Home Breaking News / ତାଜା ଖବର ବଡ଼ମ୍ବା ନରସିଂହପୁର ରେ ବ୍ଲକ ଓ ତହସିଲ ସମ୍ପର୍କିତ ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା : ୨୦୦ ଅଙ୍ଗନବାଡି କେନ୍ଦ୍ରର କାମ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ

ବଡ଼ମ୍ବା ନରସିଂହପୁର ରେ ବ୍ଲକ ଓ ତହସିଲ ସମ୍ପର୍କିତ ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା : ୨୦୦ ଅଙ୍ଗନବାଡି କେନ୍ଦ୍ରର କାମ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବଡ଼ମ୍ବା ଓ ନରସିଂହପୁର ଉଭୟ ବ୍ଲକ ସମ୍ମିଳନୀ କକ୍ଷରେ ପୃଥକ ବୈଠକରେ ବିଧାୟକ ଶ୍ରୀ ଦେବୀ ପ୍ରସାଦ ମିଶ୍ର , ଆଠଗଡ଼ ଉପଜିଲ୍ଲାପାଳ ଓ ବ୍ଲକ ଚେୟାରମ୍ୟାନ, ଉପାଧ୍ୟକ୍ଷ, ବିଡ଼ିଓ, ତହସିଲଦାର, ସିଡିପିଓ ଓ ଅନ୍ୟ ଅଧିକାରୀ ମାନଙ୍କ ଉପସ୍ଥିତିରେ ବ୍ଲକ ତହସିଲ ସମ୍ପର୍କିତ ବିଭିନ୍ନ ବିଷୟରେ ସମୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟତଃ ଅଙ୍ଗନବାଡି କେନ୍ଦ୍ର ଭିତ୍ତିଭୂମି, ତହସିଲରେ ଥିବା ମାମଲାର ସ୍ଥିତି, ପଡା ଗ୍ରାମରୁ ରାଜସ୍ୱ ଗ୍ରାମ, ପି.ଡ଼ି. ଏସ, ସାମାଜିକ ନିରାପତ୍ତାର ଭତ୍ତା, ହରିଶ୍ଚନ୍ଦ୍ର ଯୋଜନା, ମୃତକ ପରିବାରକୁ କଲ୍ୟାଣ ଯୋଜନା ସମ୍ପର୍କରେ ଆଲୋଚନା ଓ ସମୀକ୍ଷା ହୋଇଛି ।ଅଙ୍ଗନବାଡି ଭିତ୍ତିଭୂମି ପାଇଁ ଜଣାଯାଇଛି ଯେ ନରସିଂହପୁର ରେ ୧୪୮ କେନ୍ଦ୍ର ଓ ବଡ଼ମ୍ବାରେ ୧୧୬ ନିଜସ୍ୱ ଗୃହ ଥିଲାବେଳେ ନରସିଂହପୁର ରେ ଆଉ ୧୧୨ ଓ ବଡ଼ମ୍ବାରେ ଆଉ ୮୮ କେନ୍ଦ୍ର ନିର୍ମାଣ ପାଇଁ ପ୍ରାରମ୍ଭିକ ଭାବେ ୪ କୋଟି ଟଙ୍କା ସରକାରଙ୍କ ଦ୍ୱରା ପ୍ରଦାନ କରାଯାଇଛି । ଆଉ ୫ କୋଟି ଟଙ୍କା ଖର୍ଚ୍ଚ କରିବା ପାଇଁ ଲକ୍ଷ୍ୟ ନିଆଯାଇଛି । ଏଗୁଡିକର କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଧାରିତ ସମୟରେ ଶେଷ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି ହରିଶ୍ଚନ୍ଦ୍ର ଯୋଜନାରେ ବଡ଼ମ୍ବାରେ ଗଲାବର୍ଷ ଏହାର ତଦବୀର ଯୋଗୁଁ ୧୪୨୭ ମୃତକଙ୍କ ପରିବାରକୁ ଏହି ସହାୟତା ଦିଆଯାଇଛି । ବଡ଼ମ୍ବାରେ ୫୮୦ ଓ ନରସିଂହପୁର ରେ ୧୫୭ ଜଣ ମୃତକଙ୍କ ଉତ୍ତରାଧିକାରୀ ଙ୍କୁ ଏହି ଯୋଜନା ସହାୟତା ଦିଆଯାଇଥିବା ବେଳେ ଯଥାକ୍ରମେ ବ୍ଲକରେ ଥିବା ୭୫ ଦରଖାସ୍ତଙ୍କୁ ତୁରନ୍ତ ମଞ୍ଜୁର ପାଇଁ ପଠେଇବାକୁ ସମୀକ୍ଷାରେ କୁହାଯାଇଛି । ସେହିଭଳି ପଞ୍ଚାୟତ ଗ୍ରାମ ୱାରୀ ପାଇବା ଯୋଗ୍ୟ ବିଧବା , ଭିନ୍ନକ୍ଷମ , ବୟସ୍କ ବୟସ୍କା ର ଡାଟାବେସ କରିବା ସହିତ ଯଥାଶୀଘ୍ର ମଧୁବାବୁ ପେନସନ ଓ ଅନ୍ୟାନ୍ୟ ଭତ୍ତା ଯୋଜନାରେ ବିଶେଷ କରି ବିଧବା , ଭିନ୍ନକ୍ଷମ ଙ୍କୁ ଅଗ୍ରାଧିକାର ଦେଇ ମଞ୍ଜୁରି ପାଇଁ ଗୁରୁତ୍ୱ ଆରୋପ କରାଯାଇଛି ।

ବିଧାୟକ ଶ୍ରୀ ମିଶ୍ର ଉପଜିଲ୍ଲାପାଳ ଶ୍ରୀ ସ୍ୱାଇଁ ପଡି ରହିଥିବା ମ୍ୟୁଟେସନ ଗୁଡିକର ଫଇସଲା ସହିତ, ଭୂମିହୀନଙ୍କ ତଥା ଜଙ୍ଗଲ ଅଧିକାର ଆଇନ ରେ , ବିଭିନ୍ନ ସରକାରୀ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଜମି ଅଧିଗ୍ରହଣ , ତହସିଲ ଆର. ଆଇ. କାର୍ଯ୍ୟାଳୟ ଆବାସ ସମ୍ପର୍କିତ ଭିତ୍ତିଭୂମି ସମ୍ପର୍କରେ ବିସ୍ତାରିତ ଆଲୋଚନା କରିଥିଲେ ।

ଏଥିରେ ଉଭୟ ବ୍ଲକର ଚେୟାରମ୍ୟାନ ଶ୍ରୀ କିଶୋର ମିଶ୍ର, ବିଡ଼ିଓ ଦ୍ୱୟ ଶ୍ରୀ ଉତ୍କଳ ଆଚାର୍ଯ୍ୟ, ଶ୍ରୀ ପ୍ରଦୀପ ସାହୁ, ଉପାଧ୍ୟକ୍ଷ ସଦାନନ୍ଦ ସ୍ୱାଇଁ, ନିର୍ମଳ ଜେନା, ସିଡିପିଓ ଦ୍ୱୟ ପ୍ରମିଳା ଦେଇ, ମମତା ରାଉତ, ଯୋଗାଣ ବିଭାଗ ସବ ଡିଭିଜନାଲ କ୍ଷେତ୍ରିୟ ଅଧିକାରୀ ସମ୍ପର୍କିତ ସମସ୍ତ ଅଧିକାରୀ ଅଂଶଗ୍ରହଣ କରିଥିଲେ ।

related posts

Leave a Comment