Home Breaking News ବିନିକା କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ହରତାଳ ଜୋରଦାର

ବିନିକା କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ହରତାଳ ଜୋରଦାର

by Times One Odia
Share with
     
 
 
   

ବିନିକ୧୨-୧୧ ଆଜି କଳାହାଣ୍ଡି ଜିଲ୍ଲାର ବହୂ ଚର୍ଚ୍ଚିତ ମହାରଲିଙ୍ଗ ସନ ସାଇନ ପବ୍ଳିକ ସ୍କୁଲ ଅଧ୍ୟକ୍ଷ ମମିତା ମେହେର ହତ୍ୟା ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର ଓ ଗିରଫ ଓ ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ଦାବିରେ ରାଜ୍ୟ କଂଗ୍ରେସ ପକ୍ଷରୁ  ହରତାଳ ଆରମ୍ଭ ହୋଇଛି। କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ହରତାଳ ସାନ୍ତିପୁର୍ଣ୍ଣ ହିସାବରେ ସଫଳ ହୋଇଛି ା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଏବଂ ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ଦାବିରେ ଅଡ଼ି ବସିଛନ୍ତି କଂଗ୍ରେସ ଏହାର ପ୍ରଭାବରେ ବିନିକା ଅଞ୍ଚଳରେ ବସ ଚଳାଚଳ,ଦୁକାନ ବଜାର ସମ୍ପୁନ୍ନ ଭାବରେ ବନ୍ଦ ହୋଇଥିଲା ା ହରତାଳ କୁ ଲୋକଙ୍କ ପୂର୍ଣ୍ଣ ଏବଂ ଅକୁଣ୍ଠ ସମର୍ଥନ ମିଳିଥିବାରୁ ବନ୍ଦ ସଫଳ ହୋଇଛିବୋଲି କଂଗ୍ରେସ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଦିପ ସେଠୀ କହିଛନ୍ତି ା ବନ୍ଦକୁ ଲୋକଙ୍କ ପୂର୍ଣ୍ଣ ଏବଂ ଅକୁଣ୍ଠ ସମର୍ଥନ ମିଲି ବନ୍ଦ ସଫଳ ହୋଇଛି ବୋଲି ବିନିକା ବ୍ଳକ କଂଗ୍ରେସ ସଭାପତି ରବିନ୍ଦ୍ର ହୋତା ମତବ୍ୟକ୍ତ କରିଛନ୍ତି ା
ହରତାଳକୁ ଲୋକମାନେ ସମଥର୍ନ କରିଛନ୍ତି ଆଜିର ଆନ୍ଦୋଳନର ପ୍ରଭାବ ପଡ଼ିଛି ବୋଲି ପଞ୍ଚାୟତ ରାଜ କଂଗ୍ରେସ ବ୍ଳକ ସଭାପତି ପଞ୍ଚାନନ ପାତ୍ର କହିଛନ୍ତି । ଆଜି ସକାଳେ ସୋନପୁର – ବିନିକା –ଡ଼ୁଙ୍ଗୁରିପାଲି ମୂଖ୍ୟରାସ୍ତାର ବିନିକା ମହାନଦୀ ଛକରେ ବହୁ କଂଗ୍ରେସ ନେତା ନାରାବାଜି କରିବା ସହ ୬ ଘଣ୍ଟିଆ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ାଏଥିରେ ବ୍ଳକ କୃଷକ ସଭାପତି ସୂର୍ଯ୍ୟ କୁମାର ଖେତି , ଗୋବିନ୍ଦା ଝାଙ୍କର , ଟିକୁନ୍ ମହାଲିଙ୍ଗ , ଗୋପି ପଣ୍ଡା , ଶିବ ପ୍ରସାସ ଖମାରି , ରବିନ୍ଦ୍ର ଭଏନା , ମହେନ୍ଦ୍ର ଥନାପତି, ମାନଭଞ୍ଜନ ହୋତା , ନନ୍ଦି ପଣ୍ଡା, ଉମା ଦୀପ , ଅଲେଖ ଭୋଇ , ପବନ ଅଗ୍ରୱାଲ , ଶ୍ରୀନିବାସ ଖମାରି, ଗୁଣ୍ଡୁ ଭୋଇ ,ଉତ୍ତର ଚିରଗୁଣ୍ଡ ସମେତ ଅନେକ କଂଗ୍ରେସ କର୍ମି ଉପସ୍ତିତ ଥିଲେ

related posts

Leave a Comment