Home Breaking News ଗରିବଙ୍କ ଦେବଦୂତ ସାଜିଛନ୍ତି ଗୁଣୁପୁରର ଦୟା ବାରିକ ଆଜି ସୁଦ୍ଧା ୧୧ ଶହରୁ ଉର୍ଦ୍ଧ ଶବ ବୋହିଛନ୍ତି

ଗରିବଙ୍କ ଦେବଦୂତ ସାଜିଛନ୍ତି ଗୁଣୁପୁରର ଦୟା ବାରିକ ଆଜି ସୁଦ୍ଧା ୧୧ ଶହରୁ ଉର୍ଦ୍ଧ ଶବ ବୋହିଛନ୍ତି

by Times One Odia
Share with
     
 
 
   

ରାୟଗଡ-୧୨/୧୧-(ଧନେଶ୍ବର ରାଉତ)- ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଦେବଦୂତ ସାଜି ଛନ୍ତି ଦୟା ବାରିକ । ଯାହାର ନିଶା ଗରିବଙ୍କୁ ସାହାଯ୍ୟ କରିବା ବିପଦର ବନ୍ଧୁ ହେଇ ଅସମୟରେ ସମସ୍ତେ ହାତ ଛଡା କରିବେବା ବେଳେ ଦୟା ହୁଅନ୍ତି। କରନା ମହାମାରୀ ସଙ୍କଟ କାଳରେ ଆପତ୍ତବନ୍ଧୁ ସାଜି ମୃତ ଦେହ ଗୁଡିକୁ ବିନା କୌଣସି ପାରିଶ୍ରମିକ ରେ କାହାଠାରୁ କିଛି ପଇସା ନନେଇ ମୃତକଙ୍କ ଘରକୁ ପହଞ୍ଚାଇବାର ବିଡା ଉଠାଇଥାନ୍ତି। ଏପରିକି ନିଜ ବନ୍ଧୁ ପରିବାର ସ୍ୱଜନ ମାନେ ଯାହାଙ୍କୁ ସ୍ୱର୍ସ କରିବାକୁ ମନାସେତେବେଳେ ଦୟା ହେଉଛନ୍ତି ଏକ ମାତ୍ର ସହାରା ଅଟନ୍ତି। ସେହିଭଳି ଏକ ବିସ୍ମୟ ସେବା ଭାବ ରଖିଥିବା ବ୍ୟକ୍ତି ରାୟଗଡ ଜିଲା ଉପଖଣ୍ଡ ଗୁଣୁପୁର ସହରର ଦୟାନିଧି ବାରିକ ଅଟନ୍ତି। ଏଭଳି ପ୍ରେରଣା କିପରି ପାଇଲେ ବୋଲି ପଚାରିବାରୁ ସେ ତାଙ୍କ ଅନୁଭୂତି କହିଥିଲେ ଦିନେ ଗୁଣୁପୁର ବଜାରରେ ବୁଲୁଥିବା ବେଳେ ଏକ ବ୍ୟକ୍ତି ଙ୍କ ମୃତଦେହ ନେବା ପାଇଁ ତାଙ୍କ ପରିଜନ କେହି ସହଯୋଗ କରି ନ ଥିଲେ ଜଣେ ମାତ୍ର ଠେଲା ଗାଡ଼ିରେ ସହର ମଝିରେ ଠେଲି କି ନେବାର ଦେଖିବା ପରେ ସେ ନିଜେ ପ୍ରଭାବିତ ହୋଇଥିଲେ ବୋଲି କହିଛନ୍ତି। ସେଠାରେ ଠିଆ ହୋଇ ଥିବା କିଛି ଭଦ୍ରବ୍ୟକ୍ତି ଏହି ଛାତି ଥରା ଦୃଶ୍ୟ ଦେଖି ତାଙ୍କ ମନ ସେବଭାବରେ ଭରି ଯାଇଥିଲା ତାପରେ ନିଜନିଷ୍ପତି କହିଥିଲେ ଦୟା । ତା ପରଦିନ ଅର୍ଥାତ ଅକ୍ଟୋବର ଷୋହଳ ତାରିଖ ଦିନ ସକାଳୁ ଉଠି ଯୋଗାଯୋଗ କରିବା ବେଳକୁ ସମସ୍ତ ସହଯୋଗୀ ନିଜ ନିଜ ସମର୍ଥରେ ଆଣି କିଛି ଲକ୍ଷ ଟଙ୍କା ଦେଇଥିଲେ।ତାପରେ ନିଜ ସଞ୍ଚିତ କରିଥିବା କିଛି ଲକ୍ଷ ଟଙ୍କା ଧରି ଏକ ଗାଡି କିଣି ଆଣି ସେବେଠାରୁ ଆରମ୍ଭ ହେଲା ଏହି ସେବା କାମ। ଏପରିକି ଗୁଣୁପୁର ଉପଖଣ୍ଡ ଡାକ୍ତର ଖାନାରେ ଯେକେହିବି ମୃତ୍ୟୁ ବରଣ କରନ୍ତି ସେମାନଙ୍କ ଘର ଯେତେ ବାଟରେ ହେଉ ସେଠାରେ ନେଇ ପହଞ୍ଚାଇବା ପାଇଁ ପଛାନ୍ତି ନାହିଁ। ଏପରି କିଛି ଦିନ ସେବା ଜାରି ରହିବା ବେଳେ ସହରର ଜଣେ ବଦାନ୍ୟ ବ୍ୟକ୍ତି ଦିନେ ଡାକିକି କହିଲେ ଆମେ ସାହାଯ୍ୟ କରିବୁ କହି ତା ପରଦିନ ଯାଇ ଦଶ ଲକ୍ଷ ଟଙ୍କା ଦେଇ ଏକ ଆମ୍ବୁଲାନ୍ସ କିଣା ହେବା ପରଠାରୁ ନିଶୁଳ୍କ ସେବା ଚାଲିଛି। ଏକ ଗାଡି ସହ ଯାହା ଡିଜେଲ ଖର୍ଚ୍ଚ ହେଉଛି ତାହା ମଧ୍ୟ ସେହି ବ୍ୟକ୍ତି ଯୋଗାଇଥାନ୍ତି। ଆଜି ସୁଦ୍ଧା ୧୧୫୩ ଟି ଶବ ପାରୁବାରଙ୍କ ସ୍ଵଜନକୁ ପହଞ୍ଚିବାରେ ସାହାଯ୍ୟ କରିଛନ୍ତି। ଏହି ନିସ୍ୱାର୍ଥ ପର ସେବା ପାଇଁ ତତ୍କାଳୀନ ଜିଲ୍ଲାପାଳ ପୁନମ ତାପସ କୁମାର ଗୁହା,ଡମ୍ବସରା କଲେଜ, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଶିଷ୍ଟ ଚାଙ୍ଗୁ ବାଦକ ଗିରିଧର ଗମାଙ୍ଗ, ପଦ୍ମପୁର ପବ୍ଲିକ ସ୍କୁଲ, ନଗର ଭାଜପା, ଅନ୍ୟ ମିଳିତ ମଞ୍ଚ ତରଫରୁ ଅନେକ ବାର ସଂମାନିତ ହେଇଛନ୍ତି। ଆଜି ଗରିବ ଆଦିବାସୀଙ୍କ ର ପ୍ରାୟ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବଞ୍ଚିବାରେ ସହାୟକ ହୋଇଛନ୍ତି ବୋଲି ବିଶିଷ୍ଟ ସମାଜସେବୀ ତଥା ବରିଷ୍ଠ ଆଇନଜୀବୀ ୱାଇ ଗଣାପତି, ଆଦିବାସୀ ନେତା ବିଦ୍ୟାଧର ଶବର ଅନ୍ୟ ମଣ୍ୟ ଗଣ୍ୟ ବ୍ୟକ୍ତି ମାନେ କହିଛନ୍ତି ତାଙ୍କ ନିଷ୍କାମ ସେବାକୁ ସାଧୁବାଦ ଦେଇଛନ୍ତି। ପ୍ରକାଶ ଯୋଗ୍ୟ ଏହି କି ଯେ ସେ ନିଜେ ଡ୍ରାଇଭର ସାଜି ନଜେ ସେବା କରିବାକୁ ଯାଇଥାନ୍ତି ଏପରିକି ଲୋକପ୍ରଥା ଅନୁସାରେ ଡ୍ରାଇଭରକୁ କିଛି ଖର୍ଚ୍ଚ କୁ ଦିଅନ୍ତି ତାହା ମଧ୍ୟ ନିଅନ୍ତି ନାହିଁ। ଆଉ ଆଗକୁ ଏକ ନୂଆ ଗାଡି ଅର୍ଥାତ ସବୁ ଆଧୁନିକ ସୁବିଧା ସୁଯୋଗ ଥିବା ଏକ ଗାଡି ଆମ୍ବୁଲାନ୍ସ ସ୍ୱର୍ଗ ଦ୍ୱାର ପୁରୀ କି ନେବା ପାଇଁ ଯୋଜନା ରହିଛି ବୋଲି ଶ୍ରୀ ବାରିକ କହୁଛନ୍ତି।

related posts

Leave a Comment