Home Breaking News / ତାଜା ଖବର ନାମିବିଆକୁ ୯ ୱିକେଟରେ ହରାଇଲା ଟିମଇଣ୍ଡିଆ, ବିଜୟ ସହିତ ଶେଷହେଲା ଟି ୨୦ ବିଶ୍ୱକପ

ନାମିବିଆକୁ ୯ ୱିକେଟରେ ହରାଇଲା ଟିମଇଣ୍ଡିଆ, ବିଜୟ ସହିତ ଶେଷହେଲା ଟି ୨୦ ବିଶ୍ୱକପ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଭାରତ ଚଳିତ ଟି ୨୦ ବିଶ୍ୱକପରୁ ଖାଲି ହାତରେ ଫେରିଛି । କିନ୍ତୁ ଗୋଟିଏ ଆଶ୍ୱସ୍ତିର କଥା ଦଳ ପ୍ରଥମ ଦୁଇ ମ୍ୟାଚ ହାରିବା ପରେ , ପରବର୍ତି ତିନୋଟି ମ୍ୟାଚ କ୍ରମାଗତ ବିଜୟ ହାସଲ କରିବାରେ ଦଳ ସଫଳ ହୋଇଥିଲା । ସୋମବାର ଖେଳାଯାଇଥିବା ଗ୍ରୁପ ୨ର ଶେଷ ଲିଗ୍ ମ୍ୟାଚକୁ ଭାରତ ୯ ୱିକେଟରେ ଜିତିନେଇଥିଲା । ପ୍ରଥମେ ବ୍ୟାଟିଂ କରି ନାମିବିଆ ୨୦ ଓଭରରେ ୮ ୱିକେଟ ହରାଇ ୧୩୨ ରନ୍ କରିଥିଲା । ଭାରତ ପକ୍ଷରୁ ଜାଡେଜା ଏବଂ ଅଶ୍ୱିନ୍ ସ୍ପିନ୍ ଯୋଡି ୩ ଲେଖାଏଁ କରି ୬ ୱିକେଟ ବାଂଟି ନେଇଥିଲେ । ୧୩୩ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ୨୮ଟି ବଲ ବାକି ଥାଇ ୧୩୬ ରନ୍ ସ୍କୋର କରି ହାସଲ କରିନେଇଥିଲା । ରୋହିତ ଶର୍ମା ୫୬ ଏବଂ କେଏଲ ରାହୁଲ ୫୪ ରନର ଅପରାଜିତ ଇନିଂସ ଖେଳି ଦଳକୁ ବିଜୟ ଦେଇଥିଲେ ।
ଏହି ବିଜୟ ସହିତ ଭାରତ ଦଳର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ଏବଂ କ୍ୟାପଟେନ କୋହଲିଙ୍କୁ ବିଦାୟ ଦେଇଛି । ନଭେମ୍ୱର ୧୭ ତାରିଖରୁ ଭାରତ ନ୍ୟୁଜିଲାଣ୍ଡ ବିରୋଧରେ ଟି ୨୦ ସିିରିଜ ଖେଳିବ ।

related posts

Leave a Comment