Home Breaking News / ତାଜା ଖବର ବାଲିଗୁଡା ଉପ ଜ଼ିଲ୍ଲାପାଳଙ୍କ ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ବିଜେପି ନେତାଙ୍କ ଆଲୋଚନା

ବାଲିଗୁଡା ଉପ ଜ଼ିଲ୍ଲାପାଳଙ୍କ ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ବିଜେପି ନେତାଙ୍କ ଆଲୋଚନା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): ଆଦିବାସୀ ଅଧୁଷିତ କନ୍ଧମାଳ ଜ଼ିଲ୍ଲା ରେ ରହିଛି ୩ଟି ବିଧାନସଭା ନିର୍ବାଚନ ମଣ୍ଡଳୀ l
ସେଥୀ ମଧ୍ୟରୁ ବାଲିଗୁଡା ବିଧାନସଭା ନିର୍ବାଚନମଣ୍ଡଳୀ ସବୁଠୁ ଅନୁନ୍ନତ ଓ ଅବହେଳିତ ଅବସ୍ଥା ରେ ରହିଛି l ବାଲିଗୁଡା, କ. ନୂଆଗାଁ, କୋଟଗଡ ଓ ତୁମୁଡିବନ୍ଧ ବ୍ଲକ କୁ ନେଇ ବାଲିଗୁଡା ବିଧାନ ସଭା ନିର୍ବାଚନମଣ୍ଡଳୀ lପ୍ରାୟ ସବୁ ବ୍ଲକ ମାଓ ଇଲାକା ଭାବେ ପରିଚିତ l
ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଦ୍ରୁଷ୍ଟି ମଧ୍ୟ ପଡୁନି ଏହି ଅଞ୍ଚଳ ରେ l ଫଳରେ ଏନେଇ ବିଜେପି ଜ଼ିଲ୍ଲା ସଭା ପତି ଜଗନ୍ନାଥ ସାହୁ ଓ ପୂର୍ବତନ ବିଧାୟକ ତଥା ରାଜ୍ୟ ସମ୍ପାଦକ କରେନ୍ଦ୍ର ମାଝୀ ଙ୍କ ନେତୃତ୍ୱ ରେ ଏକ ପ୍ରତିନିଧି ଦଳ ବାଲିଗୁଡା ଉପଜ଼ିଲ୍ଲାପାଳ ଡ଼ ଶୁଭଙ୍କର ମହାପାତ୍ର ଙ୍କ ସହ ଆଲୋଚନା କରିଥିଲେ l
ବାଲିଗୁଡା ରେ ଏକ କେନ୍ଦ୍ରୀୟ ବିଦ୍ୟାଳୟସ୍ଥlପନ, ଆଦିବାସୀ ଠିକାଦାର ଙ୍କୁ ଠିକା କାମ ଦେବା, ଏକଲବ୍ୟ ବିଦ୍ୟାଳୟ ପ୍ରତିଷ୍ଠl
ପାଇଁ ସ୍ଥାନ ଯୋଗାଇଦେବା ପାଇଁ କହିଥିଲେ lବେଲଘର ଇକୋ ଟୁରିଜି ମ କାମ,ଓ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ତୁରନ୍ତ ସାରିବା,ପାଇଁ ପରାମର୍ଶ ଦେଇଥିଲେ ପୂର୍ବତନ ବିଧାୟକ ମାଝୀ l
ଅନ୍ୟ ମାନଙ୍କ ମଧ୍ୟରେ ଏନ ଏ ସି ମଣ୍ଡଳ ସଭାପତି ଦିବାକର ସାହୁ, ପିସୁ ମଳିକ, ଦ୍ୱିଜବର ମଳିକ, ବରିଷ୍ଠ ଓକିଲ କ୍ଷମା ସାଗର ପ୍ରଧାନ, ଜ଼ିଲ୍ଲା ସମ୍ପାଦିକା ସସ୍ମିତା ନାୟକ, ଙ୍କ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ

related posts

Leave a Comment