Home Breaking News / ତାଜା ଖବର ସରିଲା କାର୍ତ୍ତିକ ଓ କ୍ୟାଟ୍ରିନାଙ୍କ ନିର୍ବନ୍ଧ

ସରିଲା କାର୍ତ୍ତିକ ଓ କ୍ୟାଟ୍ରିନାଙ୍କ ନିର୍ବନ୍ଧ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କିଛିଦିନ ହେବ ଅଭିନେତା ବିକି କୌଶଳ ଓ ସୁନ୍ଦରୀ କ୍ୟାଟ୍ରିନା କୈଫଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ପୂର୍ବରୁ ନିର୍ବନ୍ଧ ଗୁଜବକୁ ଖଣ୍ଡନ କରିଥିବା କ୍ୟାଟ୍ରିନା ଶେଷରେ ଦୀପାବଳିରେ ବିକିଙ୍କ ସହ ନିର୍ବନ୍ଧ କରିଛନ୍ତି। ଏ ନେଇ ନିର୍ଦ୍ଦେଶକ କବୀର ଖାନ୍‌ଙ୍କ ଘରେ ବିକି ଓ କ୍ୟାଟ୍ରିନାଙ୍କ ନିର୍ବନ୍ଧ ଉତ୍ସବ ଆୟୋଜନ ହୋଇଥିଲା । ଏହି ନିର୍ବନ୍ଧ କାର୍ଯ୍ୟକ୍ରମରେ ବିକି ଓ କ୍ୟାଟ୍ରିନା ସେମାନଙ୍କ ପରିବାର ଲୋକଙ୍କ ସହ ସାମିଲ ହୋଇଥିଲେ।

ବିକି ତାଙ୍କ ବାପା, ମାଆ ଓ ଭାଇ ସନିଙ୍କ ସହ ଆସିଥିବା ବେଳେ କ୍ୟାଟ୍ରିନାଙ୍କୁ ତାଙ୍କ ମା‘ ସୁଜେନ ଓ ଭଉଣୀ ଇସାବେଳଙ୍କ ସହ ଦେଖିବାକୁ ମିଳିଥିଲା । ଦୀପାବଳିକୁ ଶୁଭ ତିଥି ବିଚାରି ଉଭୟଙ୍କ ପରିବାର ଏହି ଦିନ ସେମାନଙ୍କର ନିର୍ବିଦ୍ଧ କରାଇଛନ୍ତି ।

ସେହିପରି ଗଣମାଧ୍ୟମ ଓ ଫଟୋଗ୍ରାଫରକୁ ଦୃଷ୍ଟି ଆଢୁଆଳରେ ରଖିବା ପାଇଁ ବିକି ଓ କ୍ୟାଟ୍ରିନା ଅଲଗା ଅଲଗା ଅସି ନିର୍ବନ୍ଧରେ ପହଞ୍ଚିଥିଲେ । ଅବଶ୍ୟ ଦୁହିଁଙ୍କ ନିର୍ବନ୍ଧ ଫଟୋ ଏଯାଏଁ ସାମାଜିକ ଗଣମାଧ୍ୟମରେ ସେୟାର ହୋଇ ନାହିଁ । ମାତ୍ର ସେମାନେ ନିଜର ଦୀପାବଳି ଫଟୋକୁ ସେୟାର କରିଛନ୍ତି। ଯେଉଁଥିରେ ବିକି ସେରୱାନ ପିନ୍ଧିଥିବା ବେଳେ କ୍ୟାଟ୍ରିନା ଗୋଲାପି ଶାଢ଼ିରେ ନଜର ଆସିଛନ୍ତି ।

related posts

Leave a Comment