Home Breaking News / ତାଜା ଖବର ନରସିଂହପୁର ହସ୍ତତନ୍ତ କ୍ଲଷ୍ଟର ବୁଣାକାରଙ୍କ ପାଇଁ ଉପଯୋଗୀ ହେବ : ଗମିଲୋରେ ହସ୍ତତନ୍ତ ଉପକରଣ ବିଧାୟକଙ୍କ ଦ୍ଵାରା ବଣ୍ଟନ

ନରସିଂହପୁର ହସ୍ତତନ୍ତ କ୍ଲଷ୍ଟର ବୁଣାକାରଙ୍କ ପାଇଁ ଉପଯୋଗୀ ହେବ : ଗମିଲୋରେ ହସ୍ତତନ୍ତ ଉପକରଣ ବିଧାୟକଙ୍କ ଦ୍ଵାରା ବଣ୍ଟନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନୂତନ ଭାବେ ନରସିଂହପୁର ବ୍ଲକ ଅଞ୍ଚଳର ୪ଟି ତନ୍ତୁବାୟ ସମିତିକୁ ନେଇ ଗଠିତ ଏକମାତ୍ର ହସ୍ତତନ୍ତ କ୍ଲଷ୍ଟର ବୁଣାକାର ମାନଙ୍କ ଅଭିବୃଦ୍ଧିରେ ଉପଯୋଗୀ ବୋଲି ନରସିଂହପୁର ଗମିଲୋ ତନ୍ତୁବାୟ ସମିତି ସଂଲଗ୍ନ ପରିସରରେ ସମିତି ଗୁଡିକ ଅନ୍ତର୍ଗତ ବୁଣାକାର ମାନଙ୍କ ଏକ ସଭାରେ ବିଧାୟକ ଶ୍ରୀ ଦେବୀ ପ୍ରସାଦ ମିଶ୍ର ପ୍ରକାଶ କରିଛନ୍ତି । ଏହି ସଭାରେ ବ୍ଲକ ଚେୟାରମ୍ୟାନ ଶ୍ରୀ କିଶୋର ମିଶ୍ର , ଆଠଗଡ଼ ଉପନିର୍ଦ୍ଧେଶକ ଶ୍ରୀ ଆଶୁତୋଷ ମହାନ୍ତି, ରାଜ୍ୟ ବୁଣାକାର ସର୍ଭିସ ସେଣ୍ଟର ର ସହକାରୀ ନିର୍ଦ୍ଦେଶକ ଶ୍ରୀ ନବନୀତ ଶେଖାୱତ ଓ ଗମିଲୋ ସମିତିର ସମ୍ପାଦକ ଶ୍ରୀ ଗୋରାଙ୍ଗ ସାହୁ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ବିଧାୟକ ଶ୍ରୀ ମିଶ୍ରଙ୍କ ଦ୍ୱାରା ୧୮୧ ଜଣ ବୁଣାକାରଙ୍କୁ ହସ୍ତତନ୍ତ ଓ ଉପକରଣ ବଣ୍ଟନ କରାଯାଇଥିଲା ।

ବୟନଶିଳ୍ପ ଅଧିକାରୀ ଓ ବୈଷୟିକ ଅଧିକାରୀ ମାନଙ୍କ ବକ୍ତବ୍ୟରେ କ୍ଲଷ୍ଟରର ବୁଣାକାର ମାନଙ୍କ ପାଇଁ ଥିବା ଉଇଭିଂ ଟ୍ରେନିଂ, ଡିଜାଇନ ଟ୍ରେନିଂ, ଡାଇଙ୍ଗ ଟ୍ରେନିଂ ଓ ଉତ୍ପାଦନ ର ଉନ୍ନତିକରଣର ସାମଗ୍ରିକ ଦିଗ ଉପରେ ଅବଗତ କରାଇଥିଲେ । ବିଧାୟକ ଶ୍ରୀ ମିଶ୍ର ଏହି କ୍ଲଷ୍ଟରର ଉପଯୋଗ କରି ବିକ୍ରିବଟାକୁ ଚଳିତ ବର୍ଷ ଦେଢ଼କୋଟି ଓ ଆସନ୍ତା ବର୍ଷ ୨କୋଟି ଟଙ୍କାର ଲକ୍ଷ୍ୟ ନେଇ ବୁଣାକାର ପରିବାର ମାନେ ଆଗେଇ ଯିବାକୁ ଆହ୍ୱାନ ଦେଇଥିଲେ । ନୂତନ ହସ୍ତତନ୍ତ, ମୋଟର ଯୁକ୍ତ ଜାକଡ଼, ଡବି, ବକିନିୱାଣ୍ଡିଙ୍ଗ ମେସିନ ଓ ଅନ୍ୟାନ୍ୟ ଉପକରଣ ଯନ୍ତ୍ରପାତି ବଣ୍ଟନ କରାଯାଇଥିଲା । ଏଥିରେ ଗମିଲୋ , ସାଗର, ଅଢେଇଗୁଣ୍ଡି , କାନପୁର ୪ଟି ଯାକ ହସ୍ତତନ୍ତ ବୁଣାକାର ସମିତିର ସମ୍ପାଦକ, ବୁଣାକାର ପ୍ରତିନିଧି ମାନେ ଭାଗ ନେଇଥିଲେ । ସ୍ଥାନୀୟ ସମିତି ସଭ୍ୟ , ପୂର୍ବ ସରପଞ୍ଚ, ଆମନ୍ତ୍ରିତ ଅତିଥି ମାନେ ଉପସ୍ଥିତ ଥିଲେ ।

related posts

Leave a Comment