Home Breaking News / ତାଜା ଖବର ଜାଗ୍ରତ କନ୍ଧମାଳ ଓଡ଼ିଶା ପକ୍ଷରୁ ପଛୁଆ ବର୍ଗ ଙ୍କ ସମ୍ଭିଧାନିକ ଅଧିକାର ଆଲୋଚନା ଚକ୍ର

ଜାଗ୍ରତ କନ୍ଧମାଳ ଓଡ଼ିଶା ପକ୍ଷରୁ ପଛୁଆ ବର୍ଗ ଙ୍କ ସମ୍ଭିଧାନିକ ଅଧିକାର ଆଲୋଚନା ଚକ୍ର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ ୧୪.୧୧(ସୁନୀଲ ପଟନାୟକ ): ରବିବାର ଜାଗ୍ରତ କନ୍ଧମାଳ ଓଡ଼ିଶା ତରଫରୁ ମା ମଙ୍ଗଳା କଲ୍ୟାଣୀ ମଣ୍ଡପ ସାରଙ୍ଗଡ ଠାରେ ପଛୁଆ ବର୍ଗ (OBC) ମାନଙ୍କ ସାମ୍ବିଧାନିକ ଅଧିକାର କୁ ନେଇ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୂଖ୍ୟ ଅତିଥି ଜାଗ୍ରତ କନ୍ଧମାଳର ପ୍ରତିଷ୍ଠାତା , ଆଇନ ଯିବି ସତ୍ୟ ନାରାୟଣ ବେହେରା , ସହ ସଂପାଦକ ରମେଶ ଚନ୍ଦ୍ର ପ୍ରଧାନ, ଉପଦେଷ୍ଟା ଅଙ୍ଗଦ କହଁର, ପୂଜାରୀ ଖଣ୍ଡାୟତ ର ସଭାପତି ଶ୍ୱେତ ବାନ ପୂଜାରୀ, ତୈଳ ସମାଜର ସଭାପତି ଗଙ୍ଗାଧର ପୃଷ୍ଟି , କୋଷାଧ୍ୟକ୍ଷ ପ୍ରେମାନନ୍ଦ ମାଝି, ଏବଂ ଅନ୍ୟ ପଛୁଆ ବର୍ଗ ର ସଭାପତି ଏବଂ ସଂପାଦକ ମାନେ ଉପସ୍ଥିତ ଥିଲେ । କୋଷାଧ୍ୟକ୍ଷ ପ୍ରେମାନନ୍ଦ ମାଝି ସଭା ପରିଚାଳନା କରିଥିଲେ। ଆଇନ ଯିବି ସତ୍ୟ ନାରାୟଣ ବେହେରା OBC ମାନଙ୍କର ଅଧିକାର ଓ ହକ୍ ଦାବି ବିଷୟର ପୁଙ୍ଖନୁପୁଙ୍ଖ ଆଲୋଚନା କରୁଥିଲେ। ୧- 1931ମସିହା ଜାତି ଭିତ୍ତିକ ଗଣନା ବାଉନ % ଅନୁଯାୟୀ ଶିକ୍ଷା, ନିଯୁକ୍ତି ଓ ରାଜନୈତିକ କ୍ଷେତ୍ରରେ ସଂରକ୍ଷଣ ।୨- ସମ୍ବିଧାନ ଧାରା 330 ଓ 332 ଅନୁଯାୟୀ ସଂସଦ ଓ ବିଧାନ ସଭା ରେ ସଂରକ୍ଷଣ ବ୍ୟବସ୍ଥା। ୩- ଛାତ୍ର ଛାତ୍ରୀ ଙ୍କ ନିମନ୍ତେ ପ୍ରତେକ ବ୍ଲକ୍ ରେ ସ୍ଵତନ୍ତ୍ର ଛାତ୍ର ବାସ , ଓ ଆବାସିକ ବିଦ୍ୟାଳୟ ସ୍ଥାପନ ।୪- ମେଧାବୀ ଛାତ୍ରଛାତ୍ରୀଙ୍କ ଅଧ୍ୟୟନ ନିମନ୍ତେ ୫ ଲକ୍ଷ ଟଙ୍କା ଷ୍ଟାଇପେଣ୍ଟ, ଭୂମି ହିନ ପତିବରା ଙ୍କ ପାଞ୍ଚ ଏକର ଜମି ।୫- ସଂଖ୍ୟା ଅନୁପାତ ରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ରେ ସାମିଲ ।୬- ସମ୍ବିଧାନ ଧାରା 340 ସମ୍ପୂର୍ଣ୍ଣ କାର୍ଯ୍ୟ କାରୀ କରାଯିବା କୁ ଆଗାମୀ ଦିନରେ ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରିବାକୁ ସ୍ଥିର କରାଗଲା । ଏବଂ ସମସ୍ତ ସଦ୍ୟସ ସହମତି ପ୍ରକାଶ କରିଥଲେ। ଶେଷରେ ସ ହ ସଂପାଦକ ଧନ୍ୟବାଦ୍ ଅର୍ପଣ କରିଥଲେ।

related posts

Leave a Comment