Home Breaking News / ତାଜା ଖବର ବନ୍ଦ ଡାକରା ଦେଲେ ହେବ କାର୍ଯ୍ୟାନୁଷ୍ଠାନ

ବନ୍ଦ ଡାକରା ଦେଲେ ହେବ କାର୍ଯ୍ୟାନୁଷ୍ଠାନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): ଏଣିକି କୌଣସି ରାଜନୈତିକ ଦଳ ହେଉ କିମ୍ବା ସଂଗଠନ ବନ୍ଦ ଡାକରା ଦେଇପାରିବେନି l ଯଦି ଦିଅନ୍ତି ତେବେ ସେମାନଙ୍କ ବିରୁଦ୍ଧରେ ପୋଲିସ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କୁ ବାଧ୍ୟ ହେବ ବୋଲି କନ୍ଧମାଳ ଏସ ପି ଭିନୀତ ଅଗ୍ରୱାଲ ସାମ୍ବାଦିକ ମାନଙ୍କୁ କହିଛନ୍ତି l
ମାନ୍ୟବର ଓଡିଶା ହାଇ କୋର୍ଟ ଙ୍କ ନିର୍ଦେଶ କୁ କଡାକଡି ଭାବେ ପାଳନ କରାଯିବ ବୋଲି ଏସ ପି ଅଗ୍ରୱାଲ କହିଛନ୍ତି l
ଆସନ୍ତା କାଲି କଂଗ୍ରେସ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାରୁ ନ ଓହରିଲେ ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ l
ଏନେଇ ସମସ୍ତ ରାଜନୈତିକ ଦଳ କର୍ମକର୍ତା ମାନଙ୍କୁ ଜଣାଇ ଦିଆଯାଇଥିବା କହିଛନ୍ତି ଏସ ପି କୌଣସି ପ୍ରକାର ଆଇନ ଶୃଙ୍ଖଳା ପରିସ୍ଥିତି କୁ ବରଦାସ୍ତ କରାଯିବ ନାହିଁl ବ୍ୟପକ ପୋଲିସ ଫୋରସ ନିୟୋଜିତ କରିବା ସହ ସତର୍କ ନଜର ରଖା ଯିବ ବୋଲି ଏସ ପି କହିଛନ୍ତି l

related posts

Leave a Comment