Home Breaking News / ତାଜା ଖବର ୯୬ଟି ଦେଶ କୋଭାକ୍ସିନ ଓ କୋଭିସିଲ୍ଡକୁ ମିଳିଲା ଅନୁମତି

୯୬ଟି ଦେଶ କୋଭାକ୍ସିନ ଓ କୋଭିସିଲ୍ଡକୁ ମିଳିଲା ଅନୁମତି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଭାରତର ଦୁଇଟି ଟିକାକୁ ବିଶ୍ୱବ୍ୟାପୀ ବ୍ୟବହାର ନିମନ୍ତେ ଅନୁମତି ମିଳିଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ହୁ) ଅନୁମତି ଦେଇଥିବା ମୋଟ ୮ଟି ଟିକା ମଧ୍ୟରୁ ଭାରତର ଦୁଇଟି ଟିକା ସ୍ଥାନ ପାଇଛି । ଭାରତ ପ୍ରସ୍ତୁତ କରିଥିବା କୋଭାକ୍ସିନ ଓ କୋଭିସିଲ୍ଡ ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦିଆଯାଇଛି ।

୯୬ଟି ଦେଶ କୋଭାକ୍ସିନ ଓ କୋଭିସିଲ୍ଡକୁ ଅନୁମତି ଦିଆଯାଇଛି । ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଭାରତ ସମଗ୍ର ବିଶ୍ୱରେ କରୋନା ଲଢ଼େଇରେ ଏକ ଅଗ୍ରଣୀ ଭୂମିକା ନିର୍ବାହ କରିଥିଲା । ବିଶ୍ୱର ପ୍ରଥମ ଦେଶ ଭାବେ ୧୦୦ କୋଟି ଟିକାକରଣ ଅତିକ୍ରମ କରିଥିଲା । ଆଗକୁ ଭାରତ ବିଶ୍ୱର ବିଭିନ୍ନ ଦେଶକୁ ସ୍ୱଦେଶୀ ଟିକା ପଠାଇବାର ଯୋଜନା ରହିଛି ।

related posts

Leave a Comment