Home Breaking News / ତାଜା ଖବର କେବେ ପଡିବ ଆଲିଆ-ରଣବିରଙ୍କ ହାତଗଣ୍ଠି

କେବେ ପଡିବ ଆଲିଆ-ରଣବିରଙ୍କ ହାତଗଣ୍ଠି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ମୁମ୍ବାଇ: ବଲିଉଡର ଅଭିନେତା ରଣବୀର କପୁର ଓ ଆଲିଆ ଭଟ୍ଟ ନିଜ ସମ୍ପର୍କ ଓ ବାହାଘରକୁ ନେଇ ସର୍ବଦା ଚର୍ଚ୍ଚାରେ। ତାଙ୍କ ପ୍ରସଂଶଙ୍କ ମାନେ ମଧ୍ୟ ସେମାନଙ୍କ ବାହାଘରକୁ ଅନାଇ ବସିଛନ୍ତି । ଏହି ବର୍ଷର ଶେଷ ଆଡକୁ ସେମାନଙ୍କ ବିବାହ ହେବ ବୋଲି ଚର୍ଚ୍ଚା ଧରିଥିବା ବେଳେ ସାମ୍ନାକୁ ଆସିଛି ଆଉ ଏକ ଖବର, ଯାହାକୁ ଶୁଣି ତାଙ୍କ ପ୍ରଶଂସକ ମାନେ ପୁଣି ନିରାଶ ହେବେ । ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି , ଯେଉଁଥିରୁ ଜଣାପଡୁଛି ଯେ ଏହି ଯୋଡି ଙ୍କ ବାହାଘର ତାରିଖ ପୁଣି ଘୁଞ୍ଚିଯାଇଛି । ଏହି ପୋଷ୍ଟରେ ତାଙ୍କ ପ୍ରସଂସକ ମାନେ ବି ଲଗାତାର କମେଣ୍ଟ କରିବାରେ ଲାଗିଛନ୍ତି ।
ତେବେ ଦୀପାବଳି ଉତ୍ସବ ଅବସରରେ ରଣବୀର କପୁରଙ୍କ ସହିତ ଆଲିଆ ଭଟ୍ଟ ଏକ ରୋମାଣ୍ଟିକ୍ ଫଟୋ ସେୟାର କରିଥିଲେ, ଯାହାକୁ ଦେଖି ଫ୍ୟାନ୍ସମାନେ ଭାବିଲେ କି ଖୁବଶୀଘ୍ର ସେମାନେ ବିବାହ ବନ୍ଧନରେ ବାନ୍ଧି ହେବେ ।
କିନ୍ତୁ ପ୍ରସିଦ୍ଧ ସେଲିବ୍ରିଟି ଫଟୋଗ୍ରାଫର ବିରଲ ଭିୟାନ୍ ନିଜ ଅତିରିକ୍ତ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି । ଏହି ପୋଷ୍ଟରେ ସେ ଆଲିଆ ଓ ରଣବୀରଙ୍କ ଫଟୋ ପୋଷ୍ଟ କରିବା ସହ ଲେଖିଛନ୍ତି ଯେ, ‘ ବାହାଘର ୨୦୨୨ ଅପ୍ରେଲ ମାସ ପର୍ଯ୍ୟନ୍ତ ଘୁଞ୍ଚିଯାଇଛି ।’ସୂଚନା ମୁତାବକ ଆଲିଆ ଓ ରଣବୀର ନିଜ କାମକୁ ନେଇ ବାହାଘରକୁ ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଛନ୍ତି ।

related posts

Leave a Comment