Home Breaking News / ତାଜା ଖବର ଲାଞ୍ଚ ନେବା ଅଭିଯୋଗରେ ଆରଆଇଙ୍କୁ ୩ ବର୍ଷ ଜେଲ ଓ ଦଶ ହଜ଼ାର ଜୋରିମାନା

ଲାଞ୍ଚ ନେବା ଅଭିଯୋଗରେ ଆରଆଇଙ୍କୁ ୩ ବର୍ଷ ଜେଲ ଓ ଦଶ ହଜ଼ାର ଜୋରିମାନା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): ଏକ ଲାଞ୍ଚ ନେବା ମାମଲାର ବିଚାର କରି ଫୁଲବାଣୀ ଭିଜିଲାନ୍ସ ଜଜ ଶୁଭଦର୍ଶୀ ପଟନାୟକ ଗଜେନ୍ଦ୍ର ଡିଗାଲ ନାମକ ଜଣେ ଅଭିଯୁକ୍ତ କୁ ୩ ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ଦେବା ସହ ଦଶ ହଜ଼ାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି l
ସେହିପରି ଜୋରିମାନା ଅନାଦେୟ ଅଧିକ ଛ ମାସ ଜେଲ ଦଣ୍ଡ ଆଦେଶ ଦେଇଛନ୍ତି l
ସୂଚନା ଯୋଗ୍ୟ ଜେ ବୌଦ୍ଧ ଜ଼ିଲ୍ଲା ବଘିଆ ପଡା ଆର ଆଇ ଥିବା ବେଳେ ଗଜେନ୍ଦ୍ର ସାନ ବଗଡ଼ ଗ୍ରାମ ର ସୁଦର୍ଶନ ନାୟକ ନାମକ ଜଣେ ଵ୍ୟକ୍ତି ଙ୍କ ଦୁଇ ଏକର ଅନାବାଦୀ ଜାଗା କୁ ପଟା କରିବା ଲାଗି ଗତ 29/11/17ରେ ୭ ହଜ଼ାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ l
ଆଜି ମଙ୍ଗଳବାର ଏହି ମାମଲା ର ସାକ୍ଷ୍ୟ ପ୍ରମାଣ କୁ ଭିତ୍ତି କରି ଭିଜିଲାନ୍ସ ଜଜ ଶୁଭଦର୍ଶୀ ପଟନାୟକ ଏହି ରାୟ ପ୍ରକାଶ କରିଛନ୍ତି

related posts

Leave a Comment