Home Breaking News / ତାଜା ଖବର ଟୁଇନ୍‌ ସିଟି ପରେ ପୁରୀରେ ଭାଇଗିରି ନିଶା

ଟୁଇନ୍‌ ସିଟି ପରେ ପୁରୀରେ ଭାଇଗିରି ନିଶା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଭୁବନେଶ୍ୱରରେ ରକ୍ତଚରିତ୍ର, କଟକରେ ଅମାନିଆ ଷଣ୍ଢ ଗ୍ୟାଙ୍ଗ୍‌ । ଏବେ ପୁରୀରେ ବ୍ୟାପିଛି ଏହି ଭାଇଗିରି ନିଶା । ସୋସିଆଲ୍‌ ମିଡିଆରେ ଦେଉଛନ୍ତି ଲୋମ ଟାଙ୍କୁରିବା ଭଳି ଧମକ । ଭିଡିଓ ପୋଷ୍ଟ କରି ପୁଲିସକୁ ଦେଉଛନ୍ତି ଚ୍ୟାଲେଞ୍ଜ୍‌ । ଟୁଇନ୍‌ ସିଟି ପୁଲିସ ଏହି ଗ୍ୟାଙ୍ଗ୍‌ ବିରୋଧରେ ଆକ୍ସନ୍‌ ମୋଡ୍‌ରେ ଥିବାବେଳେ ପୁରୀ ପୁଲିସ କି’ଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହା ଦେଖିବାକୁ ଅପେକ୍ଷା ।

ଚନ୍ଦନପୁର ଥାନା ଅଞ୍ଚଳରେ ଭାଇରାଲ୍‌ ହୋଇଥିବା ଏକ ଭିଡିଓରେ ଜଣେ ଯୁବକଙ୍କୁ ୫ଜଣଙ୍କ ଉପସ୍ଥିତିରେ ହେଉଛି ମରଣାନ୍ତକ ଆକ୍ରମଣ । ଜଣେ ଭିଡିଓ ପ୍ରସ୍ତୁତ କରୁଥିବାବେଳେ ଅନ୍ୟ ଜଣେ ମୁଥ ପରେ ମୁଥ ଓ ସାମ୍ବଦନଶୀଳ ଅଙ୍ଗକୁ ଗୋଇଠା ମାରି ଯୁବକଙ୍କୁ ଘାଇଲା କରୁଛି । ଅନ୍ୟମାନେ ଉପସ୍ଥିତ ରହି ଦୃଶ୍ୟ ଦେଖୁଛନ୍ତି । ତାରା ବାପିୟା ବାପିୟା ନାମକ ଏକ ଫେସ୍‌ବୁକ୍‌ ଆଇଡିରେ ଏହି ଭିଡିଓ ପୋଷ୍ଟ କରାଯାଇଛି । ଏହି ଭିଡିଓରେ ଏକାଧିକ ମାମଲାରେ ଜଡିତ ଥିବା ଅନେକ ଜେଲ୍‌ ଫେରନ୍ତା କମେଣ୍ଟ ଦେଇଥିବା ଲକ୍ଷ୍ୟ କରାଯାଇଛି । ଦୁଇ ଗୋଷ୍ଠୀ ବିବାଦରୁ ଏଭଳି କାଣ୍ଡ ଘଟିଥିବା କମେଣ୍ଟରୁ ଜଣାପଡିଛି । ଅନେକ ଯୁବକ ଆକ୍ରମଣକାରୀଙ୍କୁ ସମର୍ଥନ କରି ଏଭଳି ଜାରି ରଖିବାକୁ ସାହସ ମଧ୍ୟ ଦେଉଛନ୍ତି।

related posts

Leave a Comment