Home Breaking News / ତାଜା ଖବର ଟି ୨୦ ବିଶ୍ୱକପ୍ : ଇଂଲଣ୍ଡ-ନ୍ୟୁଜିଲାଣ୍ଡ ଓ ପାକିସ୍ତାନ-ଅଷ୍ଟ୍ରେଲିଆ ସେମି ଫାଇନାଲ ଚୂଡାନ୍ତ

ଟି ୨୦ ବିଶ୍ୱକପ୍ : ଇଂଲଣ୍ଡ-ନ୍ୟୁଜିଲାଣ୍ଡ ଓ ପାକିସ୍ତାନ-ଅଷ୍ଟ୍ରେଲିଆ ସେମି ଫାଇନାଲ ଚୂଡାନ୍ତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଟି ୨୦ ବିଶ୍ୱକପରେ ସ୍ଥିର ହୋଇଛି ସେମି ଫାଇନାଲ ଲାଇନ ଅପ୍ । ଗ୍ରୁପ ୧ ରୁ ଶ୍ରେଷ୍ଠ ଦୁଇ ଦଳ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ , ଗ୍ରୁପ ୨ ରୁ ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ଶ୍ରେଷ୍ଠ ଦୁଇ ଦଳ ଭାବରେ ସେମିଫାଇନାଲରେ ପ୍ରବେଶ କରିଛନ୍ତି । ଶେଷ ଦଳ ଭାବରେ ରବିବାର ଆଫଗାନିସ୍ତାନକୁ ହରାଇ ସେମିରେ ପ୍ରବେଶ କରିଥିଲା ନ୍ୟୁଜିଲାଣ୍ଡ । ଆସନ୍ତା ନଭେମ୍ୱର ୧୦ ତାରିଖ ଏବଂ ୧୧ ତାରିଖରେ ଖେଳାଯିବ ସେମିଫାଇନାଲ ମୁକାବିଲା । ନଭେମ୍ୱର ୧୪ ତାରିଖରେ ଟି ୨୦ ବିଶ୍ୱକପ୍ ଫାଇନାଲ ଖେଳାଯିବ ।

କେବେ କାହାର ମ୍ୟାଚ
୧୦ ନଭେମ୍ୱର- ପ୍ରଥମ ସେମିଫାଇନାଲ – ଇଂଲଣ୍ଡ ବନାମ ନ୍ୟୁଜିଲାଣ୍ଡ
୧୧ ନଭେମ୍ୱର- ଦ୍ୱିତୀୟ ସେମିଫାଇନାଲ – ପାକିସ୍ତାନ ଅଷ୍ଟ୍ରେଲିଆ

୧୪ ନଭେମ୍ୱର- ଟି ୨୦ ବିଶ୍ୱକପ ଫାଇନାଲ ମୁକାବିଲା

ଗ୍ରୁପ ୨ରୁ କେବଳ ପାକିସ୍ତାନ ହିଁ ଏକମାତ୍ର ଲିଗ ପର୍ଯ୍ୟାୟର ଅପରାଜେୟ ଦଳ ଭାବରେ ସେମିଫାଇନାଲକୁ ଉନ୍ନୀତ ହୋଇଛି । ପାକିସ୍ତାନ ଏହାର ଶେଷ ଲିଗ ମ୍ୟାଚରେ ସ୍କଟଲାଣ୍ଡରୁ ୭୨ ରନର ବଡ ବ୍ୟବଧାନରେ ପରାସ୍ତ କରିଛି । ଗ୍ରୁପ ଏରୁ ଇଂଲଣ୍ଡ ଏବଂ ଗ୍ରୁପ ୨ରୁ ପାକିସ୍ତାନକୁ ଚଳିତ ଥର ଟାଇଟଲ ଦାବିଦାର ବୋଲି କୁହାଯାଉଛି । ଭାରତକୁ ଆରମ୍ଭରୁ ଟାଇଟଲ ଦାବିବାର କୁହାଯାଉଥିଲେ ମଧ୍ୟ ଭାରତ ସେମି ଯାଏଁ ବି ଯାଇପାରିଲା ନାହିଁ । ତାରକା ଖଚିତ ଭାରତୀୟ ଦଳ ପାଇଁ ପ୍ରାରମ୍ଭିକ ଦୁଇଟି ମ୍ୟାଚର ପରାଜୟ ଦଳକୁ ଗ୍ରୁପ ଅଫ୍ ଡେଥକୁ ଟାଣିନେଲା ।

related posts

Leave a Comment