Home Breaking News / ତାଜା ଖବର ଦକ୍ଷିଣ କାଳୀଙ୍କ ସପ୍ତ ଦିବସୀୟ ପୂଜନୋତ୍ସବ ଓ ପୁରଶ୍ଚରଣ କର୍ମ

ଦକ୍ଷିଣ କାଳୀଙ୍କ ସପ୍ତ ଦିବସୀୟ ପୂଜନୋତ୍ସବ ଓ ପୁରଶ୍ଚରଣ କର୍ମ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଯାଜପୁର ଜିଲ୍ଲାର ଦଶରଥପୁର ବ୍ଳକ ଅନ୍ତର୍ଗତ ନନ୍ଦିପୁର ଶାସନସ୍ଥିତ ପ୍ରାଚୀନ ଶାକ୍ତ ତନ୍ତ୍ର ପୀଠର ଆରାଧ୍ୟ ଦେବୀ ମାଆ ଦାଣ୍ଡ ଦକ୍ଷିଣ କାଳୀ ଓ ଦକ୍ଷିଣ କାଳୀଙ୍କର ସପ୍ତ ଦିବସୀୟ ପୂଜନୋତ୍ସଵ ସହ ପୂର୍ଣାହୁତି,ପୂର୍ଣ୍ଣ ଆରତୀସହ ମୃଣ୍ମୟୀ ମୂର୍ତ୍ତିଙ୍କର ବିସର୍ଜନ କର୍ମ ଇତିମଧ୍ୟରେ ଅନୁଷ୍ଠିତ ହୋଇଯାଇଅଛି। ଦାଣ୍ଡ ଦକ୍ଷିଣ କାଳୀ ପୀଠରେ ସେବକ କୂଳମଣି ଶତପଥୀ ଓ ସଙ୍ଗୀତା ରାଣୀ ଶତପଥୀଙ୍କ ଦ୍ଵାରା ଆୟୋଜିତ ଦକ୍ଷିଣ କାଳିକା ସାଧନୋତ୍ସଵ କର୍ମରେ ଆଚାର୍ଯ୍ୟ ଭାବରେ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର କାଉଁସେଲର ଅଧ୍ୟାପକ ଚିନ୍ମୟ ଦାଶ ଓ ଅଶୋକ କୁମାର ଶତପଥୀ ଯୋଗଦେଇଥିବାବେଳେ,ଗୋସ୍ୱାମୀ ରାମ ଚନ୍ଦ୍ର ଦାଶ, କାହ୍ନୁ ଚରଣ ଶତପଥୀ, ସନ୍ତୋଷ କୁମାର ଶତପଥୀ, ମନୋଜ କୁମାର ଶତପଥୀ, ମୋହନ କୁମାର ଶତପଥୀ, ଗୀତାଞ୍ଜଳି ଶତପଥୀ, ଶ୍ରଦ୍ଧାଞ୍ଜଳି ଦାଶ, ଜ୍ଞାନ ରଞ୍ଜନ ଦାଶ,ମନ୍ମଥ ଶତପଥୀ, ଶଶିକାନ୍ତ ଶତପଥୀ ଆଦି ସହଯୋଗ କରିଥିଲେ।

       ସେହିପରି ଦକ୍ଷିଣ କାଳୀଙ୍କ ପୀଠର ସେବକ ଅକ୍ଷୟ କୁମାର ଶତପଥୀ ଓ ଉମାରାଣି ଶତପଥୀଙ୍କ ଦ୍ୱାରା ଆୟୋଜିତ ସାଧନୋତ୍ସଵ କର୍ମରେ ପୁରୋହିତ ଆଚାର୍ଯ୍ୟ ଭାବରେ ବରିଷ୍ଠ  ଶିକ୍ଷାବିତ୍ ଶ୍ରୀଯୁକ୍ତ ରମାକାନ୍ତ ଶତପଥୀ ଯୋଗଦାନ କରିଥିଲେ। ଏହି ପୂଜନ କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ଚନ୍ଦ୍ରହାସ୍ୟ ଶତପଥୀ, ପ୍ରକାଶ କୁମାର ଶତପଥୀ,ବିନୋଦ ଚନ୍ଦ୍ର ଶତପଥୀ, ପ୍ରଦୀପ କୁମାର ଶତପଥୀ, ଟିକନ କୁମାର ଶତପଥୀ, ତପନ କୁମାର ଶତପଥୀ, ଠୁକି ଶତପଥୀ, ପ୍ରେମାନନ୍ଦ ଶତପଥୀ,ଶରତ କୁମାର ଶତପଥୀ, ରେଣୁବାଳା ଶତପଥୀ, ବସନ୍ତ କୁମାର ଶତପଥୀ, କାଳୀପ୍ରସନ୍ନ ଶତପଥୀ, ଭବାନୀ ଶଙ୍କର ଶତପଥୀ ଆଦି ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା।

related posts

Leave a Comment