Home Breaking News କୋଭିଡ କଟକଣା ପାଇଁ ବିନା ଭକ୍ତରେ ପାଳିତ ହେଲା ଶ୍ରୀରାଧାଙ୍କର ଓଡିଆନୀ ବେଶ

କୋଭିଡ କଟକଣା ପାଇଁ ବିନା ଭକ୍ତରେ ପାଳିତ ହେଲା ଶ୍ରୀରାଧାଙ୍କର ଓଡିଆନୀ ବେଶ

by Times One Odia
Share with
     
 
 
   

କୋଭିଡ କଟକଣା ପାଇଁ ବିନା ଭକ୍ତ ରେ ପାଳିତ ହେଲା ଶ୍ରୀରାଧାଙ୍କର ଓଡିଅ।ଣୀ ବେଶ । ବର୍ଷକରେ ଥରେ ଶ୍ରଦ୍ଧାଳୁ ନଟବର ବେଶ ସହିତ ଓଡିଅ।ଣୀ ବେଶ ଦର୍ଶନର ସୌଭାଗ୍ୟ ପାଉଥିବା ବେଳେ ଚଳିତ ବର୍ଷ କୋରନା କଟକଣା ଭକ୍ତଙ୍କୁ ନିରାଶ କରିଛି । ଦେବନିତୀନୁସାରେ ସମସ୍ତ କାର୍ଯ୍ୟ ପାଳିଅ। ସେବାୟତଙ୍କ ଦ୍ଵାରା ସମ୍ପନ୍ନ ହୋଇଛି, ସେପଟେ ସରକାରୀ ନିର୍ଦ୍ଦେଶନାମା ମାନି ଘରେ ରହିଥିବାରୁ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି ପୁରୀ ଜିଲ୍ଲା ପ୍ରଶାସନ ।
ପୁରି ଜିଲ୍ଲା ସାକ୍ଷୀଗୋପାଳ ଗୋପାଳଜିଉ ମନ୍ଦିର ଆଜିର ଦିନରେ ଶ୍ରୀରାଧାଙ୍କର ଓଡିଅ।ଣୀ ବେଶ ସହିତ ପାଦ ଦର୍ଶନର ସୁଯୋଗ ପାଇଥାନ୍ତି ଭକ୍ତ । ଏଥିପାଇଁ ମଧ୍ୟରାତ୍ରରୁ ଗୋପାଳଜିଉ ମନ୍ଦିର ସାମନାରେ ଲକ୍ଷାଧିକ ଭକ୍ତ ମାନଙ୍କର ସମାଗମ ହୋଇଥାଏ । ମାତ୍ର ଚଳିତ ବର୍ଷ କୋଭିଡ କଟକଣା ପାଇଁ ଖଁ। ଖଁ। ରହିଥିଲା ପରିବେଶ, ବିନା ଭକ୍ତ ରେ ପାଳିତ ହୋଇଛି ରାଧାରାଣୀ ଙ୍କ ଓଡିଅ।ଣୀ ବେଶ । ଭୋର 5ଟା ରେ ଦ୍ଵାର ପୂଜା ପରେ ମଙ୍ଗଳା ଅ।ରତୀ,ବେଶ ମଇଲମ,ମର୍ଦନ ଅବକାଶପରେ ନଟବର ଓ ରାଧାରାଣୀଙ୍କର ଓଡିଅ।ଣୀ ବେଶ, ସୂର୍ଯ୍ୟପୂଜା, ଦ୍ଵାରପାଳ ପୂଜା, ବଲ୍ଲଭ, ସକାଳ ଧୂପ , ବାଳଧୂପ ପାଳିଆ ସେବାୟତଙ୍କ ଦ୍ଵାରା ଗୁପ୍ତ ପୂଜା ସମ୍ପାଦନ ହୋଇଥିଲା। ମାତ୍ର କୋଭିଡ କଟକଣା ପାଇଁ ସାଧାରଣ ଦର୍ଶନ ଉପରେ କଟକଣା ଲଗାଯାଇଥିବାରୁ ସାଧାରଣ ଦର୍ଶନ ବନ୍ଦ ରହିଥିଲା। ସେପଟେ ବର୍ଷକରେ ଥରେ ଏଭଳି ସୁଯୋଗ ମିଳିଥିଲେ ମଧ୍ୟ କୋଭିଡ ନିୟମକୁ ମାନି ସମସ୍ତ ସେବାନିତୀ କରାଯାଇଥିବାର ସେବାୟତ କହିଥିବା ବେଳେ ଦର୍ଶନ ନ ପାଇ ଦୁଃଖ ପ୍ରକାଶ କରିଛନ୍ତି ଶ୍ରଦ୍ଧାଳୁ ।
ଅ।ଜିର ଦିନରେ ଶ୍ରୀରାଧାଙ୍କୁ ଦର୍ଶନ କଲେ ମହାପୂର୍ଣ୍ଣ ମିଳିବା ସହିତ ମହିଳା ମାନେ ସୈାଭାଗ୍ୟବତୀ ହେବାର ସୁଯୋଗ ପାଇଥାନ୍ତି ବୋଲି ବିଶ୍ଵାସ ରହିଥିବା ବେଳେ ଶ୍ରଦ୍ଧାଳୁ ମାନେ ଅ।ଜିର ଦିନରେ ଅଁଳା ଗଛ ମୂଳରେ ପୂଜାର୍ଚ୍ଚନା କରି ମାନସିକ ରଖି ସଂକଳ୍ପ କରିଥାନ୍ତି ଅଁଳା ଗଛ ପାଖରେ । ମାତ୍ର ଚଳିତ ବର୍ଷ କୋଭିଡ ପାଇଁ ନିରାଶ ହୋଇଛି ଶ୍ରଦ୍ଧାଳୁ, ସେପଟେ ଦେବନିତୀନୁସାରେ ସମସ୍ତ କାର୍ଯ୍ୟ ପାଳିଅ। ସେବାୟତଙ୍କ ଦ୍ଵାରା ସମ୍ପନ୍ନ ହୋଇଛି, ସୁରକ୍ଷା ବ୍ୟବସ୍ଥା ପାଇଁ ୧ ପ୍ଲାର୍ଟୁନ ପୋଲିସ ଫେ।ର୍ସ ମୁତୟନ ହୋଇଥିଲା ।

related posts

Leave a Comment