଦୀ ପାଣି ସିଞ୍ଚନ,ପୁଷ୍ପବୃଷ୍ଟି ଓ ବନ୍ଦାପନା କରି ସ୍ୱାଗତ ଜଣାଇଥିଲେ।ପବିତ୍ର ନଦୀ ଘାଟରେ କଳସ ପୂଜନ,ଶୋଭାଯାତ୍ରା,ଭଜନ ସଂକୀର୍ତ୍ତନ ମଣ୍ଡଳୀଙ୍କ ନଗର ପରିକ୍ରମା,କଳସ ସ୍ଥାପନ, ପୂଜାବିଧି,ଯଜ୍ଞାନୁଷ୍ଠାନ, ସମସ୍ତ ଦେବକାର୍ଯ୍ୟ ଓ ସାମୁହିକ ପ୍ରସାଦ ସେବନର ସବୁକାର୍ଯ୍ୟ ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ବେହେରା,ଜଗନ୍ନାଥ ନୁଣ୍ଡରୁକା,ଚନ୍ଦ୍ରଶେଖର ବେହେରା,ଜିତୁ ସାହୁକାର,ପୂଜାରୀ କାଶୀନାଥ ରଣା,ମାୟାଧର ଆମ୍ବାଡି ଏବଂ ମୁନିଗୁଡା ଗାୟତ୍ରୀ ପରିବାର ତରଫରୁ ଭକ୍ତ ଭବାନୀ ସାହୁ,ବଙ୍କୀମଚନ୍ଦ୍ର ସାହୁ,ସୁରେନ୍ଦ୍ର ମଲ୍ଲିକ,ସୁରେନ୍ଦ୍ର ବେହେରା,ରବିନାରାୟଣ ଖୁଣ୍ଟିଆ,ସଂଧ୍ୟାରାଣୀ ମଲ୍ଲିକ,ତ୍ରିପୁରାମୋହିନୀ ସାମଲ,ସରୋଜ ପ୍ରଧାନ,ସନ୍ତୋଷ ବେହେରା,କରୁଣାକର ସାମଲ,ପ୍ରକାଶ ଗୌଡ଼ ଓ ଲକ୍ଷ୍ମୀପ୍ରିୟା ନାୟକ ପ୍ରମୁଖ କରୁଥିବା ଦେଖିବାକୁ ମିଳିଥିଲା।ପଞ୍ଚୁକ ପାଞ୍ଚଦିନ ଏହି ଶୈବପୀଠରେ ଯଜ୍ଞାଦିନୁଷ୍ଠାନ,
ଦେବାଦିଦେଵ ମହାଦେବଙ୍କ ଦିବ୍ୟପୂଜା ଓ ପାଞ୍ଚଦିନ ବ୍ୟାପି ସମସ୍ତ ଭକ୍ତମାନଙ୍କ ନିମନ୍ତେ ଅନ୍ନପ୍ରସାଦ ସେବନ ବ୍ୟବସ୍ଥା ହୋଇଥିବା ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ବେହେରା ପ୍ରକାଶ କରିଥିଲେ।

related posts

Leave a Comment