Home Breaking News / ତାଜା ଖବର ଦିଲ୍ଲୀ-ଏନସିଆରରେ ବଢ଼ିଥିବା ପ୍ରଦୂଷଣକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ସୁପ୍ରିମକୋର୍ଟ

ଦିଲ୍ଲୀ-ଏନସିଆରରେ ବଢ଼ିଥିବା ପ୍ରଦୂଷଣକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ସୁପ୍ରିମକୋର୍ଟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନୂଆଦିଲ୍ଲୀ: ଦିଲ୍ଲୀରେ ନିଶ୍ୱାସରେ ବିଷ । ଅସହ୍ୟ ହୋଇ ପଡ଼ିଲାଣି ଜୀବନ । ଦୀପାବଳି ପରେ ଦିଲ୍ଲୀ-ଏନସିଆରରେ ବଢ଼ିଥିବା ପ୍ରଦୂଷଣକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ସୁପ୍ରିମକୋର୍ଟ । ପ୍ରଦୂଷଣ ସମ୍ବନ୍ଧିତ ମାମଲାର ଶୁଣାଣି ବେଳେ ସର୍ବୋଚ୍ଚ ଅଦାଲତ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । କହିଛନ୍ତି, ‘ଆପଣ କୃଷକଙ୍କୁ ଦାୟୀ କରୁଛନ୍ତି ।

ଏହା କେବଳ ୪୦ ପ୍ରତିଶତ । ଦିଲ୍ଲୀ ଲୋକଙ୍କ ଜୀବନ ସୁନିଶ୍ଚିତ କରିବା ପାଇଁ ଆପଣ କ’ଣ ପଦକ୍ଷେପ ନେଇଛ ବୋଲି ପ୍ରଶ୍ନ କରିଛନ୍ତି କୋର୍ଟ । ପ୍ରଧାନ ବିଚାରପତି ଏନ.ଭି. ରମଣାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠରେ ଜଷ୍ଟିସ୍ ଡି. ୱାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଅଛନ୍ତି । ନଡ଼ା ନଷ୍ଟ କରିବା ପାଇଁ କୃଷକଙ୍କୁ କାହିଁକି ମାଗଣାରେ ମେସିନ୍ ଦିଆଯାଇ ନାହିଁ ବୋଲି ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଖଣ୍ଡପୀଠ ।

related posts

Leave a Comment