Home Breaking News / ତାଜା ଖବର ସିଙ୍ଗାରି ମନରେଗା କାମ ନ କରି ଟଙ୍କା ହଡପ ମାମଲାକୁ ଚପେଇ ଦେବାକୁ ଉଦ୍ୟମ ଅଭିଯୋଗ ଜିଲ୍ଲା ସ୍ତରୀୟ ନିରପେକ୍ଷ ତଦନ୍ତ ଦାବୀ

ସିଙ୍ଗାରି ମନରେଗା କାମ ନ କରି ଟଙ୍କା ହଡପ ମାମଲାକୁ ଚପେଇ ଦେବାକୁ ଉଦ୍ୟମ ଅଭିଯୋଗ ଜିଲ୍ଲା ସ୍ତରୀୟ ନିରପେକ୍ଷ ତଦନ୍ତ ଦାବୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ-୦୯/୧୧-(ଧନେଶ୍ବର ରାଉତ)-ରାୟଗଡ ଜିଲ୍ଲା କଲ୍ୟାଣସିଙ୍ଘପୁର ବ୍ଲକ ସିଙ୍ଗାରି ପଞ୍ଚାୟତ ରେ ମ ନରେଗା ରେ କାମ ନକରି ଟଙ୍କା ହଡପ ମାମଲାକୁ ତଦନ୍ତ ନାଁରେ ଚପାଇ ଦେବାପାଇଁ ଉଦ୍ୟମ କରିବାକୁ ଚେଷ୍ଟା ଚାଲିଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପ୍ରକାଶ ଥାଉକି ଗତ ସୋମବାର ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ରେ ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କୁ ସିଙ୍ଗାରି ଗ୍ରାମବାସୀ ଭେଟି ମ ନରେଗାରେ ଦୁର୍ନୀତିର ଅଭିଯୋଗ ପତ୍ର ପ୍ରଦାନ କରିଥିଲେ। ତା ପର ଦିନ ବିଡ଼ିଓ ସୁଧାକର ରଇତ,ଯନ୍ତ୍ରୀ ଶ୍ରୀ ମଲିକ,ଜି ଆର ଏସ ଦିଲେଶ୍ୱରୀ ପଟେଲ ସିଙ୍ଗାରି ଓ ଖରଯୋଡ଼ା ଗ୍ରାମବାସୀଙ୍କ ଉପସ୍ଥିତିରେ ତଦନ୍ତ ହେଇଥିଲା। ତଦନ୍ତ ରୁ ଜଣାପଡିଲା କି ଯେଉଁ ଜାଗାରେ କାମ ହେବକଥା ସେଠି ହେଇନାହିଁ ବୋଲି ପ୍ରମାଣିତ ହେଲା । ପ୍ରକୃତରେ ଖରଯୋଡ଼ା ଗ୍ରାମର ନିକଟରେ ଥିବା ପୋଖରୀରୁ ଚାଷ ଜମିକୁ ଜଳସେଚନ ପାଇଁ ନେବାପାଇଁ କାର୍ଯ୍ୟ ଖସଡ଼ା ରେ ସାମିଲ କରାଯାଇ ଥିଲା ଶିଆଡି ମାଳ ଠାରେ ହେବା ପାଇଁ ସେଠାରେ ଏବେ ସୁଧା ୪ ଗାଡି ବାଲି ପଥର ପଡି ରହିଛି ।ସେଠାରେ କାମ ନହେଇ ବରୀ ଗୁଡା ଠାରେ ହେଇଥିବା କହିଛନ୍ତି। ଅନ୍ୟ ଜାଗାରେ କାମ ହେଇଚି ବୋଲି କହି ଲୋକଙ୍କୁ ଭୁଆଁ ବୁଲାଇବା ସହ କିଛି ଲୋକଙ୍କୁ କିଛି ହାତ ଗୁଂଜା ଦେଇ ବ୍ଲକ ଓ ଜିଲ୍ଲାପାଳଙ୍କ ପାଖକୁ ନେଇ କଥାକୁ ଦିଗ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଥିବା ଗ୍ରାମର ଲୋକମାନେ ଅଭିଯୋଗ କରିଛନ୍ତି। ଯଦି ଏଠାରେ ସମ୍ଭବ ନଥିଲା କାହିଁକି ନୂଆ ଏକ୍ସନ ପ୍ଲାନ କରାଗଲାନି, କାର୍ଯ୍ୟଦେଶ ଫଳକ ମରାଯାଇନି, କିମ୍ବା ଗ୍ରାମ ବାସୀଙ୍କୁ ଅବଗତ କରାଯାଇନି ବୋଲି ଗ୍ରାମବାସୀ ଓ କଂଗ୍ରେସ ବ୍ଲକ ସଭାପତି ସୁରୟା ରାଓ, ପିସିସି ସଦସ୍ୟ ରମେଶ ତ୍ରିପାଠୀ କହିଛନ୍ତି। ଶ୍ରୀ ତ୍ରିପାଠୀ କହିଛନ୍ତି କି ଯନ୍ତ୍ରୀ ସୋନାଲି ମାଲିକ ଙ୍କୁ ଏହି ବ୍ଲକର କନ୍ଧ ଖାତିପଡୁ ପଞ୍ଚାୟତର ଆବାସ ଓ ଅନ୍ୟ ଯୋଜନାରେ ଘୋଟଲା କରି 3 ମାସ ନିଲମ୍ବନ କରିଥିଲା ପ୍ରଶାସନ ସେହିଭଳି ଜି ଆର ଏସ ବିଦୁର ବାଘ ମଧ୍ୟ ବିଭିନ ଘୋଟଲାରେ ଲିପ୍ତ ରହୁଥିବାରୁ ସେହି ପଞ୍ଚାୟତ ରେ କାରଣ ଦର୍ଶାଇ ନୋଟିସ ଦିଆଯାଇଥିଲା ସେହି ଉଭୟ ଯେଉଁଠି ଥିଲେ ସେଇଠି ଏଭଳି ଦୁର୍ନୀତିରେ ଲିପ୍ତ ରହୁଛନ୍ତି ବୋଲି କଂଗ୍ରେସ ତରଫରୁ ଅଭିଯୋଗ କରିଛନ୍ତି। ଆଗାମୀ ଦିନରେ ନିରପେକ୍ଷ ତଦନ୍ତ କରି ସତ୍ୟକୁ ସର୍ଵ ଜନିନ କରାଯାଉ ବୋଲି ଦାବୀ କରିଛନ୍ତି। ଏନେଇ ବିଡ଼ିଓ ସୁଧାକର ରଇତଙ୍କୁ ପଚାରିବାରୁ କାମ ହେଇଛି କିନ୍ତୁ ତାହା ଅନ୍ୟ ଜାଗାରେ ଏକ୍ସନ ପ୍ଲାନରେ ନ ଚଢାଇବା ଓ ବୋର୍ଡ ନ ମାରିବା ଭୁଲ ରହିଛି, ତଦନ୍ତ ବିଷୟରେ କଣ ହେଇଛି ବୋଲି ପଚାରିବାରୁ ସେ ଜିଲ୍ଲାପାଳ କିଛି ନିର୍ଦେଶ ଦେଇନାହାନ୍ତି ମୁ ସେମିତି ଖାଲି ଘଟଣା ସ୍ଥଳକୁ ଯାଇଥିଲିବୋଲି କହିଛନ୍ତି।

related posts

Leave a Comment