Home Breaking News / ତାଜା ଖବର କପା ମଣ୍ଡି ପାଇଁ ଦିନ ଧାର୍ଯ୍ୟ ପ୍ରଚାର ରଥ ମାଧ୍ୟମରେ ସଚେତନତା

କପା ମଣ୍ଡି ପାଇଁ ଦିନ ଧାର୍ଯ୍ୟ ପ୍ରଚାର ରଥ ମାଧ୍ୟମରେ ସଚେତନତା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ(ଧନେଶ୍ବର ରାଉତ): ଚଳିତ 2021-22 ବର୍ଷ ନିମନ୍ତେ ରାୟଗଡ ନିୟନ୍ତ୍ରିତବଜାର କମିଟି ତରଫରୁ ରାୟଗଡ ଉପଖଣ୍ଡରେ କପା ମଣ୍ଡି ଆସନ୍ତା 15/11/2021 ତାରିଖ ଠାରୁ ଆରମ୍ଭ ହେବ । ଏଠି ନିମନ୍ତେ ଆଜି ଏକ ପ୍ରଚାର ରଥକୁ ଉପଜିଲ୍ଲାପାଳନ୍କ ନିର୍ଦ୍ଦେଶ କ୍ରମେ ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକ ବିପିନ ବିହାରୀ ସ୍ୱାଇଁ ପତାକା ଦେଖାଇ ସୁଭlରମ୍ବ କରିଥିଲେ l ଆସନ୍ତା ତା ୧୫/୧୧/୨୧ରିଝା ଠାରୁ କପା କ୍ରୟ ବିକ୍ରୟ କରାଯିବ l ରାୟଗଡ ନିୟନ୍ତ୍ରିତ ବଜାର ମୁଖ୍ୟ ପ୍ରାଙ୍ଗଣରେ ସରକାରୀ ଛୁଟି ଦିନ ବ୍ୟତୀତ ପ୍ରତିଦିନ କପା କ୍ରୟ, ବିକ୍ରୟ କରାଯିବ । ସେହିପରି କୁମୁତିଲପେଣ୍ଠ ଥରେ ପ୍ରତି ଶନିବାର ଓ ଅଣ୍ଟାମଡ଼ାଠାରେ ପ୍ରତି ଶୁକ୍ରବାର ଦିନ ସକାଳ 9ଘଟିକା ଠାରୁ ଅପରାହ୍ନ 2ଘଟିକା ପର୍ଯ୍ୟନ୍ତ ସମସ୍ତ କପଚାଷୀ ତଥା ଭାଗଚାଷୀଙ୍କ ଠାରୁ କପା କ୍ରୟ କରାଯିବ । 8 ପ୍ରତିଶତରୁ କମ ଆଦ୍ରତା ବିଶିଷ୍ଟ ବନି, ବ୍ରହ୍ମା କପା କୁଇଣ୍ଟାଲ ପ୍ରତି 6025 ଟଙ୍କା ଓ ଏମିସିଏଚ କୁଇଣ୍ଟାଲ ପ୍ରତି 5925 ଟଙ୍କା ସରକାରୀ ଭାବର କପlନିଗମ ତରଫରୁ ମୂଲ୍ୟ ଧାର୍ଯ୍ୟ କରାଯାଇଛି । ସମସ୍ତ ଚାଷୀଙ୍କୁ ଅନ ଲାଇନ ମାଧ୍ୟମରେ ସେମାନଙ୍କ ପ୍ରାପ୍ୟ ପ୍ରଦାନ ନିମନ୍ତେ ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟରେ ନାମ ପଞ୍ଜୀକରଣ କରିବା ନିମନ୍ତେ ଉପ ଜିଲ୍ଲାପାଳ ତଥା କମିଟି ଅଧ୍ୟକ୍ଷ ସମସ୍ତ ଚାଷୀଙ୍କୁ ଅନୁରୋଧ କରିଛନ୍ତି । ପଞ୍ଜୀକରଣ ନିମନ୍ତେ ଜମି ପଟା, ବା ଲିଜ ଏଗ୍ରିମେଣ୍ଟ, ଆଧାର କାର୍ଡ, ବ୍ୟଙ୍କ ପାଶ ବହି ଓ ମୋବାଇଲ ନମ୍ବର ନେଇ ପ୍ରତିଦିନ କାର୍ଯ୍ୟାଳୟ ସମୟ ମଧ୍ୟରେ ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟକୁ ଯାଇ ନିଜର ନାମ ପଞ୍ଜୀକରଣ କ୍ରାଇ ପାରିବେ । ଭାରତୀୟ କପା ନିଗମ ଦ୍ୱାରା ସ୍ୱୀକୃତି ବ୍ୟକ୍ତିଙ୍କୁ ଚାଷୀମାନେ ନିଜର କପବିକ୍ରି କରି ସରକାରୀ ଧାର୍ଯ୍ୟ ଦର ପାଇପାରିବେ । ଯେଉଁ ଚାଷୀଙ୍କୁ ତାରିଖ ଧାର୍ଯ୍ୟ କରି ଜଣାଇ ଦିଆଯାଇଛି ସେହି ଚାଷୀ ସେହି ନିର୍ଦ୍ଦିଷ୍ଟ ତାରିଖରେ ମଣ୍ଡିକୁ କପା ଆଣି ବିକ୍ରି କରିପାରିବେ । ଏହି ବିଷୟରେ ସମସ୍ତ କପା ଚାଷୀଙ୍କୁ ସଚେତନ କରିବା ନିମନ୍ତେ ଏକ ସଚେତନ ରଥର ଶୁଭାରମ୍ଭ ହୋଇଛି ।

related posts

Leave a Comment