Home Breaking News / ତାଜା ଖବର ରାୟଗଡା ଭାଜପା ଓବିସି ମୋର୍ଚ୍ଚା ଟିମ ଘୋଷଣା ହେଲା

ରାୟଗଡା ଭାଜପା ଓବିସି ମୋର୍ଚ୍ଚା ଟିମ ଘୋଷଣା ହେଲା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା(ଧନେଶ୍ବର ରାଉତ): ରାୟଗଡ ଜିଲ୍ଲା ଭାରତୀୟ ଜନତା ପାର୍ଟି ର ପଛୁଆ ବର୍ଗ ଯାହାକୁ କି ଓ ବି ସି ମୋର୍ଚ୍ଚା କୁହାଯାଏ ତାର ଏକ ୩୫ ଜଣିଆ ପଦାଧିକାରୀ ଙ୍କୁ ଜିଲ୍ଲା ସଭାପତି ଶିବ ପଟନାୟକ ଘୋଷଣା କରିଛନ୍ତି। ଓ ବି ସି ମୋର୍ଚ୍ଚା ଜିଲ୍ଲା ସଭାପତି ରୁଦ୍ର ପ୍ରସାଦ ମୁଗୁଲିଙ୍କ ସ୍ବାକ୍ଷର ଥିବା ଏକ ପଦାଧିକାରୀ ଙ୍କ ସାରଣୀ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ପ୍ରକାଶନ ପାଇଁ ଦିଆଯାଇଛି। ଆଜି ସକାଳୁ ଉପସଭାପତି ଯୁଧିଷ୍ଠିର ବେହେରାଙ୍କୁ ଫୁଲତୋଡା ଦେଇ ସ୍ୱାଗତ କରାଯାଇଥିଲା। ଏହି ଟିମରେ ପାଞ୍ଚ ଜଣ ଉପସଭାପତି, ୩ ଜଣ ସାଧାରଣ ସମ୍ପାଦକ,ପାଞ୍ଚ ଜଣ, ସମ୍ପାଦକ, ଜଣେ କୋଷାଧ୍ୟକ୍ଷ,ଚାରି ଜଣ ମିଡିଆ ପ୍ରଭାରୀ ରହିଛନ୍ତି। ସେହିଭଳି ତେର ଜଣ କାର୍ଯ୍ୟ କାରିଣୀ ସଦସ୍ୟ ଭାବେ ନିଯୁକ୍ତି ହେଇଛନ୍ତି। ଜିଲ୍ଲା ପାର୍ଟି କାର୍ଯ୍ୟାଳୟ ରେ ସମ୍ପାଦକ ରମେଶ ସାମନ୍ତ, ଉପସଭାପତି ରାମଚନ୍ଦ୍ର ବେହେରା ଉପସ୍ଥିତି ରେ ଏହି ଘୋଷଣା ହେଇଥିଲା। ଆଗକୁ ନିର୍ବାଚନ ଥିବାରୁ1ଏହି ଟିମ ଘୋଷଣା ହେବା ସମସ୍ତେ ସ୍ୱାଗତ କରିବା ସହ ନିର୍ବାଚନରେ ଗଣିତକୁ ସୁଦୃଢ କରିବ ବୋଲି ରାଜନୈତିକ ମହଲରେ ଚର୍ଚା ଚାଲିଛି।

related posts

Leave a Comment