Home Breaking News / ତାଜା ଖବର 70 ତମ ଜିଲ୍ଲା ସ୍ତରୀୟ ଗୋ-ସମ୍ବର୍ଦ୍ଧନା ଓ ଗୋ-ବତ୍ସା ପ୍ରଦର୍ଶନ ସମାରୋହ ଅନୁଷ୍ଠିତ

70 ତମ ଜିଲ୍ଲା ସ୍ତରୀୟ ଗୋ-ସମ୍ବର୍ଦ୍ଧନା ଓ ଗୋ-ବତ୍ସା ପ୍ରଦର୍ଶନ ସମାରୋହ ଅନୁଷ୍ଠିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କଳାହାଣ୍ଡି /କୋକସରା -(ଦେବେନ୍ଦ୍ର ସାଗର )କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗଡ୍ରାମାଳ କସ୍ତୁରବାଗାନ୍ଧୀ ବିvଦ୍ୟାଳୟ ପଡିଆ ଠାରେ ଜିଲ୍ଲା ପ୍ରାଣୀ ସମ୍ପଦ ବିଭାଗ ଓ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଅଧିକାରୀ ଙ୍କ ତତ୍ୱାବଧାନ ରେ ଜିଲ୍ଲା ସ୍ତରୀୟ ଗୋ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l
ସକାଳ 7 ଟାରୁ ଗୋରୁ ପାଳନ କରିଥିବା ଚାଷୀ ଙ୍କ ନାମ ପଞ୍ଜିକରଣ, ପ୍ରାଣୀ ଚିକିତ୍ସା ଶିବିର,ଉତ୍ତମ ଗାଈ ଓ ବାଛୁରୀ ଚୟନ,ଗୋ ପୂଜା, ଗୋ ପ୍ରଦର୍ଶନ କକ୍ଷ ଭ୍ରମଣ କାର୍ଯ୍ୟକ୍ରମ ହୋଇଥିଲା l
ପୂର୍ବାହ୍ନ 11 ଘଣ୍ଟା ସମୟରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା l ଏହି ସଭା ରେ ଧର୍ମଗଡ଼ ବିଧାୟକ ମୌଷଧୀ ବାଗ ଯୋଗ ଦେଇ ଗୋ ସୁରକ୍ଷା ଓ ଗୋ ପାଳନ ଉପରେ ଚାଷୀଙ୍କୁ ଉତ୍ସାହିତ କରେଇ ଥିଲେ l ମୁଖ୍ୟ ବକ୍ତା ଭାବରେ କୋକସରା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ ଯୋଗ ଦେଇଥିବା ବେଳେ ସଂମ୍ମାନିତ ଅତିଥି ଭାବେ ଏସଡ଼ିଭିଓ ଭବାନୀପାଟଣା ଗିରିଶଚନ୍ଦ୍ର ମହାନ୍ତି, ପିଡିଡିଆର ଡିଏ ସୁମେଶ ଉପାଧ୍ୟୟ, କୋକସରା ବିଡ଼ିଓ ମନୀଷା ଦାସ, ଏସଡ଼ିଭିଓ କୈଳାଶ ଚନ୍ଦ୍ର ସାମନ୍ତ, କୋକସରା ସମିତି ସଭ୍ୟ ତ୍ରିଭୁବନ ନାଏକ,ସିଡିଆରଓ ଚୈତନ୍ୟ ସେଠି,କୋକସରା ବ୍ଲକ ଆତ୍ମା ଅଧ୍ୟକ୍ଷ ଋତୁରାଜ ମାଝୀ, ରାଜେନ୍ଦ୍ର ନାଏକ ପ୍ରମୁଖ ମଞ୍ଚାସିନ ଥିଲେ l
ଏହି ସମାରୋହ ରେ ଦୁଇ ଶହ ରୁ ଉର୍ଦ୍ଧ ଗୋ ଚାଷୀ ଯୋଗଦେଇଥିଲେ l ଗାଈ ମାନଙ୍କୁ ଶଙ୍କର ଜାତୀୟ ଘାସ, ଦାନା, କାଲସିୟମ ଦିଆଯାଇଥିଲା l ଏହି ଅବସରରେ ଉନ୍ନତ ଗୋ ପାଳକ ମଧ୍ୟରୁ ତିନିଜଣ ଙ୍କୁ ସଂମ୍ମାନିତ କରାଯାଇଥିଲା l ସେହିପରି ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ପ୍ରବନ୍ଧ ପ୍ରତିଯୋଗିତା କରାଯାଇ କୃତି ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା l ଅନ୍ୟ ମାନଙ୍କ ମଧ୍ୟରେ ବିଭିଓ ପରମାନନ୍ଦ ପରିଡା, ଭିଏସ ସଂଗ୍ରାମ କେଶରୀ ବେହେରା, ଓ ଅନେକ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଯୋଗ ଦେଇଥିବା ବେଳେ ଡ଼ କେଦାର ନାଥ ଖମାରୀ ମଞ୍ଚ ପରିଚାଳନା କରିଥିଲେ

related posts

Leave a Comment