Home Breaking News / ତାଜା ଖବର ୨୭ତାରିଖରେ ଭୁବନେଶ୍ୱରରେ ବଣ୍ଟାଯିବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟକାର୍ଡ

୨୭ତାରିଖରେ ଭୁବନେଶ୍ୱରରେ ବଣ୍ଟାଯିବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟକାର୍ଡ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଭୁବନେଶ୍ବର : ଚଳିତ ମାସ ୨୭ତାରିଖରେ ଭୁବନେଶ୍ୱରରେ ବଣ୍ଟାଯିବ (BSKY) ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟକାର୍ଡ। ଭୁବନେଶ୍ବରରେ ପ୍ରାୟ ୧ ଲକ୍ଷ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି । ଓକାକ୍‌ ସହଯୋଗରେ ୯୯ଟି ରିଟେଲର ସେଣ୍ଟର ଜରିଆରେ କାର୍ଯ୍ୟ ତ୍ବରାନ୍ବିତ କରାଯାଇଛି । ସବୁ ରାସନ କାର୍ଡଧାରୀ ଏହି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟକାର୍ଡ ପାଇବେ ।

ଖୋର୍ଦ୍ଧା ଜିଲ୍ଲାର ୪୮ଟି ଘରୋଇ ହସ୍ପିଟାଲ ଏହି ଯୋଜନାରେ ସାମିଲ ହେବେ । ବର୍ତ୍ତମାନ ସୁଦ୍ଧା ୩୬ଟି ଘରୋଇ ହସ୍ପିଟାଲ ସହ ଚୁକ୍ତି ସ୍ବାକ୍ଷର ହୋଇଛି । ଏହି ଯୋଜନାରେ ମହିଳାଙ୍କୁ ୧୦ଲକ୍ଷ ଓ ପୁରୁଷଙ୍କୁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ବାସ୍ଥ୍ୟସେବା ମିଳିବ । ଆସନ୍ତା ୨୭ ତାରିଖରେ ସ୍ମାର୍ଟ କାର୍ଡ ବଣ୍ଟନ କରାଯିବା ନେଇ ସୂଚନା ଦେଇଛନ୍ତି ବିଏମସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ।

ସେପ୍ଟେମ୍ବର ପହିଲାରୁ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ସୁବିଧା ଲାଗୁ ହୋଇଛି । ରାଜ୍ୟର ୯୬ ଲକ୍ଷ ପରିବାରଙ୍କୁ ଦିଆଯିବ କାର୍ଡ । ସାରା ଦେଶରେ ଏପରି ସୁବିଧା ଦେବାରେ ଓଡ଼ିଶା ପ୍ରଥମ ରାଜ୍ୟ । ଦେଶର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ମାଇଲଷ୍ଟୋନ୍ । ରାଜ୍ୟ ତଥା ରାଜ୍ୟ ବାହାରର ସବୁ ଛୋଟ ବଡ଼ ହସ୍ପିଟାଲରେ ଏହି କାର୍ଡରୁ ସୁବିଧା ପାଇପାରିବେ ହିତାଧିକାରୀ ।

related posts

Leave a Comment