Home Breaking News / ତାଜା ଖବର ଜେକେ ପୁରରେ ସୂର୍ଯ୍ୟ ଦେବତାଙ୍କ ପୂଜନ ପାଇଁ ଛଟ ପୂଜା ଅନୁଷ୍ଠିତ

ଜେକେ ପୁରରେ ସୂର୍ଯ୍ୟ ଦେବତାଙ୍କ ପୂଜନ ପାଇଁ ଛଟ ପୂଜା ଅନୁଷ୍ଠିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ-୧୧/୧୧-(ରମେଶ ଚୌରସିଆ): ହିନ୍ଦୁ ଧର୍ମରେ ସବୁ ଦେବଦେବୀଙ୍କୁ ପୂଜାନ୍ତି ଉପାସନା କରାଯାଏ। ବୃକ୍ଷ ଠାରୁ ଆରମ୍ଭ କରି ମାଟି ,ପବନ, ପାଣି ଚନ୍ଦ୍ର ସୂର୍ଯ୍ୟ କୁ ଉପାସନା କରିବାର ବିଧି ରହିଛି। ହିନ୍ଦୁ ଧର୍ମରେ ପ୍ରକୃତିକୁ ଅଧିକ ମହତ୍ଵ ଦିଆଯାଏ। ସେଥିପାଇଁ ବିଶ୍ୱ ପୂଜିତ ଅଟେ ଓ ବସୁଧାଇବ କୁଟୁମ୍ବକମ ହିସାବରେ ସାରା ବିଶ୍ୱ କୁ ନିଜ ପରିବାର ମଣିଛି। ସେହିଭଳି ଛଟ ପୂଜା ଏକ ସୂର୍ଯ୍ୟ ନାରାୟଣଙ୍କ ଉପାସନା କରିବାର ଏକ ପଦ୍ଧତି ରହିଛି। ବିହାର, ଛତିଶଗଡ଼, ଉତର ପ୍ରଦେଶ ରୁ ଅନେକ ହିନ୍ଦୀ ଭାଷା ଭାସି ଲୋକମାନେ ରାୟଗଡ ଜିଲ୍ଲା ନିକଟସ୍ଥ ଜେ କେ ପୁର ଠାରେ ରୁହନ୍ତି ଏକ ପ୍ରକାର ବହୁଭାଷୀ ଲୋକଙ୍କ ସହର ଏହି ଜେ କେ ପୁର ଅଟେ। ପତି ଦେବଙ୍କ ଆୟୁ ଆରୋଗ୍ୟ ଘରର ସମୃଦ୍ଧି ପାଇଁ ସୂର୍ଯ୍ୟ ଦେବଙ୍କୁ ଉପାସନା କରିବାର ବିଧି ରହିଛି ଏହାକୁ ଛଟ ପୂଜା ନାମରେ ସାରା ଭାରତରେ ବିଖ୍ୟାତ ଅଟେ । ଏହି ପୂଜାରେ ପ୍ରାୟ ୫ ଦିନ ଉପାସନା କରିବା ବିଧି ରହିଛି। ଗୃହିଣୀ ମାନେ ସୁଧ ପୁତ ଭାବେ ସ୍ନାନାଦି ସାରି ସକାଳୁ ଉଠି ସୂର୍ଯ୍ୟ ଉଦୟ ରେ ବାଳ ସୂର୍ଯ୍ୟ ଦେବଙ୍କୁ ଦର୍ଶନ କରି ବ୍ରତ ଆରମ୍ଭ କରନ୍ତି ଦିନ ସାରା ନିର୍ଜଲ ଉପବାସ କରି ସନ୍ଧ୍ୟା ସମୟରେ ଅସ୍ତ ରୁଦ୍ର ଦେବତାଙ୍କ ଦର୍ଶନ ପରେ ଜଳ ସ୍ୱର୍ସ କରନ୍ତି। ଜପ ଧ୍ୟାନ ରେ ମଗ୍ନ ରହି ଘରର ପରିବାରର ସମୃଦ୍ଧି, ଆୟୁ, ଆରୋଗ୍ୟ, ଶାନ୍ତି ପାଇଁ ସବିତା ଦେବତାଙ୍କ ଉଦ୍ଧେଶ୍ୟରେ ସକାଳୁ ଓ ସନ୍ଧ୍ୟାରେ ନଦୀକୁ ଯାଇ ଜଳ ଦୀପ ଭୋଗ ର ଅର୍ଘ୍ୟ ପ୍ରଦାନ କରନ୍ତି । ସହରର ନିକତସ୍ତ ନଗବଳୀ ନଦୀରେ ଏ ସବୁ ମାଙ୍ଗଳିକ କର୍ମ ଦେଖିବାକୁ ମିଳିଥିଲା। ହିନ୍ଦୀ ଭାଷା ଭାଷୀ ର ମହିଳା ପୁରୁଷ ଆସି ନିଜ ନିଜ ମାନସିକ ଅନୁସାରେ ଅଭିଷେକ କରିଥିଲେ। ଏହି ଛଟ ପୂଜାକୁ ବିହାର, ଛତିଶଗଡ଼, ଝାଡଖଣ୍ଡ, ମଧ୍ୟ ପ୍ରଦେଶରେ ବହୁ ଧୁମ ଧାମରେ ପାଳନ କରାଯାଏ ପ୍ରାୟ ୫ ଦିନ ସମସ୍ତେ ନୂତନ ବସ୍ତ୍ର ପରିଧାନ କରି ବିଭିନ ପ୍ରକାର ବ୍ୟଞ୍ଜନ କରି ଭୋଗ କରି ଥାନ୍ତି ବୋଲି ବେଲା ଦେବୀ,ଉର୍ମିଳା ଦେବୀ, ସୁଶିଳା ଦେବୀ,ଶିଳା ଦେବୀ, ବୀଣା ଦେବୀ ପ୍ରମୁଖ କହିଛନ୍ତି। ଏହି ପୂଜନ କଲେ ଦୀର୍ଘାୟୁ ଓ ସୁଖ ସମୃଦ୍ଧି ବୃଦ୍ଧି ହୁଏ ବୋଲି ବିଶ୍ୱାସ ରହିଛି।

related posts

Leave a Comment