Home Breaking News / ତାଜା ଖବର ଆଜିଠୁ ଷଷ୍ଠ ଓ ସପ୍ତମ ଶ୍ରେଣୀ ପାଠ ପଢ଼ା ଆରମ୍ଭ

ଆଜିଠୁ ଷଷ୍ଠ ଓ ସପ୍ତମ ଶ୍ରେଣୀ ପାଠ ପଢ଼ା ଆରମ୍ଭ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ-୧୫/୧୧( ସୁନୀଲ ପଟନାୟକ)
ଆଜିଠୁ ଖୋଲିଲାଷଷ୍ଠ ଓ ସପ୍ତମ ଶ୍ରେଣୀ।
ଫଳରେ ଦୀର୍ଘ ଦୁଇ ବର୍ଷ ହେଲା ସ୍କୁଲ ନ ଆସି ଘରେ ରହିଥିବା ପିଲାମାନେ ବେଶ ହସଖୁସିରେ ସ୍କୁଲ ଆସିଥିଲେ ଆଜି ।କନ୍ଧମାଳ ଜିଲ୍ଲାର ଶିକ୍ଷାବିଭାଗ ଅଧିନରେ ଥିବା ଶତାଧିକ ସ୍କୁଲର ଦଶ ହଜାରରୁ ଉର୍ଦ୍ଧ୍ ଛାତ୍ରଛାତ୍ରୀ ସ୍କୁଲ ଆସିଥିବାବେଳେ ମଙ୍ଗଳବିଭାଗ ଅନ୍ତର୍ଗତ୬୦ରୁ ଉର୍ଦ୍ଧ୍ ସ୍କୁଲର ହଜାର ପାଖାପାଖି ଛାତ୍ରଛାତ୍ରୀ ସୋମବାର ସ୍କୁଲ ଆସିଥିବା ବିଭାଗ ପକ୍ଷରୁ ଜଣାପଡିଛି ।
ଏହା ପୂର୍ବରୁ ସ୍କୁଲଗୁଡ଼ିକ ପରିଷ୍କାର ପରିଛନ ସହ ଟଏଲେଟଓ ପାନୀୟ ଜଳ ସୁବିଧା ମଧ୍ୟ କରାଯାଇଛି । କୋଭିଡ଼ ଗାଇଡଲାଇନ ଭିତରେ ପାଠପଢ଼ାହେବ ।
ସେହିପରି ଅକ୍ଟୋବର ୨୫ ରୁ ଅଷ୍ଟମ ଶ୍ରେଣୀ ଆରମ୍ଭ ହୋଇଛି । ପାଖାପାଖି ଦୁଇ ବର୍ଷ ପରେ ବିଦ୍ୟାଳୟରେ ଷଷ୍ଠ ଓ ସପ୍ତମଶେଣୀ ପାଠ ପଢ଼ା ଆରମ୍ଭ ହେ।ଇଛି । ସକାଳ ୯ -୩୦ରୁ ଦିନ ଗୋଟାଏଯାଏ କ୍ଲାସ ହେବ । ଛାତ୍ରଛାତ୍ରୀଙ୍କୁ ସ୍କୁଲ ଆସିବା ଲାଗି ବାଧ୍ୟ କରାଯିବ ନାହିଁ। ନିଜ ଇଚ୍ଛା ଅନୁସାରେ ଅନଲାଇନ ଶ୍ରେଣୀଗୃହ ଆସି ପାଠ ପଢିବେ ।
କରୋନା ପ୍ରକୋପ କମିଥିବା ଫଳରେ ରାଜ୍ୟ ସରକାର ଶିକ୍ଷାବ୍ୟବସ୍ଥାକୁ ଧିରେ ଧିରେ ସ୍ଵାଭାବିକ ସ୍ଥିତିକୁ ଫେରାଇ ଆଣିବାକୁ ଚାହୁଁଛନ୍ତି

related posts

Leave a Comment