କୋକସରା -(ଦେବେନ୍ଦ୍ର ସାଗର )ମହାଳିଙ୍ଗ ସନ ସାଇନ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲା ରେ ପୀଡିତ ପରିବାର କୁ ନ୍ୟାୟ ଦାବିରେ ଆଜି କଂଗ୍ରେସ ପକ୍ଷରୁ ଓଡିଶା ବନ୍ଦ ଡାକରା ଦିଆ ଯାଇଥିଲା l ବ୍ଲକ କଂଗ୍ରେସ ସଭାପତି ରାଜେନ୍ଦ୍ର ନାଏକ ଙ୍କ ନେତୃତ୍ୱ ରେ ଶତାଧିକ କଂଗ୍ରେସ କର୍ମୀ ଙ୍କ ସହ ହରତାଳ କରିଥିଲେ l ମମିତା ମେହେର ହତ୍ୟା ଘଟଣା ର ନିରପେକ୍ଷ ତଦନ୍ତ ପାଇଁ ଗୃହମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଙ୍କୁ ବହିଷ୍କାର କରି ତାଙ୍କୁ ସି ବି ଆଇ ତଦନ୍ତଭୁକ୍ତ କରାଯିବା ପାଇଁ ଦାବି କରିଥିଲେ l
ଆଜିର ଶାନ୍ତି ପୁର୍ଣ ବନ୍ଦ ପାଳନ ଓ ହରତାଳ ସମୟରେ ଯୁବ କଂଗ୍ରେସ ଉପ ସଭାପତି ଲିଙ୍ଗରାଜ ବେହେରା, କୋକସରା ସମିତି ସଭ୍ୟ ତ୍ରିଭୁବନ ନାଏକ,କେଶବ ଚନ୍ଦ୍ର ମାଝୀ, ବ୍ଲକ କଂଗ୍ରେସ ସାଧାରଣ ସମ୍ପାଦକ ପୁରୁଷୋତ୍ତମ ନାଏକ, କୃଷକ ମୋର୍ଚ୍ଚା ସଭାପତି ଘନଶ୍ୟାମ ଜାଲ, ନାରୀ ନେତ୍ରୀ ଫୁଲତୋଳା ଖମାରି, ମାଧୁରୀ ନିଏଲ, ପରମେଶ୍ୱର ଶଗଡିଆ, ଧନେଶ୍ୱର ମହାନନ୍ଦ, କମଳ ଲୋଚନ କୁମାର, ମହେନ୍ଦ୍ର ଧରୁଆ, ମଣିରାମ ଛତ୍ରିଆ, ଖଗପତି ବିଶି , ସମେତ କୋକସରା ର ବିଭିନ୍ନ ଅଞ୍ଚଳ ରୁ ଶତାଧିକ କଂଗ୍ରେସ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ।