Home Breaking News / ତାଜା ଖବର ଚାକିରି କରାଇ ଦେବାକୁ କହି ଠକେଇ ଅଭିଯୋଗରେ ୨ ଗିରଫ

ଚାକିରି କରାଇ ଦେବାକୁ କହି ଠକେଇ ଅଭିଯୋଗରେ ୨ ଗିରଫ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଭୁବନେଶ୍ୱର: ଚାକିରି କରାଇ ଦେବାକୁ କହି ଠକେଇ ଅଭିଯୋଗ । ୩୮ ଜଣ ଚାକିରି ଆଶାୟୀଙ୍କଠାରୁ ୧ କୋଟି ୪୭ ଲକ୍ଷ ଟଙ୍କାର ଠକେଇର ପର୍ଦ୍ଦାଫାସ କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା । ଏହି ଘଟଣାରେ ଦୁଇ ଜଣ ନକଲି ଅଫିସରଙ୍କୁ ଗିରଫ କରାଯାଇଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ବୈକୁଣ୍ଠ ନାଥ ନାୟକ ଓ ଭୀମସେନ ମହାରଣା ।

ସୂଚନା ଅନୁଯାୟୀ, ୨୦୧୩ରେ ପୁଲିସ ସର୍ଭିସ ପରୀକ୍ଷାରେ ଚାକିରି କରାଇ ଦେବାକୁ କହି ଏମାନେ ୩୮ ଜଣ ଆଶାୟୀଙ୍କଠାରୁ କୋଟିଏ ୪୭ ଲକ୍ଷ ଟଙ୍କା ଠକେଇ କରିଥିଲେ । ଠକେଇର ଶିକାର ହୋଇଥିବା ଜଣେ ଆଶାୟୀ ବାଦଲ କୁମାର ରାଉଳଙ୍କ ଅଭିଯୋଗ ଆଧାରରେ ଦୁଇ ଅଭିଯୁକ୍ତଙ୍କ ହାତରେ ହାଡ଼କଡ଼ି ପିନ୍ଧାଇଛି କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ।

ବୈକୁଣ୍ଠନାଥ ନାଏକ ନିଜକୁ ଗୃହ ବିଭାଗରେ ଆସିଷ୍ଟାଣ୍ଟ ସେକସନ୍ ଅଫିସର ଓ ଭୀମସେନ ମହାରଣା ନିଜକୁ ଗୃହ ବିଭାଗର ବରିଷ୍ଠ ଅଧିକାରୀର ପରିଚୟ ଦେଇଥିଲେ । ଅନ୍ୟ ଦୁଇ ଜଣ ସିନିଅର ଅଫିସରଙ୍କ ସହ ଯୋଗାଯୋଗରେ ଥିବା କହି ଚାକାରି ଆଶାୟୀଙ୍କ ବିଶ୍ୱାସ ଜିତିଥିଲେ ।

related posts

Leave a Comment