Home Breaking News / ତାଜା ଖବର ରାଜ୍ୟରେ ଖସୁଛି ତାପମାତ୍ରା, ଥରୁଛି ଦାରିଙ୍ଗବାଡି

ରାଜ୍ୟରେ ଖସୁଛି ତାପମାତ୍ରା, ଥରୁଛି ଦାରିଙ୍ଗବାଡି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ଆରମ୍ଭ ହୋଇଯାଇଛି । କ୍ରମାଗତ ଭାବେ ତାପମାତ୍ରା ହ୍ରାସ କାରଣରୁ ଥଣ୍ଡାର ପ୍ରକୋପ ବୃଦ୍ଧି ହେଉଛି। ଗତ ୨୪ ଘଣ୍ଟାରେ ରାଜ୍ୟର ୮ ଟି ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଥିବା ବେଳେ ଦାରିଙ୍ଗବାଡ଼ିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି। ଏଠାରେ ପାରଦ ୧୦ ଡିଗ୍ରୀ ସେଲ୍‌ସିୟସ ରହିଥିବା ବେଳେ ଦାରିଙ୍ଗବାଡ଼ି ରାଜ୍ୟର ସବୁଠାରୁ ଅଣ୍ଡା ସହରରେ ପରିଣତ ହୋଇଛି।

ସେହିପରି ଫୁଲବାଣୀରେ ତାପମାତ୍ରା ୧୧.୫ ଡିଗ୍ରୀ ଥିବା ବେଳେ କୋରାପୁଟ ୧୨ କେନ୍ଦୁଝର ୧୩, ଭବାନୀପାଟଣା ଏବଂ ଝାରସୁଗୁଡା ୧୪.୨, ଟିଟଲାଗଡ଼ ଏବଂ ସୋନପୁର ତାପମାତ୍ରା ୧୪.୮ ଡିଗ୍ରୀ ରହିଛି ବୋଲି ଭୁବନେଶ୍ବର ସ୍ଥିତ ଅଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ସର୍ବନିମ୍ନ ତାପମାତ୍ରା ୧୭.୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ କଟକରେ ରାତିର ତାପମାତ୍ରା ୧୭ ଡିଗ୍ରୀ ସେଲଫସିୟସ ରହିଛି ।

ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି ଯେ ରାଜ୍ୟକୁ ଉତ୍ତର-ପଶ୍ଚିମ ଦିଗରୁ ଓଡ଼ିଶା ମଧ୍ୟକୁ ଅଣ୍ଡା ଶୁଷ୍କ ପବନ ବହୁଛି। ଏହି ବାୟୁ ରାଜ୍ୟରେ ତାପମାତ୍ରା କମାଇବାରେ ସହାୟକ ହେଉଛି। ଫଳରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ସ୍ବାଭାବିକ ଠାରୁ ୨-୩ ଡିଗ୍ରୀ ତଳେ ତାପମାତ୍ରା ରହୁଛି । ଏହି ସ୍ଥିତି ଆସନ୍ତା ୨-୩ ଦିନ ପର୍ଯ୍ୟନ୍ତ ଜାରି ରହିବ ବୋଲି ଶ୍ରୀ ଦାସ କହିଛନ୍ତି।

related posts

Leave a Comment