Home Breaking News / ତାଜା ଖବର ଅନୁଗୁଳ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଅନୁଗୁଳ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ହାତରେ ଆଉ ୫ ଦିନ । ଆସନ୍ତା ୨୦ ତାରିଖରେ ଅନୁଗୁଳ ସହରକୁ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅନୁଗୁଳ ଷ୍ଟାଡିୟମ୍‌ରେ ଅବତରଣ କରି ସେଠାରେ ବିଜୁ ସ୍ୱାସ୍ଥ୍ୟ କାର୍ଡ୍‌ ବଣ୍ଟନ କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି । ମୁଖ୍ୟମନ୍ତ୍ରୀ ହିତାଧିକାରୀଙ୍କୁ କେବଳ ସ୍ୱାସ୍ଥ୍ୟ କାର୍ଡ୍‌ ବାଣ୍ଟିବେନି, ଅନୁଗୁଳ ସହର ଓ ତାଳଚେର ସହରବାସୀ ପାଇଁ କୋଟି କୋଟି ଟଙ୍କାର ପ୍ରକଳ୍ପ ଭେଟିଦେବେ । ଉଦ୍‌ଘାଟନୀ ଅପେକ୍ଷାରେ ଥିବା କିଛି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିବାର କାର୍ଯ୍ୟକ୍ରମ ରହିଛି ।

ପ୍ରାୟ ୫ ବର୍ଷରୁ ଊଦ୍ଧ୍ୱର୍ ସମୟ ପରେ ଅନୁଗୁଳ ସହରକୁ ଆସୁଛନ୍ତି ମୁଖ୍ୟମନ୍ତ୍ରୀ । ଯଦିଓ ସେ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଜିଲ୍ଲାରେ ପାଦ ଥାପିଥିଲେ, ଅନୁଗୁଳ ସହରକୁ ନଆସି ବନ୍ତଳାରେ ନିର୍ବାଚନୀ ବୈଠକରେ ଯୋଗ ଦେଇଥିଲେ । ତେବେ ଦୀର୍ଘଦିନ ପରେ ମୁଖ୍ୟମନ୍ତ୍ରୀ ଅନୁଗୁଳ ସହରକୁ ଆସୁଥିବା ବେଳେ ତାଙ୍କୁ ଭବ୍ୟ ସ୍ୱାଗତ ଓ କାର୍ଯ୍ୟକ୍ରମକୁ ସଫଳ କରିବାକୁ ଜିଲ୍ଲା ପ୍ରଶାସନ ଜୋରଦାର କସରତ ଚଳାଇଛି । ୨୦ ତାରିଖ ବେଳକୁ ଅନୁଗୁଳ ସହରର ରୂପରେଖ ସମ୍ପୂର୍ଣ୍ଣ ବଦଳି ସାରିଥିବ । ବହୁ ପ୍ରତୀକ୍ଷିତ ହେଲ୍‌ଥ କରିଡର ସମ୍ପୂର୍ଣ୍ଣ କରାଯିବ । ଭଳିକିଭଳି ଚିତ୍ରରେ ସହରର କାନ୍ଥବାଡ଼ ଝଟକୁଥିବ ବୋଲି ପୌର ପ୍ରଶାସନ ପକ୍ଷରୁ କୁହାଯାଉଛି । ହେଲଥ୍‌ କରିଡର୍‌ର ଆହୁରି ଅନେକ କାମ ବାକି ରହିଥିବା ବେଳେ ଏହାକୁ ସାରିବାକୁ ରାତିଦିନ ଏକ୍‌ କରି ଦେଇଛି ପୌର ପ୍ରଶାସନ । ଏମିତିକି କର୍ମଚାରୀଙ୍କୁ ଛୁଟି ଦିନରେ ଡକାଇ କାମ ଜୋରସୋର୍‌ରେ ଚାଲିଥିବାର ଦେଖାଯାଇଛି ।

related posts

Leave a Comment