Home Breaking News / ତାଜା ଖବର ଶେଷ ପର୍ଯ୍ୟାୟରେ କୋକସରା ବ୍ଲକର ବିଭିନ୍ନ ପଞ୍ଚାୟତରେ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ

ଶେଷ ପର୍ଯ୍ୟାୟରେ କୋକସରା ବ୍ଲକର ବିଭିନ୍ନ ପଞ୍ଚାୟତରେ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କୋକସରା-(ଦେବେନ୍ଦ୍ର ସାଗର )ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ କଳାହାଣ୍ଡି ଗସ୍ତ ଓ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ ର ଶୁଭାରମ୍ଭ କରିଥିବାବେଳେ ବିଭିନ୍ନ ବ୍ଲକ ଓ ପଞ୍ଚାୟତର ସ୍ତରରେ ମନ୍ତ୍ରୀ ଓ ବିଧାୟକ ଓ ପ୍ରଶାସନିକ ଅଧିକାରୀ ମାନଙ୍କୁ ଦାୟୀତ୍ୱ ଦେଇ କାର୍ଡ ବଣ୍ଟନ କରାଯାଉଛି ।

ଏହି କ୍ରମରେ ଆଜି ଶେଷ ପର୍ଯ୍ୟାୟରେ କୋକସରା ବ୍ଲକର ବଭିିନ୍ନ ପଞ୍ଚାୟତ ରେ ଏହି ସ୍ମାର୍ଟ କାର୍ଡ ବଣ୍ଟନ କରାଯାଇଛି । ବ୍ଲକର ମୋଟେର ଠାରେ ଆୟୋଜିତ ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କ ସ୍ୱତନ୍ତ୍ର ଉନ୍ନୟନ କମିସନର ବିନାୟକ କୁମାର ଟୋପୋ ଯୋଗଦେଇ କାର୍ଡ ବଣ୍ଟନ କରିଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ କୋକସରା ବିଡିଓ ମନୀଷା ଦାସ, ତହସିଲଦାର ମନୋଜ କୁମାର ପାଢୀ, ମୋଟେର ସରପଞ୍ଚ ତଥା ଜିଲ୍ଲା ବିଜେଡି ଏସ୍ଟି ସେଲ ସଭାପତି ଇଂ ସୁଶୀଲ କୁମାର ଶବର, ନାଏବ ସରପଞ୍ଚ ଲତା ଶବର ପ୍ରମୁଖ ମଞ୍ଚାସିନ ଥିଲେ l ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀସତ୍ୟବାନ ପୂଝାରୀ , ଯୋଗାଣ ସହାୟକ ପରମାନନ୍ଦ ଧଙ୍ଗଡା ମାଝୀ,ଗ୍ରାମ ରୋଜଗାର ସେବକ ଦିଶାନ୍ତ ବାଗ ପ୍ରମୂଖ ଯୋଗଦେଇ କାର୍ଡ ବଣ୍ଟନରେ ସହଯୋଗ କରିଥିଲେ ।
ଏହି ଅବସରରେ ପଞ୍ଚାୟତର ୫୦ଜଣ ହିତାଧିକାରୀଙ୍କୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରାଯାଇଥିଲା । ସେହିପରି ବ୍ଲକର କାଷିବାହାଲ , ଫୁପ ଗାଁ , ଡାଲଗୁମା ଆଦି ପଞ୍ଚାୟତ ଠାରେ ମଧ୍ୟ ହିତାଧିକାରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରାଯାଇଛି ।
ଏହି ଅବସରରେ ବିଜେଡି ବ୍ଲକ ସଭାପତି ସୁଶାନ୍ତ କୁମାର ବେହେରା, ବିଧାୟକ ପ୍ରତିନିଧି ମାନସ ରଞ୍ଜନ ବାଗ, ବିଜୁଛାତ୍ର ଜନତା ଦଳ ବ୍ଲକ ସଭାପତି ମାନସ ବେହେରା,ପ୍ରମୋଦ ପ୍ରଧାନୀ, ବିନୋଦ ବିହାରୀ ରାଉତ ପ୍ରମୁଖ ଉପସ୍ଥିତ ଥିଲେ

related posts

Leave a Comment