Home Breaking News / ତାଜା ଖବର ବାଲିଗୁଡା ଉପଜ଼ିଲ୍ଲାପାଳଙ୍କ ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ବିଜେପି ନେତାଙ୍କ ଆଲୋଚନା

ବାଲିଗୁଡା ଉପଜ଼ିଲ୍ଲାପାଳଙ୍କ ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ବିଜେପି ନେତାଙ୍କ ଆଲୋଚନା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ -9/11(ସୁନୀଲ ପଟନାୟକ): ଆଦିବାସୀ ଅଧୁଷିତ କନ୍ଧମାଳ ଜ଼ିଲ୍ଲା ରେ ରହିଛି ୩ଟି ବିଧାନସଭା ନିର୍ବାଚନ ମଣ୍ଡଳୀ l
ସେଥୀ ମଧ୍ୟରୁ ବାଲିଗୁଡା ବିଧାନସଭା ନିର୍ବାଚନମଣ୍ଡଳୀ ସବୁଠୁ ଅନୁନ୍ନତ ଓ ଅବହେଳିତ ଅବସ୍ଥା ରେ ରହିଛି l ବାଲିଗୁଡା, କ. ନୂଆଗାଁ, କୋଟଗଡ ଓ ତୁମୁଡିବନ୍ଧ ବ୍ଲକ କୁ ନେଇ ବାଲିଗୁଡା ବିଧାନ ସଭା ନିର୍ବାଚନମଣ୍ଡଳୀ lପ୍ରାୟ ସବୁ ବ୍ଲକ ମାଓ ଇଲାକା ଭାବେ ପରିଚିତ l
ପ୍ରଶାସନ ଓ ରାଜ୍ୟ ସରକାର ଙ୍କ ଦ୍ରୁଷ୍ଟି ମଧ୍ୟ ପଡୁନି ଏହି ଅଞ୍ଚଳ ରେ l
ଫଳରେ ଏନେଇ ବିଜେ ପି ଜ଼ିଲ୍ଲା ସଭା ପତି ଜଗନ୍ନାଥ ସାହୁ ଓ ପୂର୍ବତନ ବିଧାୟକ ତଥା ରାଜ୍ୟ ସମ୍ପାଦକ କରେନ୍ଦ୍ର ମାଝୀ ଙ୍କ ନେତୃତ୍ୱ ରେ ଏକ ପ୍ରତିନିଧି ଦଳ ବାଲିଗୁଡା ଉପଜ଼ିଲ୍ଲାପାଳ ଡ଼ ଶୁଭଙ୍କର ମହାପାତ୍ର ଙ୍କ ସହ ଆଲୋଚନା କରିଥିଲେ l
ବାଲିଗୁଡା ରେ ଏକ କେନ୍ଦ୍ରୀୟ ବିଦ୍ୟାଳୟସ୍ଥlପନ, ଆଦିବାସୀ ଠିକାଦାର ଙ୍କୁ ଠିକା କାମ ଦେବା, ଏକଲବ୍ୟ ବିଦ୍ୟାଳୟ ପ୍ରତିଷ୍ଠl
ପାଇଁ ସ୍ଥାନ ଯୋଗାଇଦେବା ପାଇଁ କହିଥିଲେ lବେଲଘର ଇକୋ ଟୁରିଜି ମ କାମ,ଓ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ତୁରନ୍ତ ସାରିବା,ପାଇଁ ପରାମର୍ଶ ଦେଇଥିଲେ ପୂର୍ବତନ ବିଧାୟକ ମାଝୀ l
ଅନ୍ୟ ମାନଙ୍କ ମଧ୍ୟରେ ଏନ ଏ ସି ମଣ୍ଡଳ ସଭାପତି ଦିବାକର ସାହୁ, ପିସୁ ମଳିକ, ଦ୍ୱିଜବର ମଳିକ, ବରିଷ୍ଠ ଓକିଲ କ୍ଷମା ସାଗର ପ୍ରଧାନ, ଜ଼ିଲ୍ଲା ସମ୍ପାଦିକା ସସ୍ମିତା ନାୟକ, ଙ୍କ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ

related posts

Leave a Comment