Home Breaking News / ତାଜା ଖବର ସଙ୍ଗମ ଘାଟ ଭାବେ ପରିଚିତ ହେଉଛି ମିନାଝୁଲା ଶୈବପୀଠ ବଢୁଛି ପର୍ଯ୍ୟଟକଙ୍କ ଭିଡ଼

ସଙ୍ଗମ ଘାଟ ଭାବେ ପରିଚିତ ହେଉଛି ମିନାଝୁଲା ଶୈବପୀଠ ବଢୁଛି ପର୍ଯ୍ୟଟକଙ୍କ ଭିଡ଼

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ-୧୩/୦୯-(ଧନେଶ୍ବର ରାଉତ)- କାର୍ତ୍ତିକ ମାସ ରେ ଶୈବପୀଠ ମାନଙ୍କରେ ଭିଡ଼ ଦେଖିବାକୁ ମିଳୁଛି। କରନା ର ଦୁଇବର୍ଷ ହେବ ମଠ ମନ୍ଦିରକୁ ଜନ ସାଧରଣଙ୍କ ପ୍ରବେଶକୁ ବାରଣ ରହିଥିବା ବେଳେ ଏବେ କିଛି ମାସ ହେବ ସାଧାରଣ ସ୍ଥିତି କୁ ଆସିବାରେ ଲାଗିଛି। ସେହି ପରିପ୍ରେକ୍ଷୀରେ ରାୟଗଡ ଜିଲ୍ଲା ଉପାନ୍ତ ଓ ଦୁର୍ଗମ ବ୍ଲକ ଗୁଡରି ଏବଂ ଚନ୍ଦ୍ରପୁର ବ୍ଲକ ସୀମାନ୍ତରେ ଉପସ୍ଥିତ ମିନାଝୁଲା ଶୈବ ପୀଠ। ଏହା ଅତ୍ୟନ୍ତ ଦୁର୍ଗମ ଓ ବନ ସବୁଜିମରେ ପରିପୂର୍ଣ୍ଣ ଅଟେ। ଏହି ସ୍ଥଳକୁ ସଙ୍ଗମ ତୀର୍ଥ କହିବାର ତାତ୍ପର୍ଯ୍ୟ ହେଲା ଏଠି ବଂଶୀଧରା, ଫଳାଫଳିଆ, ଚାଉଳ ଧୁଆ ନଦୀର ସଙ୍ଗମ ସ୍ଥଳି ଅଟେ। ଏହି ଶୈବ ପିଠଟି ଅତି ପ୍ରାଚୀନ ଓ ପ୍ରତକ୍ଷ ତା ବହନ କରୁଥିବା ଏଠାକାର ସ୍ଥାନୀୟ ଇତିହାସ କାର ମାନେ ଦର୍ଶାଇଛନ୍ତି। ସେମାନଙ୍କ କଗିବା କଥା ହେଲା ଆଗ କାଳରେ ଯଦି ପ୍ରଚଣ୍ଡ ରୌଦ୍ର ତାପରେ ନଦୀ ନାଳ ପୋଖରୀ ଜଳ ଶୂନ୍ୟ ହେଇଯାଏ ତାହେଲେ ଗୋ ଦୁଗ୍ଧ ରେ ଏହି ଲିଙ୍ଗକୁ ଅଭିଷେଖ କଲେ କେଇ ଘଣ୍ଟାରେ ନଦୀରେ ପାଣି ଆସି ଗାଈ ମଣିଷଙ୍କ ତୃଷା ମେଣ୍ଟାଇଥାନ୍ତି ବୋଲି ବରିଷ୍ଠ ନାଗରିକ ଡମ୍ବରୁ ଧର ଗୌଡ଼ କହିଛନ୍ତି। ସେହିଭଳି ଅଂଚଳର ଜନ ମାନସରେ ଉଜିବିତ ହେଇ ରହିଛିକି ଜୟପୁର ମହାରାଜ ବିକ୍ରମ କେଶରୀ ଦେବଙ୍କ ରାଜୁତ୍ୱ ସମୟରେ ଏହି ଅଂଚଳରୁ ଗଡ଼ ଜାତ ରାଜା ରାଇବିଜି ଅଂଚଳର ସାମନ୍ତ ରାଜା ଏହି ପାହାଡ଼ରୁ ଦୁଇ ଡବା ମହୁ ଓ ଚାରି ପୁଟି ଚିଙ୍ଗୁଡ଼ି ଭେଟି ନେଉଥିଲେ ଆଜି ପର୍ଯ୍ୟନ୍ତ ସେହି ମହୁ ପାହାଡ଼ ଅଛି ଚିଙ୍ଗୁଡ଼ି ଗାତ ରହିଛି ବୋଲି ବରିଷ୍ଠ ନାଗରିକ ଓ ଇତିହାସ କାର ପ୍ରଳୟ ସାହୁ କହିଛନ୍ତି। ଶ୍ରୀ ଗୌଡ଼ଙ୍କ କହିବା କଥା ହେଲା ଏହି ଦେବ ଙ୍କୁ ଯାହା ମାନସିଥିବା ତାହା ପ୍ରତକ୍ଷ ଭାବେ ଲୋକଙ୍କୁ ପ୍ରଦାନ କରିଥାନ୍ତି। ଏହି ପୀଠକୁ ମାଘ ମେଳାରେ ପଡୋଶୀ ଅନ୍ଧ୍ରରୁ ହଜାର ହାଜର ଭକ୍ତ ଆସି ମାନସିକ ପୂର୍ଣକରି ଅଳଗି ଥିବା ଭୋଗ ରାଗ ଧରି ଆସି ପୂଜନ କରିଥାନ୍ତି। କାର୍ତ୍ତିକ ମାସର ପୁଣ୍ୟ ମାସରେ ଆଖ ପାଖ ଅଞ୍ଚଳର ହାବିଷ୍ୟାଲି ଭକ୍ତ ଆସି ହୋମ ଯଜ୍ଞାନୁଷ୍ଠାନ ମାନ କରି ଏଠାରେ ବନ ଭୋଜି କରି ଭଜନ ସଂକୀର୍ତନରେ ମସୁଗୁଲ ହୋଇଥାନ୍ତି। ବିଶ୍ବହିନ୍ଦୁ ପରିଷଦର ପ୍ରୟାସରେ ଚଳିତ ବର୍ଷ କିଛି ମାସ ହେଲା ସଭାପତି ରାଜେନ୍ଦ୍ର ସାହୁଙ୍କ ନେତୃତ୍ୱରେ ଏବଂ ସିଦ୍ଧ ଗୁରୁ ଯୋଗୀଶ୍ରୀ ଚୈତନ୍ୟ ରାମଜୀଙ୍କ ମାର୍ଗ ଦର୍ଶନରେ ଏଠି ସନ୍ୟାସୀ ଜନକା ନନ୍ଦ ଗିରୀଙ୍କୁ ନେଇ ଅବସ୍ଥାପିତ କରି ଏକ ଆଶ୍ରମ ପ୍ରତିଷ୍ଠା କରାଯାଇଛି। ଏଠି ପ୍ରତ୍ୟେକ ଦିନ ଅଗ୍ନିହୋତ୍ର ଯଜ୍ଞ ଶିବ ପୂଜନ କରାଯାଉଛି। ଏହି ପୀଠର ବିକାଶ ପାଇଁ ଏକ କମିଟି ଗଠନ କରାଯାଇଛି ବୋଲି ଶ୍ରୀ ସାହୁ ଏବଂ ଯୋଗିଶ୍ରୀଜି କହିଛନ୍ତି। ଏଠାକାର ପୂଜକ ଶ୍ରୀ ରଣା ବାବୁ କୁହନ୍ତି କି କାହିଁ ସାତ ପୁରୁଷ ହେବ ପରମ୍ପରା ଗତ ଭାବେ ଆମ ପୂର୍ବ ପୁରୁଷ ଏହି ମହାଦେବଙ୍କ ସେବା କରି ଆସୁଥିବା କହିଛନ୍ତି। ବର୍ଷା ମାସରେ ଶିବ ଲିଙ୍ଗ ଦେଖା ଯାଏନି ଟିକେ ପାଣି କମିଲେ ଦୃଶ୍ୟମାନ ହୁଅନ୍ତି। ଲୋକଙ୍କ ମନରେ ବିଶ୍ୱାସ ରହିଛିକି ଯେ ତ୍ରିବେଣୀ ସଙ୍ଗମ ଘାଟ ପ୍ରୟାଗ ରାଜ ଯାଇ ପାରନ୍ତି ନାହିଁ ସେମାନେ ଏଠି ବୁଡ଼ ଦେଲେ ସେହି ପୁଣ୍ୟ ଲାଭ ହୁଏ ବୋଲି ମାନ୍ୟତା ରହିଛି ଲୋକ ବିଶ୍ୱାସ କରନ୍ତି। ଏହି ପୀଠର ବିକାଶ ପାଇଁ ସରକାର ଓ ସ୍ଥାନୀୟ ସ୍ତରରେ ପ୍ରଚେଷ୍ଟା କରିବାକୁ ଭକ୍ତ ମଣ୍ଡଳୀ ପ୍ରଶାସନକୁ ଅନୁରୋଧ କରିଛନ୍ତି। ଏହି ପୀଠକୁ ଯିବା ପାଇଁ ହେଲେ ସହଜ ରାସ୍ତ ହେଲା ଗୁଡରି ଠାରୁ ମାତ୍ର ୨୦ କିମି ଏବଂ ମୁନିଗୁଡା ରାସ୍ତାରେ ବାଲିଗୁଡା ଆଡକୁ ଗଲା ରାସ୍ତାରେ ତେଲେଙ୍ଗା ପଦର ଛକରୁ ୩୫ କିଲୋମିଟର ହେବ। ପୂର୍ବ ଅପେକ୍ଷା ଏବେ ଯଥେଷ୍ଟ ସୁବିଧା ସୁଯୋଗ ପାଇବାର ସମ୍ଭାବନା ସୃଷ୍ଟି ହେଇଚି ଯେ କେହି ଯାଇ ଦର୍ଶନ କରି ପାରିବେ।

related posts

Leave a Comment