Home Breaking News / ତାଜା ଖବର ଦାରିଙ୍ଗବାଡିଠାରେ ଟାୱାରରେ ନିଆଁ ଲାଗିଲା. ଲୋକେ ଭୟଭୀତ

ଦାରିଙ୍ଗବାଡିଠାରେ ଟାୱାରରେ ନିଆଁ ଲାଗିଲା. ଲୋକେ ଭୟଭୀତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ-୧୪/୧୧( ସୁନୀଲ ପଟନାୟକ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡିଠାରେ ଥିବା ଏକ ବେସରକାରୀ ମୋବାଇଲ ଟାୱାରରେ ସଂଧ୍ୟାରେ ହଠାତ ନିଆଁ ଲାଗି ହୁତ ହୁତ ହୋଇ ଜଳିବା ଦେଖି ସ୍ଥାନୀୟ ଲୋକେ ଭୟଭିତ ହୋଇଯାଇଥିଲେ । ଲୋକେ ଏ ନେଇ ସ୍ଥାନୀୟ ଦମକଳ ବାହିନୀକୁ ଖବର ଦେବା ପରେ ଦମକଳ ବିଭାଗ କର୍ମଚାରି ପହଞ୍ଚି ନିଆଁ କୁ ଆୟତ କରିଥିଲେ ।
ତେବେ ଟାୱ। ର ର ଡିଜି ସେଟକିପରି ନିଆଁ ଲାଗିଲା ଜଣା ପଡିନଥିଲେ ମଧ୍ୟ ସର୍ଟ ସର୍କିଟଯୋଗୁ ଡିଜି ସେଟରେ ନିଆଁ ଲାଗିଯାଇଥାଇପାରେ ବୋଲି କୁହାଯାଉଛି।
ଅଗ୍ନିକାଣ୍ଡ ପରେ ଟାୱ। ର ଅଚଳ ହୋଇଯାଇଛି । ଦାରିଙ୍ଗବାଡି ଏକ ପର୍ଯ୍ୟଟନସ୍ଥଳୀ ହୋଇଥିବାରୁ ଓ ବର୍ତ୍ତମାନ ପର୍ଯ୍ୟଟକ ଆସୁଥିବା ଫଳରେ ତୁରନ୍ତ ମରାମତି କରିବାକୁ ସ୍ଥାନୀୟ ବାସିନ୍ଦା ଦାବୀ କରିଛନ୍ତି।

related posts

Leave a Comment