Home Breaking News / ତାଜା ଖବର ରାଇକିଆରେ ଶିଶୁ ଦିବସ ପାଳିତ

ରାଇକିଆରେ ଶିଶୁ ଦିବସ ପାଳିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାଇକିଆ:୧୩୨ ତମ ଚାଚା ନେହେରୁଙ୍କ ଜୟନ୍ତୀ ଏବଂ ଶିଶୁ ଦିବସ ରାଇକିଆ ଅଞ୍ଚଳର ବିଭିନ୍ନ ସ୍କୁଲରେ ପାଳିତ ହୋଇଯାଇଛି। ବ୍ଲକ୍ ର ସେଣ୍ଟ୍ କାଥାରିନ ବାଳିକା ବିଦ୍ୟାଳୟ, ବିଜୟ ହାଇସ୍କୁଲ ,ସରକାରୀ ବାଳିକା ବିଦ୍ୟାଳୟ, ଆଦର୍ଶ ବିଦ୍ୟାଳୟ ଏହି ପରି ଅନ୍ୟାନ୍ୟ ସ୍କୁଲ ଗୁଡ଼ିକରେ ମଧ୍ୟ ଏହା ପାଳିତ ହୋଇଛି। ଏହି ଅବସରରେ କାଥାରିନ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ପ୍ରତିଭାତାଇ ପ୍ରଧାନଙ୍କ ସଭାପତିତ୍ବରେ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୁର୍ବତନ ସରପଞ୍ଚ ତଥା ବର୍ତ୍ତମାନ ସମିତି ସଭ୍ୟା ଗିତାଞ୍ଜଳୀ ନାୟକ, ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସିମାଞ୍ଜଳ ଦିଗାଳ ସିଷ୍ଟର ସାରାଫିନାଙ୍କ ସହ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇ ମହାପୁରୁଷ ଜବାହରଲାଲ ନେହେରୁଙ୍କ ଫୋଟ ଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି।ପ୍ରଧନ ଶିକ୍ଷକ ସିମାଞ୍ଚଳ ଦିଗାଳ ଏବଂ ନବମ ଶ୍ରେଣୀର ଛାତ୍ରୀ ଅର୍ଚ୍ଚିତା ଦିଗାଳ ଶିଶୁ ଦିବସର ମାହାତ୍ମ୍ୟ ବିଷୟରେ କହିଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀ ଦ୍ବାରା ପରିବେଷଣ କରାଯାଇଥିବା ବେଳେ ମିଷ୍ଟାନ୍ନ ବଣ୍ଟନ କରାଯାଇଛି।
ସେହିପରି ରାଇକିଆ ବିଜୟ ହାଇସ୍କୁଲରେ ମଧ୍ୟ ଛାତ୍ରଛାତ୍ରୀଙ୍କ ଗହଣରେ ବିଦ୍ୟାଳୟର ପୁରାତନ ଛାତ୍ର ଶିଶୁ ଦିବସ ପାଳନ କରିଥିବା ବେଳେ ସେମାନ ଙ୍କ ଅନୁଭୂତି କହିଥିଲେ। କାର୍ଯ୍ୟକ୍ରମରେ ସ୍କୁଲ ପ୍ରଧାନ ଶିକ୍ଷକ ଯୋଗେନ୍ଦ୍ର ମଣ୍ଡଳଙ୍କ ସହ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇ ମହାପୁରୁଷ ଜବାହରଲାଲ ନେହେରୁଙ୍କ ଫୋଟ ଚିତ୍ରରେ ମାଲ୍ୟାର୍ପଣ କରିଥିଲେ।ଶେଷରେ ଛାତ୍ର ଛାତ୍ରୀଙ୍କୁ ଚକୋଲେଟ, ବିସ୍କୁଟ, ମିଠେଇ ବଣ୍ଟନ କରାଯାଇଛି।

related posts

Leave a Comment