Home Breaking News / ତାଜା ଖବର ଦିଲ୍ଲୀରେ ୭ ଦିନ ସ୍କୁଲ ବନ୍ଦ, ୱାର୍କଫ୍ରମ ହୋମରୁ ଚାଲିବ ଅଫିସ, ଜାଣନ୍ତୁ ପ୍ରଦୂଷଣ ରୋକିବାକୁ କଣ ପଦକ୍ଷେପ ନେଲେ କେଜ୍ରିୱାଲ ସରକାର?

ଦିଲ୍ଲୀରେ ୭ ଦିନ ସ୍କୁଲ ବନ୍ଦ, ୱାର୍କଫ୍ରମ ହୋମରୁ ଚାଲିବ ଅଫିସ, ଜାଣନ୍ତୁ ପ୍ରଦୂଷଣ ରୋକିବାକୁ କଣ ପଦକ୍ଷେପ ନେଲେ କେଜ୍ରିୱାଲ ସରକାର?

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଦିଲ୍ଲୀରେ ବଢୁଥିବା ପ୍ରଦୂଷଣ ବିରୋଧରେ କଠୋର ନୀତି ଗ୍ରହଣ କରିଛନ୍ତି ଦିଲ୍ଲୀ ସରକାର । ଶନିବାର ସଚିବାଳୟରେ ମନ୍ତ୍ରୀ ଓ ସଚିବକଙ୍କ ସହିତ ଉଚ୍ଚସ୍ତରୀୟ ବୈଠକ ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗଣମାଧ୍ୟମ ସାମ୍ନାରେ , ଦିଲ୍ଲୀ ସରକାରଙ୍କ କଠୋର ଗାଇଡଲାଇନ ନେଇ ସୂଚନା ରଖିଛନ୍ତି । ଏହି କଠୋର କଟକଣା ସୋମବାର ଠାରୁ କଠୋର ଭାବରେ ଲାଗୁ କରାଯିବ ।

ପ୍ରଦୂଷଣ ରୋକିବାକୁ ଦିଲ୍ଲୀ ସରକାରଙ୍କ ଗାଇଡଲାଇନ
-ଆସନ୍ତା ୭ ଦିନ ଯାଏଁ ବନ୍ଦ ରହିବ ଦିଲ୍ଲୀରେ ସ୍କୁଲ । କେବଳ ଅନଲାଇନରେ ହେବ ପାଠପଢା

  • ଏହି ସମୟରେ ଦିଲ୍ଲୀରେ ସମସ୍ତ ସରକାରୀ ଅଫିସ ଆସିବେ ନାହିଁ କର୍ମଚାରୀ । ଘରେ ରହି କାମ କରିବେ
  • ଦିଲ୍ଲୀରେ ପାର୍କିଂ ଫିସ୍ ୪ ଗୁଣ ବଢାଇ ଦିଆଯାଇଛି
  • ଆଗାମୀ କିଛି ଦିନ ଯାଏଁ ଇଟା ଭାଟି ଗୁଡିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ
  • ଆଗାମୀ ସପ୍ତାହେ ଯାଏଁ ବନ୍ଦ ରହିବ ନିର୍ମାଣ କାମ
  • ଦିଲ୍ଲୀରେ ଏବେ ନିୟମିତ ଚାଲିବ ରାସ୍ତା ସଫେଇ
  • ରାସ୍ତା ନିକଟ ଗଛ ଗୁଡିକରେ ପାଣି ସିଂଚନ କରାଯିବ
  • ଦିଲ୍ଲୀରେ ଜେନେରେଟରର ବ୍ୟବହାର ଉପରେ କଟକଣା
  • ରାସ୍ତା କଡ ଖାଦ୍ୟ ଠେଲାରେ କୋଇଲା ଆଂଚ ବ୍ୟବହାରକୁ ବାରଣ
  • ରାସ୍ତା କଡରେ ଅଳିଆ ପୋଡିଲେ ମୋଟା ଅଙ୍କର ଜୋରିମାନା ହେବ ଦିଲ୍ଲୀରେ ଗତ ୩୬ ଘଂଟା ଧରି ବାୟୁର ଗୁଣବତା ମାନକ ୫୦୦ ଉପରେ ରହିବା ପରେ ସୁପ୍ରିମକୋର୍ଟ ଶନିବାର ଏହି ମାମଲାରେ ଶୁଣାଣି କରି କେନ୍ଦ୍ର ଏବଂ ଦିଲ୍ଲୀ ସରକାରଙ୍କ ଉପରେ ବର୍ଷିଥିଲେ । ଏହା ପରେ ଶନିବାର ସଂଧ୍ୟାରେ ଦିଲ୍ଲୀ ସରକାର ସଚିବାଳୟରେ ବୈଠକ କରି ଏପରି କିଛି କଠୋର ଗାଇଡଲାଇନ ଜାରି କରିଛନ୍ତି । ବାୟୁ ପ୍ରଦୂଷଣ ରୋକିବାକୁ ଦିଲ୍ଲୀରେ ଲକଡାଉନ ଲାଗୁ କରାଯିବା ଦରକାର କି ନାହିଁ ସୁପ୍ରିମକୋର୍ଟ ଜାଣିବାକୁ ମଧ୍ୟ ଚାହିଁଛନ୍ତି । ଏହି ମାମଲାରେ ଆସନ୍ତା ସୋମବାର ସକାଳ ୧୦ଟା ୩୦ ମିନଟରେ ସୁପ୍ରିମକୋର୍ଟରେ ପରବର୍ତି ଶୁଣାଣି ରହିଛି । ବାୟୁ ପ୍ରଦୂଷଣ ରୋକିବାକୁ ଦିଲ୍ଲୀ ସରକାର କେଉଁ ତତ୍କାଳ ପଦକ୍ଷେପ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ ଜାଣିବାକୁ ଚାହିଁବା ପରେ ପରେ ଦିଲ୍ଲୀ ସରକାର ତୁରନ୍ତ ଏପରି କଟକଣା ଲାଗୁ କରିଛନ୍ତି ।

related posts

Leave a Comment